ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ ନୂତନ ଶବ ବ୍ୟବଚ୍ଛେଦ ଗୃହ ଉଦଘାଟିତ

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ ନୂତନ ଶବ ବ୍ୟବଚ୍ଛେଦ ଗୃହ ଉଦଘାଟିତ

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ପରିସର ରେ ନୂତନ ଭାବେ ନିର୍ମିତ ହୋଇ ଥିବା ଶବ ବ୍ୟବଚ୍ଛେଦ ଗୃହ ଆଜି ଉଦଘାଟିତ ହୋଇଛି । ଧରମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ସେବା ସମିତି ସଭାପତି ତଥା ରୋଗୀ କଲ୍ୟାଣ ସମିତି ସଦସ୍ୟ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ହିମାଂଶୁ ଶେଖର ପଣ୍ଡା, ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ, ହସପିଟାଲ ମେନେଜର ସୁମେଶ୍ୱର ନାଏକ, ଆକାଉଣ୍ଟାଣ୍ଟ ବିଜେନ୍ଦ୍ର ସିଂ, ସହକାରୀ ଯନ୍ତ୍ରୀ ସମରେନ୍ଦ୍ର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ଦିନ ଧରି ଏକ କାମଚଳା ଘରେ ଶବ ବ୍ୟବଚ୍ଛେଦ ହେଉଥିଲା। ନବ ନିର୍ମିତ ପୋଷ୍ଟମର୍ଟମ ଗୃହ ରେ ପୋଷ୍ଟମର୍ଟମ ସୁବିଧା ସହିତ ମୃତଦେହ ସଂରକ୍ଷଣ (ଫ୍ରିଜ)କକ୍ଷ, ପ୍ରତୀକ୍ଷାଳୟ ସହ ଶୌଚାଳୟ ବ୍ୟବସ୍ଥା ଉପଲବ୍ଧ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜିଲ୍ଲା ଆଦିମ ଜନଜାତି ଯୁଆଙ୍ଗ ମହାସଂଘ ର ପରିବାର ତଥ୍ୟ ସାରଣୀ ସଂଗ୍ରହ 

Sunil Chandra Nayak

Grand Festivities Set to Begin at JK Pur Dussehra 2025

Sunil Chandra Nayak

ବଳଦିଆମାଳ ଏମ କେ ଏମ ଇଂରାଜୀ ମିଡିୟମ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ 

masiha

Leave a Comment

error: Content is protected !!