ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଖଇରାରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ

ଖଇରାରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ

ଖଇରା,୧୨/୫/୨୪- ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ଖଇରା ପଞ୍ଚାୟତ ଅନ୍ତର୍ଗତ ଆଳଦା ଛକ ନିକଟରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଭଦ୍ରକ ଲୋକସଭା ସାଂସଦ ପ୍ରାର୍ଥୀନୀ ମଞ୍ଜୁଲତା ମଣ୍ଡଳ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ । ତାଙ୍କ ସହିତ ସିମୁଳିଆ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀନୀ ସୁବାସିନୀ ସାହୁ ଓ ପ୍ରିୟ ରାଜନେତା, ସମାଜସେବୀ ଶଶୀ କୁମାର ସାହୁ, ଖଇରା ବ୍ଲକ ବିଜୁ ଜନତା ଦଳ ସଭାପତି ବ୍ରଜକିଶୋର ମହାନ୍ତିଙ୍କ ସମେତ ମାଣିତ୍ରୀ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ଦାସ, ଅକ୍ଷୟ କୁମାର ଧିନ୍ଦା, ରବିନ୍ଦ୍ର କୁମାର ବିଶ୍ବାଳ, ବିଜୁ ଜନତା ଦଳର ବହୁ ସରପଞ୍ଚ, ସମିତିସଭ୍ୟ, କର୍ମୀ ଓ ସମର୍ଥକ ମାନେ ଯୋଗଦେଇଥିଲେ । ସମସ୍ତଙ୍କ ସହଯୋଗ ପାଇଁ ବିଜୁ ଜନତା ଦଳର ରାଜ୍ୟ ସରକାରଙ୍କ ସମ୍ବଳ ବିକାଶ ସମ୍ପାଦକ ଶଶୀ କୁମାର ସାହୁ ଏବଂ ବିଧାୟକ ପ୍ରାର୍ଥୀନୀ ସୁବାସିନୀ ସାହୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ପ୍ରଥମେ ଖଇରା ବ୍କକର ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ନିମନ୍ତ୍ରଣ କରି ଡ଼ାକି ଥିଲେ ବେଲୁ ଭାଇ ଆଳଦା (ଗ୍ୟାସ ଅଫିସ ଛକ) ଦୋକାନ ଘରେ ଏକ ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦଘାଟନ କରାଯିବ, ହେଲେ ବେଲୁ ଭାଇଙ୍କ ଘର ସମ୍ପୁର୍ଣ୍ଣ ହୋଇ ନଥିବାରୁ ଦ୍ବିତୀୟ ସ୍ଥାନ ଆଳଦା ଛକ ନିକଟରେ ନୟାଖଣ୍ଡି ରାସ୍ତା କଡ଼ରେ ଥିବା ଅଶେଷ ଜେନାଙ୍କ ତିନି ମହଲା କୋଠା ଘରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା । ଯଦି ଆଳଦା ଛକ ନିକଟରେ ନୟାଖଣ୍ଡି ରାସ୍ତାରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟନ କଲେ ପୂର୍ବରୁ ସାମ୍ବାଦିକ ବନ୍ଧୁ ମାନଙ୍କୁ ସୂଚନା ଦେବାର କ’ଣ ଅସୁବିଧା ଥିଲା ?

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗାଁ ଗାଁରେ ଅନିଲ ମେହେର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

ବିଜେଡିରେ ଯୋଗଦେଲେ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜନ ପ୍ରତିନିଧି ଓ ଶତାଧିକ ସମର୍ଥକ

masiha

ବିଜେପି ର ବୃତ୍ତିଗତ ସମ୍ମିଳନୀ ଅନୁଷ୍ଠିତ  ରାଉରକେଲା : କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷର ଉପଲବ୍ଧି ଓ ସଫଳତା ଏକ କ୍ରାନ୍ତିକାରୀ ପରିବର୍ତ୍ତନ – ଶ୍ରୀ ଟୁଡୁ 

masiha

Leave a Comment

error: Content is protected !!