ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ଲାକଡି ପାଲ୍ଲା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ତେନ୍ତୁଳିଖୁଣ୍ଟି ବ୍ଲକ ଲାକଡି ପାଲ୍ଲା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ତେନ୍ତୁଳିଖୁଣ୍ଟି ୦୭/୦୪/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲକଡିପାଲା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ଅଧ୍ୟକ୍ଷ ଅବିନାଶ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ନବରଙ୍ଗପୁର ସ୍ଥିତ ନୋଡାଲ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ,ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ, ଜିଲ୍ଲା ପରିଷଦ ସଦସ୍ୟ କ୍ରୀଷ୍ଣା ମଞ୍ଜରୀ ବିଶୋଇ ଓ  ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର ପ୍ରମୁଖ ମଞ୍ଚ ଉପରେ ଆସୀନ ଥିଲେ। ପ୍ରାରମ୍ଭ ରେ ପ୍ରଦୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଚନା ପରେ ସ୍ବାଗତ ସଙ୍ଗୀତ ବିଦ୍ୟାଳୟ ଛାତ୍ରୀ ଙ୍କ ଦ୍ଵାରା ଗାନ କରାଯାଇଥିଲା। ବିଦ୍ୟାଳୟ ର ବାର୍ଷିକ ବିବରଣୀ ଅଧ୍ୟକ୍ଷ ଅବିନାଶ ସାହୁ ପାଠ କରିଥିଲେ। ବିଦ୍ୟାଳୟ ସ୍ଥାପିତ ପରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହୋଇ ନଥିବା କିଛି ବିଷୟ ରେ ନିୟମିତ ଶିକ୍ଷକ ନିଯୁକ୍ତି ହୋଇ ନ ଥିବାରୁ ଅତିଥି ଶିକ୍ଷକ ଙ୍କ ଦ୍ଵାରା ପାଠ ପଢା ଯାଉଥିବା କହିଥିଲେ। ବ୍ଲକ ର ଅଧିକାଂଶ ଛାତ୍ର ଛାତ୍ରୀ ଙ୍କ ତୃଣ ମୂଳ ସ୍ତରରେ ପ୍ରାରମ୍ଭିକ ଶିକ୍ଷା ଦୁର୍ବଳ ରହିଥିବାରୁ ହଠାତ୍ ଇଂରାଜୀ ଶିକ୍ଷା ଦାନ ଯୋଗୁଁ କିଛି ଛାତ୍ର ଛାତ୍ରୀ ଗ୍ରହଣ କରି ପାରୁ ନାହାଁନ୍ତି। ଛାତ୍ରାବାସ ଅଭାବ ,ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପାଇଁ କ୍ୱାଟର ନ ଥିବାରୁ ରିମେଡିଆଲ କ୍ଲାସ ପାଇଁ ସମୟ ଓ ସୁଯୋଗ ମିଳୁନି । ବିଧାୟକ ଗୌରୀ ଶଙ୍କର ମାଝୀ ନୂତନ ଶିକ୍ଷା ନୀତି ୨୦୨୦ ଲାଗୁ କରି ଛାତ୍ର ଛାତ୍ରୀ ଙ୍କ ଉପରୁ ବୋଝ କମାଇବା ସହ ବୌଦ୍ଧିକ ନୈତିକ ତଥା ଭୋକେଶନଲ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିବା କହିଥିଲେ। ଯାହାବି ସମସ୍ୟା ରହିଛି ମନ୍ତ୍ରୀ ସ୍ତରରେ ଆଲୋଚନା କରି ସମାଧାନ କରାଯିବ ବୋଲି କହିଥିଲେ। ମୁଖ୍ୟଅତିଥି ମହାପାତ୍ର ଛାତ୍ର ଛାତ୍ରୀ ଙ୍କୁ ଅଧ୍ୟବସାୟ ଜାରୀ ରଖି ସମୟାନୁବର୍ତ୍ତି , ସଫଳତା ପାଇଁ ପ୍ରୟାସ କରିବା କୁ ଆହ୍ବାନ ଦେଇଥିଲେ। ଛାତ୍ର ଜୀବନ ରେ ନିଜ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ପ୍ରୟାସ ଜାରୀ ରଖିବା ଉଚିତ ବୋଲି ମତ ରଖିଥିଲେ। ସଫଳତା ନ ପାଇଲେ ନିରାଶ ନ ହୋଇ ଆହୁରି ଅଧିକ ପ୍ରୟାସ କରିବା ଉଚିତ୍,ବିଫଳତା ହିଁ ସଫଳତା ର ପାହାଚ ବୋଲି କହିଥିଲେ। କଂଗ୍ରା ସରପଞ୍ଚ ରୁକ୍ମିଣୀ ମାଝୀ ,ଅଞ୍ଚଳ ଗୁମ୍ମା ସରପଞ୍ଚ କୁସୁମ ପୂଜାରୀ ପ୍ରମୁଖ ମଂଚାସୀନ ରହିଥିଲେ l ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ଶିକ୍ଷକ ସୁକାନ୍ତ ପାଣିଗ୍ରାହୀ କରିଥିଲେ l ମୁଖ୍ୟ ଅତିଥି ଓ ମଞ୍ଚାସିନ ସମ୍ମାନିତ ଅତିଥି ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ମଧ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିବା ସୁଯୋଗ ମିଳିଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ଶ୍ରୀରାମ ଦାସ ଧନ୍ୟବାଦ୍ ଦେଇଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ ତଥା ଅନ୍ୟାନ୍ୟ ଷ୍ଟାଫ୍ ଙ୍କ ସହ ଯୋଗ ଯୋଗୁଁ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇ ପାରିଛି ବୋଲି ଶ୍ରୀରାମ ଦାସ କହିଥିଲେ। ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ଅଭିଭାବକ ସମୟ ଦେଇ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବାରୁ ଧନ୍ୟବାଦ୍ ଦେଇଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

Sunil Chandra Nayak

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଲେ ନଗରପାଳ ଧର୍ମାନନ୍ଦ

Sunil Chandra Nayak

ଜଗନ୍ନାଥ ସେବା ସମିତି ପକ୍ଷରୁ କଳାହାଣ୍ଡି ସାଂସଦଙ୍କ ଦ୍ୱାରା ଗରିବ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!