ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

*ତଳଜାରିଂ ଆଇ ପି ଏଲ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଲେ ନାନ୍ଦୋଲ୍ ପଞ୍ଚାୟତ ବାସି

*ତଳଜାରିଂ ଆଇ ପି ଏଲ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଲେ ନାନ୍ଦୋଲ୍ ପଞ୍ଚାୟତ ବାସି

ଜୁନାଗଡ଼୧୨/୮(ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ବ୍ଲକ ଅନ୍ତର୍ଗତ ତଳଜାରିଂ ଠାରେ ଅବସ୍ଥିତ ଥିବା ଆଇ ପି ଏଲ କମ୍ପାନୀ ମୁଖ୍ୟ ଗେଟ୍ ସମ୍ମୁଖରେ ନାନ୍ଦୋଳ ପଞ୍ଚାୟତର ବାଦଲ ଦେଇ , ନାନ୍ଦୋଲ୍ ର ଶତାଧିକ ମହିଳା, ପୁରୁଷ ଏବଂ ଅଞ୍ଚଳର ଶିକ୍ଷିତ ଯୁବକ ମାନେ ଆସି ତିନି ଗୋଟି ଦାବି ନେଇ ଏକ ଶାନ୍ତି ପୂର୍ଣ୍ଣ ଧାରଣ ଦେଇଥିଲେ । ତାଙ୍କର ପ୍ରଥମ ଦାବି ଉକ୍ତ ଆଇପିଏଲ କମ୍ପାନୀ ର ସଂସ୍ପର୍ଷ ରେ ଆସି ସିଧା ସଳଖ ଶଗଡ଼ ନଦୀ ରେ ଯୋଡ଼ି ହୋଇଥିବା ଖାମାର ନାଳ ଦେଇ ସିଧା କମ୍ପାନୀରୁ ବାହାରୁଥିବା ଦୂଷିତ ପାଣି ଛାଡୁଥିବା ରୁ ଅଞ୍ଚଳ ରେ ଥିବା ଜୀବ ଜନ୍ତୁ ପିଇବା ସହିତ ଚାଷ କାମରେ ବ୍ୟବହାର କରି ନାହିଁ ନଥିବାର ଅସୁବିଧା କୁ ସାମ୍ନା କରୁଥିବାର ଅଭିଯୋଗ ହେଉଛି।ଦ୍ୱିତୀୟ ଦାବି ଆମର ଜଙ୍ଗଲ ଆମର ଜମି ଯାଇକରି ବି ଆମର ଅଞ୍ଚଳର ପିଲା ମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଚାକିରି ରେ ନିଯୁକ୍ତି କରୁନଥିବାରୁ ଅଭିଯୋଗ ।ତୃତୀୟ ଦାବି ଅଞ୍ଚଳରେ ଗୋଟେ ଆଇଟିଆଇ ତାଲିମ କେନ୍ଦ୍ର ଖୋଲିବା ଦାବି ରଖିଥିଲେ ।ଏସବୁ ଦାବିକୁ ଯଦି ଅଣଦେଖା କରିବେ ତାହେଲେ ଆଗାମୀ ଦିନରେ ରାଜା ରାସ୍ତାରେ ଓହ୍ଲାଇବେ ବୋଲି ମତପ୍ରକାଶ କରିଥିଲେ ।ତେବେ ଦେଖିବାକୁ ବାକି ରହିଲା କେତେ ତତ୍ପରତା ଦେଖାଉଛି ଆଇ ପି ଏଲ କମ୍ପାନୀ ଅଞ୍ଚଳବାସୀଙ୍କ ସ୍ବାର୍ଥ ନିମନ୍ତେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ନର୍ଲା ଠାରେ ସମିତି ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଅନୁଷ୍ଠିତ 

Sunil Chandra Nayak

୧୧ ଦଫା ଦାବିନେଇ ରାଜରାସ୍ତାରେ ଗର୍ଜିଲା ଭାରତୀୟ ମଜଦୁର ସଂଘ 

Sunil Chandra Nayak

ଝରାଡିହି ଵହଳଦା ରୋଡ଼ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ବୃଦ୍ଧ ମୃତ

masiha

Leave a Comment

error: Content is protected !!