ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ସେବାସଂସ୍ଥା ଅାନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସେବାକାର୍ଯ୍ୟ

ଉତ୍କଳମଣି ସେବାସଂସ୍ଥା ଅାନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସେବାକାର୍ଯ୍ୟ

ଜୁନାଗଡ: ୧୨/୫(ମନିସ) ଆଜି, ଫ୍ଲୋରେନ୍ସ ନାଇଟିଙ୍ଗଲେଙ୍କ ଜନ୍ମ ବାର୍ଷିକୀ ତଥା ଆନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ଜୁନାଗଡର ଉତ୍କଳମଣି ସେବାସଂସ୍ଥା ଦ୍ୱାରା ରୋଗୀମାନଙ୍କୁ ଫଳ ବଣ୍ଟନ ଏବଂ ନର୍ସମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ନର୍ସମାନଙ୍କୁ ଉତ୍ସାହିତ କରିଥିଲେ l ଏହା ସହିତ ଜୁନାଗଡ ସାପ୍ତାହିକ ବଜାର ନିକଟରେ ପଥଚାରୀମାନଙ୍କ ପାଇଁ ସଂସ୍ଥା ତରଫରୁ ଦହି ସର୍ବତ ପାନୀୟ ଜଳ ସେବା ପ୍ରଦାନ କରାଯାଇଥିଲା l ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଛଟପଟ ପଥଚାରୀମାନଙ୍କୁ ସଂସ୍ଥା ତରଫରୁ ସ୍ବାଦିଷ୍ଟ ଦହି ସରବତ ପ୍ରଦାନ କରାଯାଉଥିବାରୁ ପଥଚାରିମାନେ ବହୁତ ପ୍ରଶଂସl କରିଥିଲେ । ଅନୁଷ୍ଠାନର ସଭାପତି ମଧୁସୂଦନ ପଣ୍ଡା, ସମ୍ପାଦକ ଅଜୟ ଦାସ, ବରିଷ୍ଠ କର୍ମକର୍ତ୍ତା ରମେଶ ନାୟକ,କୈଳାଶ ରାଉତ, ଉଦ୍ଧବ ସାହୁ,ଦାମୋଦର ବେହେରା, ସୁରେଶ ସିଂହ,ଅଶୋକ ସାହୁ, ଭଗବାନ ସାହୁ,ଶ୍ୟାମ ସୁନ୍ଦର ସାହୁ,ବିଜୟ ମଲ୍ଲିକ, ନିରଞ୍ଜନ ସାହୁ,ସୁରେଶ ବେହେରା, ବିଶ୍ବନାଥ ସାହୁ, ହେମନ୍ତ ସାସମଲ, ଅତିଥି ସେବକ ଭାବେ ପଲ୍ଲବୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ତିର୍ତୋଲ ସେବାସମବାୟ ସମିତି ର ବ୍ୟାଙ୍କ ସେବା ଓ ଋଣ କର୍ମଶାଳା 

Sunil Chandra Nayak

ମହାଶକ୍ତି ଫାଉଣ୍ଡେସନ ର ୧୯ ତମ ବାର୍ଷିକ ଉତ୍ସବ ପାଳିତ

masiha

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ଯୋଜନା ନିମ୍ନ ମାନର, ନିମ୍ନମାନର କାର୍ଯ୍ୟ କରି କୋଟି କୋଟି ଟଙ୍କା ଚଳୁ କରିବାକୁ ବସିଛି ଏକ ନିର୍ମାଣ କାରି ସଂସ୍ଥା 

masiha

Leave a Comment

error: Content is protected !!