ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ -ଶଙ୍ଖ ଧରିଲେ ଚହଗାଁ ସମିତି ସଭ୍ୟା ଓ ବରିଷ୍ଠ ନେତା ସାମଲ ବାଗ

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ

–ଶଙ୍ଖ ଧରିଲେ ଚହଗାଁ ସମିତି ସଭ୍ୟା ଓ ବରିଷ୍ଠ ନେତା ସାମଲ ବାଗ

ଆଜି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ କର୍ଲାପଡ଼ା ଛକଠାରୁ ହଳଦୀ ଦେଇ କେସିଙ୍ଗା ବ୍ଲକର ଅମଠା ପର୍ଯ୍ୟନ୍ତ ବିଜେଡିର ଜନସମ୍ପର୍କ ଅନୁଷ୍ଠିତ ହୋଇଥିଲା। 

ଏହି ପଦଯାତ୍ରାରେ ବିଜେପି ସରକାରଙ୍କ ବିଫଳତା ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ଚାଷୀଙ୍କ ସମସ୍ୟା, ବୃଦ୍ଧବୃଦ୍ଧାଙ୍କୁ ଠିକ୍ ସମୟରେ ଭତ୍ତା ପ୍ରଦାନରେ ସରକାରଙ୍କ ବିଫଳତା ଏବଂ କଳାହାଣ୍ଡି ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତାକୁ ନେଇ ତୀବ୍ର ଉଦବେଗ ପ୍ରକାଶ ପାଇଥିଲା।

ଏହି ଅବସରରେ ଚହଗାଁ ସମିତି ସଭ୍ୟା ସାଧବୀ ମାଝୀ ଏବଂ ବରିଷ୍ଠ ନେତା ତଥା ସମାଜସେବୀ ସାମଲ ବାଗ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଜନକଲ୍ୟାଣକାରୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। 

ପଦଯାତ୍ରା ପରେ ଆୟୋଜିତ ସଭାରେ ଭବାନୀପାଟଣା ଟାଉନ ବିଜେଡି ସଭାନେତ୍ରୀ ସୁତପା ବହିଦାରଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରାଯାଇଥିଲା।

ଏହାପରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ଆସନରେ ବିଜେଡିର ବିଜୟ ସୁନିଶ୍ଚିତ କରିବା ଏବଂ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବାନେଇ ଆଲୋଚନା ହୋଇଥିଲା। 

ବିଜେଡି ଜୋନ ମହିଳା ସଭେନେତ୍ରୀ ଲଳିତା ନାଏକଙ୍କ ନେତୃତ୍ୱରେ ହୋଇଥିବା ଏହି ପଦଯାତ୍ରାରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ଜିଲ୍ଲା ଉପସଭାପତି ବଦ୍ରି ପଟ୍ଟନାୟକ, ସଦର ବ୍ଲକ ସଭାପତି ପ୍ରେମ ରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ନରୋତ୍ତମ ଭାଟି, ଟୁଟୁ ପଟ୍ଟନାୟକ, ସେନାପତି ନାଏକ, ଅଶୋକ ବିଶ୍ୱାଳ, ନୀଳାମ୍ବର ସାହୁ, ଗୀତା ସାହୁ, ଦୁଷ୍ମନ୍ତ ଭୋଇ, ଶିବା ସାହୁ ଓ ଆକାଶ ଦାସଙ୍କ ସମେତ ଛାତ୍ର, ମହିଳା, ଯୁବ ଏବଂ ଶତାଧିକ ଦଳୀୟ କର୍ମୀ ଯୋଗଦେଇଥିଲେ। ଶେଷରେ ଅରବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଖଇରାରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ

masiha

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ସମର୍ପଣ ଦିବସ

masiha

କାମାକ୍ଷାନଗର ରେ ପ୍ରବାଦପୁରୁଷ ବିଜୁ ବାବୁ ଙ୍କ ତିରୋଧାନ ଦିବସ ପାଳିତ 

masiha

Leave a Comment

error: Content is protected !!