ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନ୍ ୧ରୁ ଆମ୍ ଆଦମୀ ପାର୍ଟି ଓଡିଶାରେ ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବ : ସାଂସଦ ସଞ୍ଜୟ ସିଂହ

ଜୁନ୍ ୧ରୁ ଆମ୍ ଆଦମୀ ପାର୍ଟି ଓଡିଶାରେ ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବ : ସାଂସଦ ସଞ୍ଜୟ ସିଂହ

ରାଉରକେଲା : ରାଜ୍ଯସଭା ସାଂସଦ ତଥା ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ମଙ୍ଗଳବାର ଦିନ ରାଉରକେଲା ଗସ୍ତରେ ଆସି ପାନ୍ଥନିବାସ ଠାରେ ଆୟୋଜିତ ଦଳର ବୈଠକରେ ଯୋଗଦେବା ସହ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ପ୍ରକାଶ କରିଥିଲେ ଯେ, ଆମ୍ ଆଦମୀ ପାର୍ଟି ଓଡିଶାରେ ନିଜର ସ୍ଥିତିକୁ ସୁଦୃଢ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବ। ଏହି କାର୍ଯ୍ୟ ଜୁନ୍ ୧ ତାରିଖ ଠାରୁ ଆରମ୍ଭ କରାଯିବ ବୋଲି ରାଜ୍ୟସଭା ସାଂସଦ ତଥା ଆମ୍ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। 

      ଆପ୍ ପକ୍ଷରୁ ଆୟୋଜିତ ବୈଠକରେ ଦଳର ନେତା ତଥା ଲୋକସଭା ପ୍ରଭାରୀ ବିନୟ ତିୱାରୀ, ସୁନ୍ଦରଗଡ ଦର୍ଜିଂର ପୂର୍ବତନ ସରପଞ୍ଚ ଶ୍ରୀମତୀ କୁନି ମୁଣ୍ଡା, ସଂଖ୍ୟା ଲଘୁ ସେଲର ସଦସ୍ୟ ଅଜମେର, ରାଉରକେଲା ସଦସ୍ୟ ସନ୍ତୋଷ, ମିଡିଆ ପ୍ରଭାରୀ ଭରତ ବାଇ ପ୍ରମୁଖ ଉପସ୍ଥିତ ଥିଲେ।

     ଆମ୍ ଆଦମୀ ପାର୍ଟି ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାଗ ନେବା ସହିତ ୨୦୨୯ ସାଧାରଣ ନିର୍ବାଚନ ପାଇଁ ମଧ୍ଯ ପ୍ରସ୍ତୁତି ପଥରେ ଅଗ୍ରସର ହେବ ବୋଲି ରାଜ୍ଯସଭା ସାଂସଦ ସଞ୍ଜୟ ସିଂହ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟିର ଶୀର୍ଷ ନେତୃତ୍ବ ଓଡିଶାର ସାଧାରଣ ନିର୍ବାଚନ ସମୟରେ ଆସି ନିର୍ବାଚନୀ ସଭାରେ ଉଦବୋଧନ ଦେବେ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ସିଂହ କହିଥିଲେ। ଏଥିସହିତ ରାଉରକେଲାର ବିକାଶକୁ କେନ୍ଦ୍ର ତଥା ରାଜ୍ୟର ଡବଲ ଇଞ୍ଜିନ ବିଜେପି ସରକାର ଅଣଦେଖା କରୁଥିବାକୁ ନେଇ ପାର୍ଲିଆମେଣ୍ଟ ଅଧିବେଶନ ସମୟରେ ପ୍ରଶ୍ନ କରିବେ ବୋଲି ରାଜ୍ଯସଭା ସାଂସଦ ସଞ୍ଜୟ ସିଂହ ସୂଚନା ଦେଇଥିଲେ।

     ରାଜଗାଙ୍ଗପୁରର ଡାଲମିଆ ଭାରତ ସିମେଣ୍ଟ କାରଖାନା ପକ୍ଷରୁ ଲାଞ୍ଜିବେର୍ଣ୍ଣାରେ ଆଦିବାସୀଙ୍କ ଜମିରେ ଥିବା ଡାଲି ଫସଲକୁ ନଷ୍ଟ କରି ବେଆଇନ ଜମି ଅଧିଗ୍ରହଣ କରାଯାଇଥିବା ନେଇ ଲାଞ୍ଜିବେର୍ଣ୍ଣାର କ୍ଷତିଗ୍ରସ୍ତ ଆଦିବାସୀମାନଙ୍କ ପକ୍ଷରୁ ରାଜ୍ଯସଭା ସାଂସଦ ସଞ୍ଜୟ ସିଂହଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସାଂସଦ ଶ୍ରୀ ସିଂହ ଏହାକୁ ଗ୍ରହଣ କରିବା ସହିତ ଆଗାମୀ ଦିନରେ ଏହାକୁ ନେଇ ସେ ରାଜ୍ଯସଭା ପ୍ରଶ୍ନ ଉଠାଇବେ ବୋଲି କହିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କ୍ରିକେଟ୍ ବ୍ୟାଟ ବୁଲାଇ ନର୍ଲା ବିଧାୟକ ପଡ଼ିଆରେ ପଡ଼ିଗଲେ

masiha

ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ

Sunil Chandra Nayak

ସାରା ଭାରତ ଜାତୀୟ କଂଗ୍ରେସ ଦଳ ତରଫରୁ ସତ୍ୟାଗ୍ରହ

Sunil Chandra Nayak

Leave a Comment

error: Content is protected !!