ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ଙ୍କ ମୃତ୍ୟୁ ଦେଶ ପାଇଁ ଅପୂରଣୀୟ କ୍ଷତି 

ଭାରତ ର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ଙ୍କ ମୃତ୍ୟୁ ଦେଶ ପାଇଁ ଅପୂରଣୀୟ କ୍ଷତି 

ନବରଙ୍ଗପୁର:(୨୭|୧୨)(ରବି ନାରାୟଣ ମହାନ୍ତି)ଶତାବ୍ଦୀ ର ଭାରତ ର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ଦେଶ କୁ ଏକ ସମୃଦ୍ଧ ଅର୍ଥନୀତି ଦେଇଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ଡ଼ଃ ମନମୋହନ ସିଂ ଆଉ ଆମ ଗହଣରେ ନାହାନ୍ତି, ତାଙ୍କ ମୃତ୍ୟୁ ଦେଶ ପାଇଁ ଅପୂରଣୀୟ କ୍ଷତି l ଡଃ ମନମୋହନ ସିଂହ ୨୦୦୪ ଠାରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିବା ପୂର୍ବରୁ ସେ ଭାରତ ସରକାରଙ୍କ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ଅର୍ଥ ସଚିବ ଓ ଅର୍ଥମନ୍ତ୍ରୀ ରହିଥିଲେ l ତାଙ୍କର ପ୍ରଧାନମନ୍ତ୍ରୀ ସମୟରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ପଥ ପ୍ରଦର୍ଶକ ଥିଲେ l ଦେଶର ଅର୍ଥନୀତି କୁ ସଙ୍କଟରୁ ଉଦ୍ଧାର କରି ଆଗକୁ ନେବାରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା l ୧୯୯୧ ମସିହାରେ ଆରମ୍ଭ ହୋଇଥିବା ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଆଗକୁ ବଢ଼ାଇବା ରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ l ତାଙ୍କର ଅଧ୍ୟୟନ ପଞ୍ଜାବ ରୁ ଆରମ୍ଭ ହୋଇ ବ୍ରିଟେନର କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିଲା l ସେ ଏପରି ଏକ ବ୍ୟକ୍ତି ଥିଲେ, ଶାସକ ଦଳ ହେଉ କି ବିରୋଧୀ ଦଳ ହେଉ, କୌଣସି ବ୍ୟକ୍ତି ରାଜନେତା ତାଙ୍କର ବ୍ୟକ୍ତିତ୍ୱ ଉପରେ ସମାଲୋଚନା କରି ନାହାନ୍ତି l ଭଗବାନଙ୍କ ନିକଟରେ ଏଭଳି ଏକ ମହାନ ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଏଭଳି ଏକ ଯୁଗଜନ୍ମା ବ୍ୟକ୍ତି ପୃଥିବୀର ସବୁଠାରୁ ବଡ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ବାରମ୍ବାର ଜନ୍ମ ଗ୍ରହଣ କରନ୍ତୁ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି l ଏଥିନେଇ ଓଡିଶା ଅମଲା ସଂଘ ସଭାପତି ତ୍ରିପତି ବାଲାଜୀ ସାହୁ ଗଭୀର ଦୁଃଖ ପ୍ରକାଶ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଙ୍କ ଅମର ଆତ୍ମାର ସଦାଗତୀ ନିମନ୍ତେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ଜଣାଇଛନ୍ତି l 

( ମ ନି ସ )

Related posts

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ବାଗ ଙ୍କ ପରଲୋକ

Sunil Chandra Nayak

ଟେକ୍ନୋୱାର୍ଲ୍ଡରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ପୋଡି ଗଲା ଟ୍ରାନ୍ସଫର୍ମର, ସାତ ଦିନ ହେଲା ଅନ୍ଧାରରେ ସମରଚଚରା ଗ୍ରାମ 

masiha

Leave a Comment

error: Content is protected !!