ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଥସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ 

ବୁଥସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ 

ଡାବୁଗାଁ, ୧୨/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଏକ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଶେଷ ସଘନ ସଂଶୋଧନ ଉପରେ ତାଲିମ ଦିଆଯାଇଥିଲା | ଏଥିରେ ଭୋଟର ତାଲିକା ରେ ନାମ ସଂଶୋଧନ, ନୂତନ ଭୋଟର କାର୍ଡ ପ୍ରସ୍ତୁତି, ୧୮ ବର୍ଷର ଯୁବତୀ ଯୁବକ ଙ୍କ ନାମ ସଂଯୋଗ କରିବା ଉପରେ ତାଲିମ ଦିଆଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ପ୍ରକାଶ କୁମାର ପଣ୍ଡା, ଜିଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ, ଡାବୁଗାଁ ବିଡିଓ ଶରତ ମାଝି, ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ସୁପରଭାଇଜର କୃଷ୍ଣଚନ୍ଦ୍ର ପଣ୍ଡା, ରତିକାନ୍ତ ନାୟକ, ରାଇସିଂ ପୂଜାରୀ, ଧନସିଂ ତନ୍ତୀ ଓ ବିକାଶ ରଞ୍ଜନ ନିଶଙ୍କ ଓ ୫୫ ଜଣ ବୁଥ ସ୍ତରୀୟ ଅଧିକାରୀ ମାନେ ତାଲିମ ନେଇଥିଲେ | ଉକ୍ତ କାର୍ଯ୍ୟକ୍ରମକୁ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

Soorya Krishnamoorthy was honoured with Bharat Muni Samman on the last day of 15th Bharat Muni Samman closing ceremony.

masiha

କୁଷ୍ଠ ରୋଗ ଚିହ୍ନଟ ଏବଂ ଆରୋଗ୍ୟ ନେଇ କର୍ମଶାଳା ଅନୁଷ୍ଠିତ

masiha

ପାରିବାରିକ ସଂକଟକୁ ଜିତି ମାଟ୍ରିକରେ A1 ଗ୍ରେଡ୍—ପୂଜା ସ୍ୱାଇଁ ବ୍ଲକ ଟପ୍ପର

Leave a Comment

error: Content is protected !!