ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରିପଦା ଠାରେ “ସୁସ୍ଥ ନାରୀ, ସଶକ୍ତ ପରିବାର” ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା ଠାରେ “ସୁସ୍ଥ ନାରୀ, ସଶକ୍ତ ପରିବାର” ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୟୂରଭଂଜ ତା:୨୨-୦୯-୨୦୨୫ — ଆଜି ବାରିପଦା ପୌରପାଳିକା ଅନ୍ତର୍ଗତ ମୁର୍ଗାବାଡି ସ୍ଥିତ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ “ସୁସ୍ଥ ନାରୀ, ସଶକ୍ତ ପରିବାର” ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।  ପ୍ରାରମ୍ଭରେ ଡିଏମଆରସିଏଚ ଏଲିନା ସାମଲ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ଅଭିଯାନର ଉଦେଶ୍ୟ ବିଷୟରେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେଯେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟି ସମ୍ପନ୍ନ ଚିନ୍ତାକଳ୍ପ ” ସଶକ୍ତ ପରିବାର” ଗଠନ ପାଇଁ ପରିବାରର ନାରୀ ସୁସ୍ଥତା ଉପରେ ପ୍ରାଥମିକତା ଏକ ଅଭିନଵ ପ୍ରୟାସ। ପରିବାର ସଶକ୍ତ ହେଲେ ହିଁ ରାଷ୍ଟ୍ର ସଶକ୍ତ ହେବ ବୋଲି ଉଲ୍ଲେଖ କରିଥିଲେ।

ଏହି ଅଭିଯାନରେ ବାଳିକା ଏବଂ ସବୁ ବୟସର ମହିଳାଙ୍କର ବିସ୍ତୃତ ସ୍ୱାସ୍ଥ୍ୟ ଯାଞ୍ଚ ଓ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ। ଅଣସଂକ୍ରାମକ, ଯକ୍ଷ୍ମା, ମ୍ୟାଲେରିଆ, ରକ୍ତହୀନତା, ସିକିଲସେଲ, ଥାଲାସେମିଆ ଆଦି ରୋଗର ଚିହ୍ନଟ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ବୟସାନୁଯାୟୀ ଟୀକାକରଣ କରାଯିବ। ତତ ସହିତ ଋତୁସ୍ରାବ ଜନିତ ପରିଚ୍ଛନ୍ନତା ଏବଂ ଖାଦ୍ୟରେ ତେଲ, ଚିନି କମ କରିବା ଉପରେ ସଚେତନତା ସୃଷ୍ଟି କରାଯିବ।

୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚାଲୁଥିବା ଏହି ଅଭିଯାନରେ ନିଜକୁ ସାମିଲ କରି ପ୍ରତ୍ୟେକ ମହିଳା ଓ ବାଳିକାମାନେ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ କରାଇବା ପାଇଁ ପରାମର୍ଶ ଦେଇଥିଲେ.ଏହି ସେବା ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରରେ ଉପଲବ୍ଧ ହେବ। ତେଣୁ ଏହାର ସମ୍ପୂର୍ଣ୍ଣ ସୁଯୋଗ ନେବା ପାଇଁ ପରାମର୍ଶ ଦେଇଥିଲେ। ମଂଚାସୀନ ଅନ୍ୟାନ୍ୟ ଅତିଥି ବୃନ୍ଦ ମଧ୍ୟ ଏହି ଅଭିଯାନର ବିଭିନ୍ନ ଉପକାରୀ ଦିଗ ଉପରେ ଆଲୋକପାତ କରି ସୁଚିନ୍ତିତ ମତାମତ ରଖିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା କିଶୋର କୁମାର ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, ଡିଏମଓ ଡା ମାନସ ଦଣ୍ଡପାଟ, ଏ ଡି ପି ଏଚ ଓ(ଭିବିଡି) ଡା. ବିଜୟ କୁମାର ଦାଶ, ଡି ପି ଏଚ ଓ ଡା ସୁବାସ ନାୟକ, ଏଡିପିଏଚଓ ଡା ସୁନନ୍ଦା ମିଶ୍ର, ଷ୍ଟେଟ ପ୍ରୋଗ୍ରାମ ମ୍ୟାନେଜେର ଅଦୈତା ପ୍ରଧାନ, ଷ୍ଟେଟର ବରିଷ୍ଠ ଉପଦେଷ୍ଟା ଡା ବିଜୟ ସ୍ୱାଇଁ, ଡିପିଏମ ଏନ ଏଚ ଏମ ଅନିଲ କୁମାର ମହାନ୍ତି, ଜିଲ୍ଲା ଭିବିଡି ର ଉପଦେଷ୍ଟା ତପନ କୁମାର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ରାଇୟଙ୍ଗପୁର ପ୍ରସିଦ୍ଧ ୩୯ ତମ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବିଧାୟକଙ୍କ କରକମଳରେ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

REVENUE INSPECTOR OF KALOSIHIRA CIRCLE UNDER KUARMUNDA TAHASIL, DIST-SUNDARAGADA NABBED BY ODISHA VIGILANCE WHILE TAKING BRIBE FOR ISSUANCE OF LAND DEMARCATION REPORT

Sunil Chandra Nayak

Leave a Comment

error: Content is protected !!