ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରୋହଣର ୩୪ତମ ନିଖିଳୋତ୍କଳ ନାଟ୍ୟୋତ୍ସବ ମେ ୨୮ ରୁ ୩୦….

ଆରୋହଣର ୩୪ତମ ନିଖିଳୋତ୍କଳ ନାଟ୍ୟୋତ୍ସବ ମେ ୨୮ ରୁ ୩୦….

ଭୁବନେଶ୍ବର;(ଲିପିକା ରାଣୀ ରାଉତ);ଆରୋହଣର ୩୪ତମ ନିଖିଳୋତ୍କଳ ନାଟ୍ୟୋତ୍ସବ ମେ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ପ୍ରଥମ ସନ୍ଧ୍ୟାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରସିଦ୍ଧ କାବ୍ୟ ଲାବଣ୍ୟବତୀ ଉପରେ ଆଧାରିତ ଯାହାର ନାଟ୍ୟ ରୂପାନ୍ତର କରିଛନ୍ତି ବିଶିଷ୍ଟ ନାଟ୍ୟକାର ଡାକ୍ତର ଶୈଳେଶ୍ବର ନନ୍ଦ। ଇଂ ପ୍ରିତିରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶନାରେ ଏହି ନାଟକକୁ ପରିବେଷଣ କରିବେ ଆରୋହଣ ପରିବାର। ଦ୍ବିତୀୟ ସଂନ୍ଧ୍ୟାରେ ମହିଳା ଯୋଗ କେନ୍ଦ୍ର, ଭାରତୀୟ ଯୋଗ କେନ୍ଦ୍ର, ୟୁନିଟ୍ ୯ ଦ୍ଵାରା ପରିବେଷଣ ହେବ ହାସ୍ୟ ରସାତ୍ମକ ନାଟକ ଇତି ରମ୍ଭା ହରଣ ସମ୍ବାଦ। ଏହାକୁ ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶ୍ରୀ ପୀୟୂଷ ରଞ୍ଜନ ପରିଡ଼ା ଓ ନିର୍ଦ୍ଦେଶନା ଦେଇଛନ୍ତି ଇଂ ପ୍ରିତିରଞ୍ଜନ ମିଶ୍ର। ସେହି ଦିନ ଡଃ କିଶୋର ମହାନ୍ତିଙ୍କୁ ଆରୋହଣ ଜୀବନବ୍ୟାପୀ ସାଧନା ସମ୍ମାନ, ଶ୍ରୀ ନିରଞ୍ଜନ ବେହେରାଙ୍କୁ ଆରୋହଣ ନାଟ୍ୟ ପ୍ରତିଭା ସମ୍ମାନ ଓ ଶ୍ରୀ ମୃଣ୍ମୟ କୁମାର ନନ୍ଦଙ୍କୁ ଆରୋହଣ ବହୁମୁଖି ପ୍ରତିଭା ସମ୍ମାନ ୨୦୨୬ ବର୍ଷ ପାଇଁ ପ୍ରଦାନ କରାଯିବ। ତୃତୀୟ ସନ୍ଧ୍ୟାରେ ପଶ୍ଚିମ ବଙ୍ଗର ବରହମ୍ ପୁରର ନାଟ୍ୟ ସଂସ୍ଥା ଚୁଆନ୍ ପୁର ସୁହିର୍ଦ ଦ୍ବାରା ପରିବେଷଣ ହେବ ନାଟକ ସ୍ଵରବର୍ଣ୍ଣ। ଜ୍ୟୋତିର୍ମୟ ଘୋଷ ରଚନା କରିଥିବା ବେଳେ ହରପ୍ରସାଦ ଦାସ ନିର୍ଦ୍ଦେଶନା ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଆରୋହଣର ସଂପାଦକ ଇଂ ପ୍ରିତିରଞ୍ଜନ ମିଶ୍ର ଓ ପରିଚାଳନା ସମ୍ପାଦକ ଶ୍ରୀ ପୀୟୂଷ ରଞ୍ଜନ ପରିଡ଼ା ଜଣାଇଛନ୍ତି। ଉକ୍ତ ସମ୍ମିଳନୀରେ ଆରୋହଣର ଉପସଭାପତି ଦୁର୍ଗା ପ୍ରସାଦ ମହାପାତ୍ର, କୋଷାଧ୍ୟକ୍ଷ ଆଲୋକ କୁମାର ବେଉରା, ସହ ସମ୍ପାଦକ ଶ୍ରୀ ସଞ୍ଜିତ୍ ଦାସ,ନିତୀନ୍ କୁମାର ସାହୁ, ସୁବ୍ରତ କୁମାର ମହାପାତ୍ର, କୈଳାସ ଚନ୍ଦ୍ର ସାହୁ, ସୀମା ସାହୁ, ରାଜେନ୍ଦ୍ର କୁମାର ନାଥ, ଦେବାଶିଷ ସାହୁ, ସୌମ୍ୟରଞ୍ଜନ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ।

 

Related posts

ପ୍ରସ୍ତାବିତ ଔପଦା ବସଷ୍ଟାଣ୍ଡର ସ୍ଥାନ ନିରୂପଣକୁ ନେଇ ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ବିରୋଧ

masiha

ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ସରକାରଙ୍କ ଉପ-ସଚିବ 

Sunil Chandra Nayak

କୁରାଳ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ

Sunil Chandra Nayak

Leave a Comment

error: Content is protected !!