ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ନୂତନ ବନାଞ୍ଚଳ ଅଧିକାରୀ ଙ୍କ ଯୋଗଦାନ 

ଡାବୁଗାଁରେ ନୂତନ ବନାଞ୍ଚଳ ଅଧିକାରୀ ଙ୍କ ଯୋଗଦାନ 

ଡାବୁଗାଁ, ୧୨/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦରମହକୁମାରେ ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ରାମ ଚନ୍ଦ୍ର ଭତ୍ରା ଯୋଗଦାନ କରି ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିଛନ୍ତି l ଏଥି ପୂର୍ବରୁ ସେ କୋରାପୁଟ ଜିଲା ମୂଖ୍ୟ କାର୍ଯ୍ୟାଳୟ କାର୍ଯ୍ୟରତ ଥିଲେ । ଆଗାମୀ ଦିନର ଡାବୁଗାଁ ବନାଞ୍ଚଳ ଅଧୀନରେ ଥିବା ବନାଞ୍ଚଳ କିପରି ସୁରକ୍ଷିତ ରହିବ, ତା ପ୍ରତି ଧ୍ୟାନ ଦିଆଯିବ ବୋଲି ମତ ବ୍ୟକ୍ତ କରିଥିଲେ । ପୂର୍ବରୁ ଅସୀତ କୁମାର ସାହୁ ଡାବୁଗାଁ ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ତାଙ୍କର ବର୍ତ୍ତମାନ ଝରିଗାଁ ବନାଞ୍ଚଳକୁ ବଦଳି ହୋଇଛନ୍ତି l ନୂତନ ବନାଞ୍ଚଳ ଅଧିକାରୀ ଙ୍କୁ ସମସ୍ତ କର୍ମଚାରୀ ମାନେ ସ୍ଵାଗତ କରିଥିଲେ | ଏହି ସ୍ଵାଗତ ସମୟରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ମୈଦଲପୁର ବନପାଳ ମଧୁସୂଦନ ପାତ୍ର ଓ ଜଟାବାଲ ବନପାଳ ବିଷ୍ଣୁ ବିଶୋଇ, ବନରକ୍ଷୀ ତାପସ ରଞ୍ଜନ ପଟ୍ଟନାୟକ, କାର୍ତ୍ତିକ ମାଝି, ଉମାଶଙ୍କର ମିଶ୍ର, ବସନ୍ତ ନାୟକ, ରିତାରାଣୀ ବିଶ୍ଵାସରାୟ, ସରସ୍ଵତୀ ମେହେର, ମଧୁସ୍ମିତା ତ୍ରିପାଠୀ, ଅନିତା ହିଆଲ ଓ ଶସ୍ମିତା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଜିଜ୍ଞାସା କର୍ମଶାଳାର ଉଦ୍‌ଯାପନ ଦିବସ

masiha

କୋକସରା ବ୍ଲକ ଆତ୍ମା ପକ୍ଷରୁ କୃଷକ ଗୋଷ୍ଠିଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!