ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଣ୍ଟାବାଞ୍ଜିରେ ଓଡ଼ିଶା ଜନତା କଂଗ୍ରେସର ମହା ଗଣସମାବେଶ । “ଓଡ଼ିଆଙ୍କ ପାଇଁ ଓଡ଼ିଶା” ନାରା ଦେଲେ ସଭାପତି ମହମ୍ମଦ ମୁକିମ 

କଣ୍ଟାବାଞ୍ଜିରେ ଓଡ଼ିଶା ଜନତା କଂଗ୍ରେସର ମହା ଗଣସମାବେଶ 

“ଓଡ଼ିଆଙ୍କ ପାଇଁ ଓଡ଼ିଶା” ନାରା ଦେଲେ ସଭାପତି ମହମ୍ମଦ ମୁକିମ 

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସ୍ଥିତ ଜି.ଆର୍ ପ୍ୟାଲେସ୍‌ ଠାରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ବିଶାଳ ଜିଲ୍ଲାସ୍ତରୀୟ ମହା ଗଣସମାବେଶ ଆୟୋଜିତ ହୋଇଯାଇଛି। ଏହି ସମାବେଶରେ ଦଳର ସଭାପତି ମହମ୍ମଦ ମୁକିମ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଓଡ଼ିଆଙ୍କ ପାଇଁ ଓଡ଼ିଶା” ନାରା ଦେଇ ରାଜ୍ୟର ସାମଗ୍ରିକ ଉନ୍ନତି ପାଇଁ ନୂଆ ଦିଗ ଦେଖାଇଥିଲେ।

ସଭାକୁ ସମ୍ବୋଧନ କରି ମୁକିମ କହିଥିଲେ ଯେ, ଯୁବଶକ୍ତିର ନେତୃତ୍ୱରେ କ୍ରାନ୍ତି, ନାରୀଶକ୍ତିର ପ୍ରଗତି, କୃଷକଙ୍କ ଉନ୍ନତି ଓ ନିଷ୍ପେଷିତ ଲୋକଙ୍କ ସମୃଦ୍ଧି ହେଉଛି ଦଳର ମୁଖ୍ୟ ଲକ୍ଷ୍ୟ। ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଇ ରାଜ୍ୟରେ ନୂତନ ପରିବର୍ତ୍ତନ ଆଣିବା ପାଇଁ ଦଳ ପ୍ରତିବଦ୍ଧ ବୋଲି ସେ କହିଥିଲେ।ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ଓଡ଼ିଶା ଜନତା ପାର୍ଟି ସଂଯୋଜକ ମଧୁ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀମାନଙ୍କୁ ଏକତାବଦ୍ଧ ହୋଇ ଜନସାଧାରଣଙ୍କ ସମସ୍ୟା ପାଇଁ ଲଢ଼ିବାକୁ ଆହ୍ୱାନ କରିଥିଲେ। ତୁଳସୀ ରାମ ଜଗତ ମଞ୍ଚ ପରିଚାଳନା କରିଥିଲେ।

ବଲାଙ୍ଗୀର ଜିଲ୍ଲା ସଂଯୋଜକ ରୂପେଶ ବେହେରା,ଗୁପ୍ତେଶ୍ୱର ବେହେରା,ଅରୁଣ ତାଣ୍ଡିଙ୍କ ସହ ହଜାର ହଜାର ସଂଖ୍ୟାରେ ଓଜେସି ପାର୍ଟି କର୍ମୀ,ଯୁବକ ଓ ମହିଳାମାନେ ସମାବେଶରେ ଉପସ୍ଥିତ ଥିଲେ। ସମାବେଶ ସ୍ଥଳରେ ଦଳୀୟ ସ୍ଲୋଗାନ ଓ ଉତ୍ସାହପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା।

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

ବସ୍ତାରେ ଆମ ଆଦିମ୍ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

କୋଇଲିମୁଣ୍ଡା ଓ ମାଲଗାଁ ପଂଚାୟତ ର 500 ରୁ ଉର୍ଦ୍ଧ କର୍ମୀ ଭାଜପା ରେ ମିଶିଲେ 

masiha

ହିଞ୍ଜିଳିର ବେଲଗାଁ ଓ ପୋଚିଲିମାର ଦୁଇ ମହିଳା ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

Leave a Comment

error: Content is protected !!