ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି :୫୩ ଅଭିଯୋଗ ରୁ ୧୬ ଗୋଷ୍ଠି ସମସ୍ୟା

ତେନ୍ତୁଳିଖୁଣ୍ଟି -୨୨/୦୫/୨୩ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଆଜି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ସହ ଏସ ପି ଏସ ସୁଶ୍ରୀ ତଥା ଜିଲ୍ଲାସ୍ତର ର ବହୁ ବିଭାଗ ର ଅଧିକାରୀ ସମେତ ଉପଜିଲ୍ଲାପାଳ ଯୋଗଦେଇଥିଲେ। ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ର ଖାତିଗୁଡା ଗ୍ରାମ ତଥା ବଜାର ଓ କଲୋନୀ ର ପାନୀୟ ଜଳସମସ୍ୟା ସମାଧାନ ଓ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ରେ କଲ୍ୟାଣ ମଣ୍ଡପ ପାଇଁ ସମିତି ସଭ୍ୟ ସୁକାନ୍ତି ମହାନ୍ତି ନିବେଦନ କରିଥିଲେ। ଜାନୀ ସହିରୁ ହରିଜନ ସାହି କଂକ୍ରିଟ ରାସ୍ତା ପାଇଁ ଦିଗି ସରପଞ୍ଚ କିଶୋର ନାୟକ ନିବେଦନ କରିଥିଲେ। ମେରାକାନି ରେ ବିକାଶ ମୂଳକ କାର୍ଯ୍ୟ କରାଯାଉନି ବୋଲି ଅଭିଯୋଗ ରହିଥିଲା। ପୂଜାରିଗୁଡା ରୁ କିଛି ଗ୍ରାମବାସୀ ରାଇସ ମିଲ ପ୍ରଦୂଷଣ କରୁଥିବା ନେଇ ଅଭିଯୋଗ କରିଥିଲେ। ଅଁଳା ଭଟ୍ଟା ର ପଣ୍ଡିକୋଟ ରୁ ଡେଙ୍ଗା ପଦର ରାସ୍ତା ପାଇଁ ଅନୁରୋଧ କରିଥିଲେ ଗ୍ରାମବାସୀ। ପାତ୍ର ପୁଟ ସମିତି ସଭ୍ୟ ଦିଲିପ ପ୍ରଧାନୀ ଝରିଗୁମ୍ମା ଗ୍ରାମବାସୀ ଘୁମରେଶ୍ଵସର ଶୈବ ପୀଠ ର ରାସ୍ତା ଓ ପାନୀୟ ଜଳ ସୁବିଧା କରିବାକୁ ଅନୁରୋଧ କରିଥିଲେ। । ଆଜି ସମୁଦାୟ ୫୩ ଟି ଅଭିଯୋଗ ଆସିଥିବା ବେଳେ ୧୬ ଟି ଗୋଷ୍ଠୀ ବା ଗ୍ରାମ୍ୟ ସମସ୍ୟା ଭିତ୍ତିକ ଅଭିଯୋଗ ରହିଥିଲା। ଆଜି ଦୁଇ ଜଣଙ୍କୁ ଟ୍ରାଇ ସାଇକଲ ,ବ୍ଲାଇଣ୍ଡ ଷ୍ଟିକ ଜଣକୁ, ଆଶା ବାଡ଼ି ଅଠର ଜଣଙ୍କୁ , ପ୍ରୋସ୍ଥେଟିକ ହ୍ୟାଣ୍ଡ ଦୁଇ ଜଣ ଓ ପ୍ରୋସ୍ଥେଟି କ ଲେଗ ଜଣଙ୍କୁ ଏବଂ 35 ଜଣଙ୍କୁ ପେନସନ ଦିଆ ଯାଇଥିଲା। ଜିଲ୍ଲାପାଳ ମିଶ୍ର ଅଭିଯୋଗ ଶୁଣି ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇ ଥିଲେ। ଅଭିଯୋଗ ଶୁଣାଣି ରେ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ , ଡି ଏଫ ଓ ଜି ଜଗଦୀଶ ରାଓ ,ଜିଲ୍ଲା ମୁଖ୍ୟ ଉଦ୍ୟାନ ଅଧିକାରୀ ଜି ଭେଙ୍କଟ ରେଡି , ସହକାରୀ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ  ଦିଲିପ କୁମାର କବିରାଜ ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ,ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଭିଜିତ ପାଢି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ  ସମେତ ବ୍ଲକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ଉଲ୍ଲେଖ କରାଯାଇପାରେ କି ଜିଲ୍ଲାପାଳ ଅଭିଯୋଗ ଶୁଣାଣି ବେଳେ ବ୍ୟକ୍ତିଗତ ହେଉ ସାମୁହିକ ସମସ୍ୟା ସମାଧାନ ପାଇଁ ଯେଉଁ ବିଭାଗ ର ଅଧିକାରୀ ଙ୍କୁ ନିର୍ଦେଶ କରୁଛନ୍ତି ସେମାନେ କେତେଦୂର ଆଗ୍ରହ ସହ ସମାଧାନ କରିଛନ୍ତି ଜିଲ୍ଲାପାଳ ନିଜର ପରବର୍ତ୍ତୀ ଅଭିଯୋଗ ଶୁଣାଣି ରେ ସମୀକ୍ଷା କଲେ କାର୍ଯ୍ୟକାରିତା ବୃଦ୍ଧି ପାଇଥାନ୍ତା ଜନତା ଙ୍କୁ ସନ୍ତୁଷ୍ଟି ମିଳିଥାନ୍ତା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସ୍ୱାଧୀନତା ସଂଗ୍ରାମୀ ବୀର ମାଧୋ ସିଂ ଙ୍କ ସହିଦ ଦିବସ “୩୧ ଡିସେମ୍ବର ପାଠ୍ୟପୁସ୍ତକରେ ତତ୍କ୍ଷଣାତ୍ ସଂଶୋଧନ ଦାବୀ

ବ୍ଯାପକ ଦୁର୍ନୀତିରେ ଚାଲିଛି ଆଳଦା ଗ୍ରାମ ବାଲିସାହି ଅଙ୍ଗନବାଡି କେନ୍ଦ୍ର

masiha

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ର ଶତାୟୁ ପୁରୁଷ ସି.ଏଚ ସୁରୀ ନାରାୟଣା କଂ ଗତକାଲି ରାତ୍ର ସମୟ ରେ ମହାପ୍ରୟାଣ

Sunil Chandra Nayak

Leave a Comment

error: Content is protected !!