ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଭିଲ୍ ଟାଉନସିପ୍ ଶନି ମନ୍ଦିରରେ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ ଉଦ୍ଘାଟିତ

ସିଭିଲ୍ ଟାଉନସିପ୍ ଶନି ମନ୍ଦିରରେ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ ଉଦ୍ଘାଟିତ

ରାଉରକେଲା: ଶିଳ୍ପପତି ଦିପ୍ତୀ ରଞ୍ଜନ ପଟ୍ଟନାୟକଙ୍କ ପିତାମାତାଙ୍କ ସ୍ମୃତିରେ ସିଭିଲ୍ ଟାଉନସିପ୍ ସ୍ଥିତ ଶନି ମନ୍ଦିରରେ ଏକ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପିଡବ୍ଲୁଡି ଅଧୂକାରୀ ଜସସ୍ବନୀ ମିଶ୍ର ଫିତା କାଟି ପୂଜାର୍ଚ୍ଚନା ସହ ଉଦ୍ଘାଟନ କରିଥିଲେ। ଡି.ଆର. ପଟ୍ଟନାୟକଙ୍କ ପ୍ରଶଂସକଙ୍କ ସହ ସମାଜସେବୀ ସୁରେଶ ଶର୍ମା, ଶନି ମନ୍ଦିର କମିଟି ସଭାପତି ପ୍ରକାଶ ମହାନ୍ତି, ରଜନୀକାନୁ ବିଶ୍ବାଳ, ସମାଜସେବୀ ଓ ପି ସିଂହ, ରିଷି ସେବକ ଓ ରିଙ୍କୁ ଅଗ୍ରୱାଲ ଏହି ଅବସରରେ ଉପସ୍ଥିତ ଥିଲେ। ସୁରେଶ ଶର୍ମା ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଲଡୁ ବଣ୍ଟନ କରିଥିଲେ। ପ୍ରକାଶ ମହାନ୍ତି ମୁଖ୍ୟ ଅତିଥ୍‌ଙ୍କୁ ଶାଲ୍ ଏବଂ ଫୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଶିଳ୍ପପତି ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ରାଉରକେଲାର ବିଭିନ୍ନ ସ୍ଥାନରେ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ ସ୍ଥାପନ କରାଯାଇଛି ଏବଂ ଆବଶ୍ୟକ ସ୍ଥାନରେ ଆହୁରି ସ୍ଥାପନ କରାଯିବ ବୋଲି ସୂଚନା ଦିଆଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପଣ୍ଡିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

masiha

ନୂଆଗାଁ ଗ୍ରାମରେ ହାତୀଙ୍କ ଧାନ କିଆରୀ ନଷ୍ଟ 

Sunil Chandra Nayak

ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରକଳ୍ପ ଉଦଘାଟିତ

masiha

Leave a Comment

error: Content is protected !!