ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ 

ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ 

ଅଦ୍ୟ ତା. 22.09.2025 (ସୋମବାର ) ସୁନ୍ଦରଗଡ଼ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଙ୍ଗଠନ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ପ୍ରତିଯୋଗିତା 2025-26 ( 14 ବର୍ଷରୁ କମ ବର୍ଗର ଉଭୟ ବାଳକ ଓ ବାଳିକା )ର ଉଦ୍ ଘାଟନୀ ଉତ୍ସବ ତଥା 17 ବର୍ଷରୁ କମ ବାଳକ ଓ ବାଳିକା ବର୍ଗର ଉଦଯାପନି ଉତ୍ସବ ର ମୁଖ୍ୟ ଅତିଥି ଭାବରେ ଓଡ଼ିଶା ତିରନ୍ଦାଜ ସଂଘର ଉପସଭାପତି ଶ୍ରୀଯୁକ୍ତ ବଟକିଶୋର ମିଶ୍ର , ଶ୍ରୀଯୁକ୍ତ ସାଦନନ୍ଦ ପ୍ରଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁନ୍ଦରଗଡ଼ ସଭାରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଦଳ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ସ୍ଥାନୀୟ SBIର ମୁଖ୍ୟ ପବନ୍ଧକ ଶ୍ରୀଯୁକ୍ତ ସୁପ୍ରିୟ ଖୁଣ୍ଟିଆ ତଥା PNB ର ଶାଖା ପ୍ରବନ୍ଧକ ନବୀନ କୁମାର ରଜକ ଏବଂ ଅଲେକ୍ସଜେଣ୍ଡର ଏକକା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଆରମ୍ଭରେ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପଟେଲ ପ୍ରଧାନ ଶିକ୍ଷକ ମିଉନିସିପାଲ ଉଚ୍ଚ ବିଦ୍ୟାଳୟ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ପରେ ଶ୍ରୀଯୁକ୍ତ ଜ୍ୟୋତି ପ୍ରସାଦ ପରିଡା ଏ. ଡି . ପି . ଇ . ବିବରଣୀ ପଠନ କରିଥିଲେ । ଆଜିର ପ୍ରତିଯୋଗିତାରେ 14 ବର୍ଷରୁ କମ ବାଳକ ଓ ବାଳିକା ବିଭାଗର 8 ଟି ଦଳ ଓ ତିରନ୍ଦାଜୀରେ 6 ଟି ଜିଲ୍ଲାର ଉଭୟ ବାଳକ ଓ ବାଳିକା ଯୋଗଦାନ କରିଥିଲେ । ଉଦ୍ ଯାପାନୀ ଉତ୍ସବରେ 17 ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବିଭାଗର ସୁନ୍ଦରଗଡ଼ ଦଳ ଚ୍ଯାମ୍ପିୟନ ହୋଇଥିଲା ବେଳେ ସମ୍ବଲପୁର ଦଳ ଋଣନର୍ସ ଅପ୍ ହୋଇଥିଲେ । 

ଶେଷରେ ଶ୍ରୀଯୁକ୍ତ ଅଜୟ କୁମାର ପ୍ରଧାନ ଡି . ପି . ଇ. ଓ. , ସୁନ୍ଦରଗଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାକୁ ଡା. ବିଭୀଷଣ ବାରିକ ପରିଚାଳନା କରିଥିଲେ । 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲୁଙ୍କେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଟାଟା ୧୧ ସିତାଡିହା କ୍ରିକେଟ ଟିମ ଚମ୍ପିଆନ

masiha

ସପ୍ତମ ଦିନରେ ଫୁଟବଲ ମହାକୁମ୍ବ

masiha

କଳାହାଣ୍ଡି କପ ପାଇଁ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

Sunil Chandra Nayak

Leave a Comment

error: Content is protected !!