ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କ୍ଷୁଦ୍ରଶସ୍ଯ କୁଇଜ ଏବଂ କ୍ରୀଡା ପ୍ରତିଯୋଗିତା

ନବରଙ୍ଗପୁର-(ମସିହା)ଆନ୍ତର୍ଜାତୀୟ କ୍ଷୁଦ୍ରଶସ୍ଯ ବାର୍ଷିକ ମୋହତ୍ସବ ୨୦୨୩ ପାଳନ ଉପଲକ୍ଷେ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟ।ଳୟ ଦ୍ଵାରା ଓଡିଶା ମିଲେଟ ମିଶନ ମାଧ୍ୟମରେ ତା ୦୭-୦୭-୨୦୨୩ ରିଖରେ ସରକାରୀ ଲାଲବାହାଦୁର ଉଚ୍ଚ ବିଦ୍ୟାଳୟ,ପାପଡାହାଣ୍ଡି ବ୍ଲକ ଠାରେ କ୍ଷୁଦ୍ରଶସ୍ଯ କୁଇଜ ପ୍ରତିଯୋଗିତା ଏବଂ ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୃଷି ଜିଲ୍ଲା ଅଧିକାରୀ ଓ ନୋଡାଲ ଅଧିକାରୀ ଶ୍ରୀ ଜି. ଭେଙ୍କଟ ରେଡ୍ଡୀ, ପ୍ରଧାନ ଶିକ୍ଷତ୍ରୀ, ଲାଲବାହାଦୁର ଉଚ୍ଚ ବିଦ୍ୟାଳୟ,ପାପଡାହାଣ୍ଡି ଶ୍ରୀମତୀ ଭାରତୀ ବିଶୋଇ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ମୃତୁନଜୟ କନ୍ଦପାନ (ଓଏମଏମ), ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ବି. ରାଜେଶ୍ଵର ସ୍ଵାମୀ (ଓଏମଏମ), DOST NGO, ପାପଡାହାଣ୍ଡିର କର୍ମକର୍ତ୍ତା ବୃନ୍ଦ ଏବଂ ଉଚ୍ଚ ବିଦ୍ୟାଳୟ ଅଧିକାରୀଙ୍କ ଉପସ୍ଥିତିରେ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ନେଇ କ୍ଷୁଦ୍ରଶସ୍ଯ କୁଇଜ ପ୍ରତିଯୋଗିତା, କବାଡି ଏବଂ ଭଲିବଲ ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଡ଼ିଓ ଶ୍ରୀ ଜି. ଭେଙ୍କଟ ରେଡ୍ଡୀ ଉପସ୍ଥିତ ପ୍ରତିଯୋଗୀଙ୍କୁ ଆନ୍ତର୍ଜାତୀୟ କ୍ଷୁଦ୍ରଶସ୍ଯ ବାର୍ଷିକୀ ପାଳନର ମହତ୍ଵ, କ୍ଷୁଦ୍ରଶସ୍ଯର ପୋଷକତତ୍ତ୍ଵ, ଓଡିଶା ମିଲେଟ ମିଶନର ଲକ୍ଷ୍ୟ ଉଦ୍ଦେଶ୍ୟ ବୁଝାଇ ଥିଲେ। ପ୍ରତିଯୋଗିତାରେ ପ୍ରାୟ ୯୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ପ୍ରତିଯୋଗିତାରେ ବିଜଯ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା। ପ୍ରତିଯୋଗିତା କାର୍ଯ୍ୟକ୍ରମ ପରେ କ୍ଷୁଦ୍ରଶସ୍ଯରେ ପ୍ରସ୍ତୂତ ବିଭିନ୍ନ ବ୍ୟଞ୍ଜନ ଯଥା ମାଣ୍ଡିଆ ପକୁଡି, ମାଣ୍ଡିଆ ବରା, ଏବଂ କାଙ୍ଗୁ ଖିରୀ ଇତ୍ୟାଦି ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରଯାଇଥିଲା। ଏହା ବ୍ଯତୀତ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ, ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ପରିଶେଷରେ ଜି. ଭେଙ୍କଟ ରେଡ୍ଡୀ ଏବଂ ଶ୍ରୀମତୀ ଭାରତୀ ବିଶୋଇ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଯୁବ ଖେଳାଳି ମାନଙ୍କ ଖେଳରେ ବିମୋହିତ ଅଂଚଳର କ୍ରୀଡା ପ୍ରେମୀ

Sunil Chandra Nayak

ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଯାପିତ 

Sunil Chandra Nayak

ଡୋଭା ଗ୍ରାମରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!