ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜନଗର ନିର୍ବାଚନ ମଣ୍ଡଳୀର‌ ବିଜେପି ଓ କଂଗ୍ରେସର ଗଣିତ ଅଛିଣ୍ଡା, ବିଜେଡ଼ି ପ୍ରତି ସମର୍ଥନ ବୃଦ୍ଧି ପାଉଛି

ରାଜନଗର ନିର୍ବାଚନ ମଣ୍ଡଳୀର‌ ବିଜେପି ଓ କଂଗ୍ରେସର ଗଣିତ ଅଛିଣ୍ଡା, ବିଜେଡ଼ି ପ୍ରତି ସମର୍ଥନ ବୃଦ୍ଧି ପାଉଛି

ରାଜନଗର-11.4.024 ରାଜ୍ୟରେ ‌ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁଦଳ ଏଵେ ଚଳଚଞ୍ଚଳ।ଅତୀତର ସବୁ ନିର୍ବାଚନ ଠାରୁ ଏଥର ଭିନ୍ନ ପରିସ୍ଥିତି ଦେଖିବାକୁ ମିଳୁଛି। କଙ୍ଗ୍ରେସ ‌ଓ ପ୍ରମୁଖ ବିରୋଧି ବିଜେପି ଓ ଶାସକ ଦଳ ଶିବିରରେ ଏକାଧିକ ଆଶାୟୀଙ୍କ ଲବି ଟିକଟ ବଣ୍ଟନ ପ୍ରକ୍ରିୟାକୁ ଜଟିଳ ଏବଂ ବିଳମ୍ବ କରିଛି। କୋୖଣସି ଦଳ ସେମାନଙ୍କ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରି ପାରୁନଥିବା ବେଳେ ବିଜେଡ଼ି ତାର ଏକପ୍ରକାର ‌ଚୁଡାନ୍ତ ପ୍ରାର୍ଥୀ ତାଲିକା ସମସ୍ତଙ୍କ‌ ଠାରୁ ଶିର୍ଷରେ ରହିଛି।ଏହି ପରିସ୍ଥିତିରେ ‌କେନ୍ଦ୍ରାପଡା ସାଂସଦୀୟ କ୍ଷେତ୍ରରେ ବିଜେଡ଼ିର ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ସ୍ଥିର ହୋଇ ମୈଦାନକୁ ‌ଓହ୍ଲାଇଥିବା ବେଳେ ରାଜନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ିର ଦ୍ଵିତୀୟ ବାର ବିଧାୟକ ପାଇଁ ପ୍ରାର୍ଥୀ ହୋଇଛନ୍ତି ଶ୍ରୀଯୁକ୍ତ ଧୃବ ସାହୁ। ଏମାନଙ୍କ ଅଙ୍କ ସରଳ ହୋଇ ଅଞ୍ଚଳରେ ଦେବା ଦେବୀ ସାମାଜିକ କାର୍ଯ୍ୟରେ ଯୋଗ ଦେଇ ରାଜନଗର ନିର୍ବାଚନ ମଣ୍ଡଳୀରେ ଏହି ନେତା ଦ୍ଵୟଙ୍କୁ ଏକତରଫା ଜନସମର୍ଥନ ବିଶାଳ ରାଲିମାନ ଦେଖିବାକୁ ମିଳୁଛି। କିନ୍ତୁ ‌ବିଜେପି ଓ କଙ୍ଗ୍ରେସର ମାଳମାଳ ଆଶାୟୀ‌ ପ୍ରାର୍ଥୀଙ୍କ ଅଙ୍କ ଜଟିଳ ହୋଇ ପଡିଥିବାରୁ ଏପର୍ଯ୍ୟନ୍ତ ଅଙ୍କ ଛିଡୁନାହି।ତେଣେ ପଟ୍ଟାମୁଣ୍ଡାଇ ସ୍ବାଭିମାନ ଦାବୀରେ ଦଳିତ ସଂଘ ପକ୍ଷରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ବିଧାୟକ ପ୍ରାର୍ଥୀ ପାଇଁ ଦାବୀ କରିଛନ୍ତି।ଏପଟେ ବିଜେପିର ଅଙ୍କକଷାରେ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଆଶାୟୀ ପ୍ରାର୍ଥୀ ପ୍ରାକ୍ତନ ବିଧାୟକ ଅଲେଖ କୁମାର ଜେନା, ଜଗଦୀଶ ନାୟକ ଓ ଶିକ୍ଷକନେତା ମଳୟ କୁମାର ଜେନା ଵିଜେପି ଟିକେଟର ବିଧାୟକ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡିଛନ୍ତି। ସେହିପରି ରାଜନଗର ଅଞ୍ଚଳରୁ ଆଶାୟୀ ବିଜେପି ପ୍ରାର୍ଥୀ ଭାବେ ଯୁବନେତା ଲଳିତ ବେହେରା ଓ ଅଜୟ ବେହେରା ପ୍ରାର୍ଥୀତ୍ବ ପାଇଁ ଦାବୀ କରୁଛନ୍ତି। ବିଜେପିର ଏହି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ କେହି ଦୁଇ ବ୍ଲକର ଲୋକଙ୍କୁ ଜାଣିନଥିବା ବେଳେ ଅଲେଖ କୁମାର ଜେନା ନିର୍ବାଚନ ମଣ୍ଡଳୀର ଲୋକଙ୍କ ସମ୍ପର୍କରେ ରହିଛନ୍ତି। ସେହିପରି କଙ୍ଗ୍ରେସରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସମ୍ରାଟ ଜେନା ଆଶା ବାନ୍ଧିଥିବା ବେଳେ ରାଜନଗର ଅଞ୍ଚଳରୁ ପ୍ରଶାନ୍ତ ରାଉତ ଓ ମନୋଜ ରାଉତରାୟ ବିଧାୟକ ପ୍ରାର୍ଥୀ ପାଇଁ ଦାବୀ କରୁଛନ୍ତି,। ହେଲେ ଏ ଦୁଇ ଦଳର ପ୍ରାର୍ଥୀ ତାଲିକା ଘୋଷଣା ହେବା ପାଇଁ ଅଙ୍କ ଗୋଳମାଳ ହେଉଛି।ଯଦିଓ ଏହି ଦୁଇ ଦଳ ପ୍ରତି ଲୋକମାନଙ୍କର ଆସ୍ଥା ରହୁନାହିଁ,ତଥାପିଏହି ସୁଯୋଗରେ ବିଜେଡି ପ୍ରାର୍ଥୀଙ୍କୁ ଲକ୍ଷାଧିକ‌ ଭୋଟରେ ବିଜୟୀ କରିବାକୁ ରାଜନଗର ନିର୍ବାଚନ ମଣ୍ଡଳୀର‌ ଭୋଟରଙ୍କ ‌ସମର୍ଥନ ଓ ଆଦରରୁ ଏକପାଖିଆ ଫଳ ମିଳିବା ସୂଚନାରୁ ଜଣାପଡ଼ୁଛି।ରାଜନଗର ନିର୍ବାଚନ ମଣ୍ଡଳୀର 2ଲକ୍ଷ 60ହଜାର 178 ଭୋଟର ମତଦାନ କରିବେ ସେଥିମଧ୍ୟରୁ ପଟ୍ଟାମୁଣ୍ଡାଇ 1ଲକ୍ଷ 22ହଜାର 366ଭୋଟର ଥିବା ବେଳେ ରାଜନଗର ବ୍ଲକରେ 1ଲକ୍ଷ 37ହଜାର 882ଭୋଟର ଅଛନ୍ତି।ଏହି ଭୋଟରମାନଙ୍କ ସୁଖ ଦୁଃଖର ସାଥୀ ଭାବେ ‌ଧୃଵ ସାହୁ ଓ ଅଂଶୁମାନ ମହାନ୍ତି ଜଡ଼ିତ ‌ଥିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକୁ ବିଧାୟକ ଧୃବ ସାହୁ ନିର୍ବାଚନ ମଣ୍ଡଳୀ ରେ ବିକଶିତ କରିବାରେ ସଫଳ ସୋଇଥିବାରୁ ଜନସମର୍ଥନ ବୃଦ୍ଧି ପାଉଛି।ଏପରି ଜନସମର୍ଥନ ଦେଖି ବିରୋଧିଙ୍କୁ ଛନକା ପଶିଲାଣି।ଯାହା ବର୍ତ୍ତମାନବାଟରେ ଘାଟରେ ଶୁଣିବାକୁ ମିଳୁଛି କଙ୍ଗ୍ରେସ ଓ ବିଜେପି ଦଳ ଏହି ନିର୍ବାଚନ ମଣ୍ଡଳୀରେ କିଛି ଜନସେବା କିମ୍ବା ଜନହିତକର କାର୍ଯ୍ୟ କରିନଥିବାରୁ ଜନସାଧାରଣଙ୍କୁ ନିର୍ବାଚନ ମଣ୍ଡଳୀରେ ସାମ୍ନା କରିବାକୁ ସାହାସ ନଥିବାରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଘଟୁଛି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ବିଜେପି ପକ୍ଷରୁ ଲଡୁଗାଁ ଓ ଆମପାଣି ପଞ୍ଚାୟତରେ ଗଣ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ପୂର୍ବାକାଶ ହେଲା ଗେରୁଆମୟ; ପଶ୍ଚିମଵଙ୍ଗ, ଆସାମ, ପଡୁଚେରୀରେ ପଦ୍ମର ଲହରି;ବିରୋଧୀ ଆକାଶରେ କଳା ବାଦଲ

ରାଜ୍ୟ ସରକାରଙ୍କ ନୃତନ “ଅନ୍ତୋଦୟ ଗୃହ ଯୋଜନା” ର ଶୁଭାରମ୍ଭ କଳାହାଣ୍ଡିରୁ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

masiha

Leave a Comment

error: Content is protected !!