ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସୁଜାତାଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ

ସୁଜାତାଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ

କଣ୍ଟାବାଞ୍ଜି,: ଓଡ଼ିଶା ପ୍ରଶାସନିକ ସେବା କ୍ଷେତ୍ରରେ ଦକ୍ଷ ଓ ପରିଚିତ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ ସମ୍ପ୍ରତି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି। ତାଙ୍କ ଦଳରେ ଯୋଗଦାନ ପରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଯୁବ ବିଜେଡି ନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୁଜାତା ରାଉତଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।

ଏହି ଅବସରରେ ଗିରିରାଜ ସିଂ ମାଝୀ କହିଥିଲେ ଯେ, ସୁଜାତା ରାଉତଙ୍କର ପ୍ରଶାସନିକ ଅଭିଜ୍ଞତା, ରାଜ୍ୟର ସାମଗ୍ରିକ ବିକାଶ ପ୍ରତି ଦୃଷ୍ଟିଭଙ୍ଗୀ, ମହିଳା ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ବିଜେଡି ପାଇଁ ଏକ ମୂଲ୍ୟବାନ ସମ୍ପଦ ସାବ୍ୟସ୍ତ ହେବ। ତାଙ୍କ ଯୋଗଦାନ ଦଳକୁ ଆହୁରି ସୁଦୃଢ଼ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି ସାକ୍ଷାତକାର ସମୟରେ ବଲାଙ୍ଗୀର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଉପାଧ୍ୟକ୍ଷା ତଥା ବିଜେଡି ନେତ୍ରୀ ନିରୁପମା ମାଝୀ, ବିଜେଡି ନେତ୍ରୀ ପିଙ୍କି ଖର୍ସେଲ, ବିଜେଡି ନେତା ହଂସରାଜ ଜୈନ, ଆଶାଦୁଲା ଖାଁ, ଦେବରାଜ ଯାଦବଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

୧୧ ଦଫା ଦାବି ନେଇ ବ୍ଲକ କଂଗ୍ରେସର ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ 

ରାଇରଙ୍ଗପୁରରେ ହଜାର ହଜାର ସମର୍ଥକଙ୍କ ସହ ଆସି ଦୁଇ ବିଜେପି ପ୍ରାର୍ଥୀ ଜଲେନ ବାର୍ଦା ଏବଂ ଭାଦଵ ହାଁସଦା ଙ୍କ ନାମାଙ୍କନ ପତ୍ର ଦାଖଲ

masiha

ମୋଦୀ – ମୋହନ ସରକାର ପ୍ରତାରଣା ର ସରକାର: କଂଗ୍ରେସ 

masiha

Leave a Comment

error: Content is protected !!