ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

ରାୟଗଡ – ୨୩.୩.୨୫//ରାୟଗଡ: ରାୟଗଡ ସହର ସ୍ଥିତ ସାଇପ୍ରିୟା ନଗରରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ପଥଚାରୀ ଓ ଜନସାଧାରଣଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ କରାଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ବନ ବିଭାଗ ର ରେଞ୍ଜର ଶ୍ରୀ କାମେଶ୍ଵର ଆଚାରୀ ଯୋଗ ଦେଇ ପ୍ରବଳ ଗ୍ରୀଷ୍ମପ୍ରବାହରେ ସାଇପ୍ରିୟା ୱେଲଫର ଟ୍ରଷ୍ଟର ଏପରି ଜନହିତକର କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ସହ ସାଇପ୍ରିୟା ଟ୍ରଷ୍ଟ ତରଫରୁ ଅନେକ କାର୍ଯ୍ୟକ୍ରମ ପ୍ରଶଂସା କରିଥିଲେ । ପ୍ରାୟ ତିନି ହଜାର ପଥଚାରୀଙ୍କୁ ଦହି ପଣା ଓ ତରଭୁଜ ବଣ୍ଟନ କରାଯାଇଥିଲା । ସୂଚନଯୋଗ୍ୟ ଯେ, ଦିର୍ଘ ବାର ବର୍ଷ ହେଲା ଉତ୍କଳ ଦିବସରେ ପ୍ରତିବର୍ଷ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭ୍ୟ ଜି. ବ୍ରହ୍ମାଜି, ସଭ୍ୟ ଲାଡ଼ି ଚନ୍ଦ୍ରମୌଳି, ସନ୍ୟାସି ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ପାଢ଼ୀ ,ଅରୁଣ କୁମାର ସାହୁ ,ଭକ୍ତ ବଲ୍ଲଭ ପଟ୍ଟନାୟକ ,ପ୍ରଦୀପ ଦାସ,ଆନନ୍ଦ ଗୌଡ଼ ,ବିଜୟ ପାତ୍ର ,ଶଙ୍କର ରାଓ ,ଦାମ ବାବୁ ,ଜି ,ଭି ,ଭି ,ପ୍ରସାଦ , ସଭ୍ୟା ଗୀତା ରାଣୀ ମିଶ୍ର ଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶାନ୍ତପୁର ସରପଞ୍ଚଙ୍କ ଦୁଃଖଦ ମ୍ରୁତ୍ୟୁ, ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ଧାମରା ସଂଘର ବସନ୍ତ କବିତା ଆସର ଓ ବିଜୁବାବୁଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତୁ

masiha

Leave a Comment

error: Content is protected !!