ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ନବୋଦୟ ବିଦ୍ୟାଳୟ ଠାରେ ପଦ୍ମଶ୍ରୀ ପଟ୍ଟାୟତ ସାହୁଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା 

ରୁପ୍ରା, ୪/୨ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ଜବାହର ନବୋଦୟ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି କଳାହାଣ୍ଡି ଜିଲ୍ଲାର ଗର୍ବ ଓ ଗୌରବ ତଥା ଅକ୍ଷାତ ପଲ୍ଲୀର ପ୍ରଖ୍ୟାତ ବୈଦ୍ୟ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜୁନାଗଡ ବ୍ଲକ୍ ନାନ୍ଦୋଲ୍ ଗ୍ରାମର ପଟ୍ଟାୟତ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଅଧକ୍ଷ ଚିନ୍ତାମଣି ଦ୍ବିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ପଦ୍ମଶ୍ରୀ ଶ୍ରୀ ସାହୁଙ୍କୁ ପାଛୋଟି ନେବାସହ ପୁଷ୍ପ ଗୁଛ ଦେଇ ଆସନ ଅଳଙ୍କୃତ କରାଇଥିଲେ । ପରେ ପରେ ବାଗଦେବୀ ସରସ୍ଵତୀ ମା’ଙ୍କ ପୂଜାର୍ଚ୍ଚନା କରିବା ପରେ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ଚିନ୍ତାମଣି ନାଏକ ଓ ଅଜୟ କୁମାର ସେନାପତି ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟର ଛାତ୍ରୀ ସୋନମ ମହାପାତ୍ର ଓ ଛାତ୍ର କୁମାର ଅଂଶୁମାନ ପଦ୍ମଶ୍ରୀ ଶ୍ରୀ ସାହୁଙ୍କ ଜୀବନିକା ଓ ତ୍ୟାଗ ଉପରେ ଆଲୋକପାତ କରିଥିଲେ । ମଞ୍ଚ ପରିଚାଳନା ଶିକ୍ଷକ ଦୁର୍ଗା ଚରଣ ନନ୍ଦ କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ପଟ୍ଟାୟତ ସାହୁଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ତାମଣି ଦ୍ୱିବେଦୀ ଉପଢୌକନ ଓ ପୁଷ୍ପଗୁଚ୍ଛ ଅର୍ପଣ କରି ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏଭଳି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଶ୍ରୀ ସାହୁ ଯୋଗଦାନ କରି ନିଜର ବକ୍ତବ୍ୟ ଉପସ୍ଥାପନ କରି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେବାସହ ଆୟୁର୍ବେଦିକ ବୃକ୍ଷଲତା ବିଦ୍ୟାଳୟ ପରିସରରେ ଲଗାଇବା ପାଇଁ ଅନୁରୋଧ କରିଥିଲେ । ଶେଷରେ ଶିକ୍ଷକ ମାନସ ସେନାପତି ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

କୂଅରେ ପଡି ୫ ବର୍ଷର ଶିଶୁର ମୃତ୍ୟୁ 

masiha

ରାଉରକେଲା କଲେଜରେ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ମୁକ୍ତ ସଚେତନା କାର୍ଯ୍ୟକ୍ରମ

Leave a Comment

error: Content is protected !!