ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଋତୁସ୍ରାବ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ

ଋତୁସ୍ରାବ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା: ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ତରଫରୁ ଋତୁସ୍ରାବ ସମ୍ପର୍କୀତ ଏକ ସଚେତନତା କାର୍ମଶାଳା ଜଗଦା ସ୍ଥିତ ନୀଳଶୈଳ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡା.ଲିଜା ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହିଳା ମାନଙ୍କ ଋତୁସ୍ରାବ ସମୟରେ ଦେଖା ଯାଉଥିବା ସମସ୍ୟା ଓ ଏହାର ନିରାକରଣ ତଥା ପିରିୟଡ଼ ସମୟରେ ସ୍ବଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୧୭ଜଣ ଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ମହାବିଦ୍ୟାଳୟର ଡ଼ଃ ଲୁନା ଜେନା,ଡ଼ଃ ସୁମନ ସାହୁ, ଅର୍ଚ୍ଚନା ଭୋଇ, ସୁଶ୍ରୀ କରୁନା କେରକେଟା, ସୁଶ୍ରୀ ପ୍ରିୟଙ୍କା ପୂର୍ତ୍ତି ଓ ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ତରଫରୁ ରୋଟାରିଆନ ପୁତୁଲ ରାହୁଲ, ରୋଟାରିଆନ ନିବେଦିତା ମହାନ୍ତି, ରୋଟାରିଆନ ରଶ୍ମି ମିଶ୍ର, ରୋଟାରିଆନ ରଶ୍ମି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦିନିକିଆ ନର୍ଲା ଗସ୍ତରେ ୫ ଟି ସଚୀବ ବି. କେ. ପାଣ୍ଡିଆନ୍

ଗୁଣପୁର ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳିତ  ମଧୁବାବୁଙ୍କୁ ଭାରତରତ୍ନ ଦେବାକୁ ପ୍ରସ୍ତାବ 

masiha

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ 1977 ମାଟ୍ରିକ ବ୍ୟାଚ ବିଦ୍ୟାର୍ଥୀ ଙ୍କ ବନ୍ଧୁ ମିଳନ 

masiha

Leave a Comment

error: Content is protected !!