ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରପଞ୍ଚ ଙ୍କ ଅନୁପସ୍ଥିତିରେ ପଞ୍ଚାୟତ ସମିତି ବୈଠକ

ସରପଞ୍ଚ ଙ୍କ ଅନୁପସ୍ଥିତିରେ ପଞ୍ଚାୟତ ସମିତି ବୈଠକ

ତେନ୍ତୁଳିଖୁଣ୍ଟି-୧୫/୦୯/୨୩-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏମ ପି ରମେଶ ମାଝୀ ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ଉପସ୍ଥିତିରେ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ବୈଠକ ଆରମ୍ଭରୁ ହିଁ ସରପଞ୍ଚ ଙ୍କ ଅନୁପସ୍ଥିତ କୁ ନେଇ ତୁ ତୁ ମେ ମେ ହୋଇଥିବାର ଦେଖାଯାଇଥିଲା ।ବିଧାୟକ ସଦାଶିବ ପ୍ରଧାନୀ ଓ ଏମପି ରମେଶ ଚନ୍ଦ୍ର ମାଝୀ ପ୍ରଥମେ ବାପୁ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ୱଳନ ପରେ ଗ୍ରାମ ପଞ୍ଚାୟତ ଅଧିକାରୀ ମଣ୍ଟୁ ସ୍ୱାଇଁ ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ ।ସମିତି ସଭ୍ୟ ଦେଇଥିବା ଉନ୍ନୟନ ପ୍ରକଳ୍ପ ଗୁଡ଼ିକ ବିବରଣୀ ରେ ସ୍ଥାନ ପାଇନଥିବାରୁ ଅନେକ ସଭ୍ୟ କ୍ଷୋଭପ୍ରକାଶ କରିଥିଲେ ଏବଂ ପୂର୍ବ ବିଡ଼ିଓ ଙ୍କ ଚଞ୍ଚକତା କରିଥିବା ନେଇ ବ୍ଲକ ଉପାଧକ୍ଷ ରାଜେନ୍ଦ୍ର ବିଶୋୟୀ ମତପ୍ରକାଶ କରିଥିଲେ ।ମଞ୍ଚାଗାଁ ପଞ୍ଚାୟତ ଅଧୀନରେ ଥିବା ଜଳଭଣ୍ଡାର ଅପର ପାର୍ଶ୍ଵରେ ବିଦ୍ୟାଳୟ ଗୃହ ଓ ରାସ୍ତା ବିଷୟରେ ଏମପି ଜାଣିବାକୁ ଚାହିଁଥିଲେ ଟିଣ ଘରେ ବିଦ୍ୟାଳୟ ଚାଲିଛି ନୂତନ କୋଠା ପାଇଁ ବ୍ୟବସ୍ଥା କରାଯାଉଥିବା ବିଡ଼ିଓ ମନୋଜ ପାଣିଗ୍ରାହୀ କହିଥିଲେ। 

 ମଞ୍ଚାଗାଁ ସମିତି ସଭ୍ୟା ପ୍ରଭାତୀ କନ୍ଧ ସ୍ୱଚ୍ଛ ଭାରତ ମିଶନ ଆଲୋଚନାକୁ କେନ୍ଦ୍ର କରି ସମ୍ମିଳନୀ କକ୍ଷରେ ଟୟଲେଟ ର ଅବ୍ୟବସ୍ଥା କୁ ନେଇ ପ୍ରଶ୍ନ କରିଥିଲେ ବିଡ଼ିଓ ସପ୍ତାହ ମଧ୍ୟରେ ସମଧାନଂକରିବାକୁ ପ୍ରତିଶୃତି ଦେଇଥିଲେ।5ଟି ବିଦ୍ୟାଳୟ ଗୁଡ଼ିକ ର ସରକାର ଙ୍କ ନିର୍ଦେଶ କ୍ରମେ ବିନା ଏଷ୍ଟିମେଣ୍ଟ ରେ କାର୍ଯ୍ୟ କରିଥିବା ବେଳେ ବିଲ ହୋଇପାରୁନଥିବା ଅଭିଯୋଗ ହୋଇଥିଲା। ବ୍ଲକ ର ଅନେକ ଖରାପ ରାସ୍ତା ଖୁବଶୀଘ୍ର ହେବ ବୋଲି ମତ ପ୍ରକାଶ କରିଥିଲେ।ଝରିଗୁମ୍ମା ବିଦ୍ୟାଳୟ ଠାରୁ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ଏବଂ ମୁଷାମୁଣ୍ଡି ଗୁଡା ରାସ୍ତା ର ଠିକାଦାର ଙ୍କ ମାନମାନୀ କୁ ନେଇ ସାଂସଦ ,ବିଧାୟକ ବିଭାଗୀୟ ଅଧିକାରୀ ଙ୍କୁ ବିଗିଡି ଥିଲେ ।ପ୍ରକାଶ ଥାଉକି ଉକ୍ତ ରାସ୍ତାରେ ଆଦର୍ଶ ବିଦ୍ୟାଳୟ ରହିଥିବା ବେଳେ5 ପଞ୍ଚାୟତ ବାସୀ ହଇରାଣ ହେଉଛନ୍ତି ।ମେଗା ଜଳ ପ୍ରକଳ୍ପ ପାଇପ ଲାଇନ ବିଛାଇ ବହୁ ରାସ୍ତାକୁ ଖରାପ କରିଥିବା ଅଭିଯୋଗ ହୋଇଥିଲା।ସାମାଜିକ ସୁରକ୍ଷା ବିଷୟରେ ରବୀନ୍ଦ୍ର ସାହୁ ବ୍ଲକ ର ଭତ୍ତା କୁ ନେଇ ଯେଉଁ ବୃଦ୍ଧ/ବୃଦ୍ଧା ବ୍ୟାଙ୍କ ଯାଇପାରୁନାହାନ୍ତି ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ମତ ଦେଇଥିଲେ।

ତେନ୍ତୁଳିଖୁଣ୍ଟି ରେ ପୋଷ୍ଟମଟମ ଗୃହ ପାଇଁ ଏମପି ମାଝୀ ସ୍ୱାସ୍ଥ୍ୟ ବିଭାଗ ର ଦୃଷ୍ଟି ଆକର୍ଷଣ କରିଥିଲେ।ପାନୀୟ ଜଳ ଯୋଗାଣ ବିଭାଗ କୁ ବିଭିନ୍ନ ପ୍ରସଙ୍ଗରେ ଅନେକ ପଞ୍ଚାୟତ ର ଲୋକ ପ୍ରତିନିଧି ମାନେ ପ୍ରଶ୍ନ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ବୁଲେଇ ବଙ୍କେଇ ଉତ୍ତର ରଖିଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।ସୋଲାର ଜଳ ଯୋଗାଣ ପ୍ରକଳ୍ପ ଅନେକ ଜାଗାରେ ଖରାପ ହୋଇଥିବା ବେଳେ ଏହାର ମରାମତି ହୋଇପାରୁନଥିବା ଅଭିଯୋଗ ହୋଇଛି।କୃଷି କାର୍ଯ୍ୟ ସମୟରେ ଗୁରୁତ୍ୱ ପୁର୍ଣ୍ଣ ବିଭାଗ କୃଷି,ସମବାୟ ବିଭାଗ ଭଳି ଅନେକ ବିଭାଗ ର ମଧ୍ୟ ଆଲୋଚନା ହୋଇଥିଲା।ଶିକ୍ଷା ବିଭାଗ ର ଆଲୋଚନା ହୋଇଥିଲା । ଆସନ୍ତା ଶିକ୍ଷାବର୍ଷରେ ଯୁକ୍ତ ଦୁଇ ବ୍ଲକ ର ପାତ୍ର ପୁଟ ଓ ତେନ୍ତୁଳିଖୁଣ୍ଟି ରେ ଖୋଲିବ ବୋଲି ବିଧାୟକ ପ୍ରଧାନୀ ଘୋଷଣା କରିଥିଲେ। ସୁପ୍ରିମକୋର୍ଟ ର ଆଦେଶ ରହିଛି କୌଣସି ହିତାଧିକାରୀ ଙ୍କୁ ଆଧାର କାର୍ଡ ପାଇଁ ଯୋଜନା ର ଲାଭ ରୁ ବଞ୍ଚିତ କରାଯାଇ ପାରିବନି ତଥାପି ଭତ୍ତା ଚୟନ ଓ ରାସନ କାର୍ଡ କ୍ଷେତ୍ରରେ କାହିଁକି ଆଧାର କାର୍ଡ ପାଇଁ ହିତାଧିକାରୀ ହକ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଦିଲ୍ଲୀପ ପ୍ରଧାନୀ ପ୍ରଶ୍ନ କରିଥିଲେ। 

  ଅମୃତ ସରୋବର ଓ ଗ୍ରାମ୍ୟ ପାର୍କ ପ୍ରସଙ୍ଗରେ ପ୍ରଶ୍ନ ରେ ଉନ୍ନୟନ ପ୍ରକଳ୍ପ କଣ ସବୁ ହୋଇଛି ଅବଗତ ନଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ବେହେରା କହିଥିଲେ।ବିଭିନ୍ନ ବିଭାଗର ଅଧିକାରୀ ସମେତ ଗୌଡ଼ ଦେଓପାଲି ସମିତି ସଭ୍ୟ ସୁଧୀର ଖୁରା,ପାତ୍ରପୁଟ ସମିତି ସଭ୍ୟ ଦିଲୀପ ପ୍ରଧାନୀ, ମଞ୍ଚାଗାଁ ସମିତି ସଭ୍ୟା ପ୍ରଭାତୀ କନ୍ଧ,କଣ୍ଟାଗାଁ ସମିତି ସଭ୍ୟ ଡମ୍ବରୁ ଭତ୍ରା, ତେନ୍ତୁଳିଖୁଣ୍ଟି ସମିତି ସଭ୍ୟା ଗୀତାଞ୍ଜଳି ପାଣିଗ୍ରାହୀ ଙ୍କ ପ୍ରଶ୍ନ ବାଣ ରେ ଘାଇଲା ହୋଇଥିବା ଦେଖାଯାଇଥିଲା।

    ଏହି ସମିତି ବୈଠକ ରେ ମୁଖ୍ୟ ଅତିଥି ସାଂସଦ ରମେଶ ଚନ୍ଦ୍ର ମାଝୀ, ସଂମାନିୟ ଅତିଥି ବିଧାୟକ ସଦାଶିବ ପ୍ରଧାନୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃପାସିନ୍ଧୁ ନାୟକ,ବ୍ଲକ ଅଧକ୍ଷା ନିଲନ୍ଦ୍ରୀ ନାୟକ, ଉପାଧକ୍ଷ ରାଜେନ୍ଦ୍ର ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜରୀ ବିଷୟୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ବଦଳି ଘଟଣାରେ ଛକାପଞ୍ଝା

Sunil Chandra Nayak

ନାବାର୍ଡ ତରଫରୁ ଉପାଦେୟ ଭିତ୍ତିକ ସୌଖିନ କାଠ କଣ୍ଡେଇ ପ୍ରଶିକ୍ଷଣ ଶିବିର ଉଦଘାଟିତ

Sunil Chandra Nayak

ଜମି ମାଫିଆଙ୍କ ଚାଷୀ ମାରଣନୀତି ବିରୁଦ୍ଧରେ ଯୁବ/ଛାତ୍ର କଂଗ୍ରେସ ର ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ

Sunil Chandra Nayak

Leave a Comment

error: Content is protected !!