ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ରାଜପଥ କଡରେ ଭାଲୁ 

ରାଜ୍ୟ ରାଜପଥ କଡରେ ଭାଲୁ 

ଡାବୁଗାଁ,୧୨/୫(ମ.ନି.ସ.)- ରବିବାର ଅପରାହ୍ନ ପ୍ରାୟ ୩ ଘ. ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମହେନ୍ଦ୍ରି ଛକ ନିକଟ ଡାବୁଗାଁ – ପାପଡାହାଣ୍ଡି ରାଜ୍ୟ ରାଜପଥ-୩୯ କଡରେ ଥିବା ଜଙ୍ଗଲ ମଧ୍ୟରେ ଦୁଇଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଦୁଇ ଭାଲୁ ଦୀର୍ଘ ୫ ଘଣ୍ଟା ସେଠାରେ ଏପଟେ ସେପଟେ ବୁଲି ଖେଳୁଥିବା ଲୋକମାନେ କହିଛନ୍ତି । ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକମାନେ ଏତେ ବଡ଼ ବଡ଼ ଭାଲୁ ଦେଖି ଭୟଭୀତ ହୋଇଥିଲେ । ଅନେକ ଲୋକ ଫୋଟ ଭିଡିଓ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଡାବୁଗାଁ ରୁ ମାତ୍ର ୫ କିଲୋମିଟର ଦୂରରେ ଭାଲୁ ବାହାରିବା ଖବର ଶୁଣି ଡାବୁଗାଁ ଗ୍ରାମବାସୀ ମଧ୍ୟ ଭୟଭୀତ ଅଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ଡାବୁଗାଁ ଠାରୁ ମାତ୍ର ୫ କିଲୋମିଟର ଦୂରରେ ଭାଲୁ ବାହାରିଥିଲେ | ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ଖାଦ୍ୟ ସନ୍ଧାନ ରେ ବନ୍ୟ ଜନ୍ତୁ ଗ୍ରାମ ମୁହା ହେଉଥିବା ଆଖପାଖ ଗ୍ରାମର ଲୋକମାନେ ପ୍ରକାଶ କରିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବୋଦୟ ପରୀକ୍ଷାରେ ଦୁଇଜଣ କୃତକାର୍ଯ୍ୟ ଛାତ୍ର

masiha

ମୁନିଗୁଡାରେ ଦିନିକିଆ ଗସ୍ତରେ   ସ୍କୁଲ ଓ ଗଣଶିକ୍ଷା ଆୟୋଗ- ସଚିବଙ୍କୁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ 

masiha

ବଜ୍ରପାତରେ ତିନି ମେଣ୍ଢା ମୃତ , ମେଣ୍ଢା ଚରାଳି ଆହତ

Sunil Chandra Nayak

Leave a Comment

error: Content is protected !!