ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବୟତ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କବୟତ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର:(୮|୩)(ରବି ନାରାୟଣ ମହାନ୍ତି) ଭାଗୀରଥି ପାତ୍ର ସ୍ମୃତି ସଂସଦ ଓ ଅଇଲି ବୋଲା ସାଂସ୍କୃତିକ ପରିଷଦ ର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ କବୟତ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ବିୟୋଗରେ ସ୍ଥାନୀୟ ସାଇ କେୟାର ଶିକ୍ଷାନୁଷ୍ଠାନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ବରିଷ୍ଠ କବି ନାରାୟଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ଦୁର୍ଗା ପ୍ରସାଦ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । ରାମ ପ୍ରସାଦ ପାତ୍ର ପ୍ରାକ୍ ସୂଚନା ଦେଇଥିଲେ। ସୁଶ୍ରୀ ସଂଯୁକ୍ତା ଶକୁନ୍ତଳା ଓ ଶରତ ଚନ୍ଦ୍ର ତ୍ରିପାଠୀ ଙ୍କ ସନ୍ତାନ ଥିଲେ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ବଡ଼ ନାତୁଣୀ ଥିଲେ। ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ, ଆକାଶବାଣୀ ଜୟପୁର ର ପ୍ରଥମ ମହିଳା ଗୀତିକାର, ଲେଖିକା ତଥା ଜଣେ ଜ୍ୟୋତିର୍ବିଦ୍ୟା ବିଶାରଦ ଥିଲେ। ଏହି ଅବସରରେ ସଂଯୁକ୍ତା ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ଓ ଅମର ଆତ୍ମାଙ୍କ ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଙ୍କ ନିଜସ୍ଵ ରଚିତ ଗୀତିକବିତା ସଂକଳନ “ସ୍ୱର୍ଗାଦପି ଗରୀୟସୀ” ଲୋକାର୍ପିତ ହୋଇଥିଲା। ସଂଯୁକ୍ତା ଙ୍କ ପରିବାରର ସଦସ୍ୟ ଆଦିତ୍ୟ ବିକ୍ରମ ତ୍ରିପାଠୀ ମଞ୍ଚାସୀନ ଥିଲେ । ଉପସ୍ଥିତ ସମସ୍ତ କବି, କବୟତ୍ରୀ, ସଜ୍ଜନ ଓ ସଂଯୁକ୍ତା ତ୍ରିପାଠୀଙ୍କ ଆତ୍ମୀୟ ମାନଙ୍କୁ ସଂଯୁକ୍ତାଙ୍କ ପରିବାର ତରଫରୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ସଂଯୁକ୍ତାଙ୍କ ରଚନାରୁ ଶ୍ରୀ ଗଣେଶ ବନ୍ଦନା କଣ୍ଠଶିଳ୍ପୀ ଟି. ନିବେଦିତା ଓ ଶ୍ରୀ କୃଷ୍ଣ ଭଜନ କଣ୍ଠଶିଳ୍ପୀ କସ୍ତୁରୀ ରଥ ପରିବେଷଣ କରିଥିଲେ । ମୁନ୍ନା ତ୍ରିପାଠୀ, ଡଃ ଵିଜୟ କୁମାର ମିଶ୍ର, ହର ପ୍ରସାଦ ଦାଶ, ନିରଞ୍ଜନ ମିଶ୍ର, ବିଜୟ ଚୌଧୁରୀ, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଝରଣା ପଟ୍ଟନାୟକ, ପର୍ଶୁରାମ ସାହୁ, ସ୍ମୃତି ପଣ୍ଡା, ମନୋଜ କୁମାର ପଟ୍ଟନାୟକ, ଶିବ ଶଙ୍କର ତ୍ରିପାଠୀ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ଶର୍ମିଷ୍ଠା ଦେଓ, ତ୍ରିପତି ବାଲାଜୀ ସାହୁ, ସଙ୍ଗୀତା ତ୍ରିପାଠୀ, ରମଣୀ ରଞ୍ଜନ ତ୍ରିପାଠୀ, କୃଷ୍ଣ ପ୍ରସାଦ ରଥ, ସ୍ୱର୍ଣ୍ଣଲତା ପଟ୍ଟନାୟକ, ଆଦିତ୍ୟ ବିକ୍ରମ ତ୍ରିପାଠୀ ପ୍ରମୁଖ ଶ୍ରଦ୍ଧା ସୁମନ ଜଣାଇ ସ୍ମୃତି ଚାରଣ କରିଥିଲେ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଥିବା କବିତା ଗୁଡ଼ିକ ବାସନ୍ତୀ ଲତା ଜେନା, ପି. ରବିକାନ୍ତ ରଘୁରାମ, ରୀତା ମହାନ୍ତି, ସୁଶୋଭିତା ମେରିଲିନ ତୁରୁକ, ପ୍ରଭଞ୍ଜନ ତ୍ରିପାଠୀ ପାଠ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସ୍ୱର୍ଣ୍ଣଲତା ପଟ୍ଟନାୟକ, ତ୍ରିପତୀ ବାଲାଜୀ ସାହୁ, ପ୍ରଭଞ୍ଜନ ତ୍ରିପାଠୀ, ପି. ରବିକାନ୍ତ ରଘୁରାମ ଓ ସାଇ କେୟାର ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଶ୍ଵ ହାତଧୁଆ ଦିବସ ପାଳିତ 

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା 

masiha

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରସ୍ତ ନେଇ ରେଳ ଵିଭାଗ ତତ୍ପର

masiha

Leave a Comment

error: Content is protected !!