ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ରାଜପଥ କଡରେ ଭାଲୁ 

ରାଜ୍ୟ ରାଜପଥ କଡରେ ଭାଲୁ 

ଡାବୁଗାଁ,୧୨/୫(ମ.ନି.ସ.)- ରବିବାର ଅପରାହ୍ନ ପ୍ରାୟ ୩ ଘ. ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମହେନ୍ଦ୍ରି ଛକ ନିକଟ ଡାବୁଗାଁ – ପାପଡାହାଣ୍ଡି ରାଜ୍ୟ ରାଜପଥ-୩୯ କଡରେ ଥିବା ଜଙ୍ଗଲ ମଧ୍ୟରେ ଦୁଇଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଦୁଇ ଭାଲୁ ଦୀର୍ଘ ୫ ଘଣ୍ଟା ସେଠାରେ ଏପଟେ ସେପଟେ ବୁଲି ଖେଳୁଥିବା ଲୋକମାନେ କହିଛନ୍ତି । ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକମାନେ ଏତେ ବଡ଼ ବଡ଼ ଭାଲୁ ଦେଖି ଭୟଭୀତ ହୋଇଥିଲେ । ଅନେକ ଲୋକ ଫୋଟ ଭିଡିଓ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଡାବୁଗାଁ ରୁ ମାତ୍ର ୫ କିଲୋମିଟର ଦୂରରେ ଭାଲୁ ବାହାରିବା ଖବର ଶୁଣି ଡାବୁଗାଁ ଗ୍ରାମବାସୀ ମଧ୍ୟ ଭୟଭୀତ ଅଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ଡାବୁଗାଁ ଠାରୁ ମାତ୍ର ୫ କିଲୋମିଟର ଦୂରରେ ଭାଲୁ ବାହାରିଥିଲେ | ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ଖାଦ୍ୟ ସନ୍ଧାନ ରେ ବନ୍ୟ ଜନ୍ତୁ ଗ୍ରାମ ମୁହା ହେଉଥିବା ଆଖପାଖ ଗ୍ରାମର ଲୋକମାନେ ପ୍ରକାଶ କରିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଗଜପତି ଜିଲ୍ଲା

masiha

ଫୁପଗାଁ ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!