ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଟିପତି ଯନ୍ତ୍ରୀଙ୍କ ପିଛା ଛାଡୁନି ଅଭିଯୋଗ , ଶୁଖୁଲା ଟାଙ୍କିରେ ରଙ୍ଗମାରି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

ମୁନିଗୁଡ଼ା /ଚନ୍ଦ୍ରପୁରୁ:- ଜଳ ହିଁ ଜୀବନ ଜଳବିନା ସମାଜରେ ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ବଞ୍ଚିବା ଅସମ୍ଭବ। ତେଣୁ ଜନ କଲ୍ୟାଣ ନିମନ୍ତେ ସରକାର ବିଭିନ୍ନ ଯୋଜନାରେ ପାନୀୟଜଳ ଯୋଗାଇ ଦେବାକୁ ସମ୍ପୃକ୍ତ ବିଭାଗକୁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଇ ଦେଇଛନ୍ତି । ତାହା ଦୁର୍ନୀତି ଖୋର ବିଭାଗୀୟ ଅଧିକାରୀଙ୍କ ପାଇଁ ଲୋକଙ୍କୁ ସୁଫଳ ଯୋଗାଇବାରେ ବିଫଳତା ଦେଖାଦେଇଛି । ତା’ର ଜଳନ୍ତ ଉଦାହରଣ ଦେଖ‌ିବାକୁ ମିଳିଛି ରାୟଗଡା ଜିଲ୍ଲା ଉପାନ୍ତ ଅଞ୍ଚଳ ଭାବେ ପରିଚିତ ଚନ୍ଦ୍ରପୁରୁ ବ୍ଲକରେ ହୋଇଥିବା ବସୁଧା ଯୋଜନା । ଏଠାରେ ବସୁଧା ଯୋଜନା ଫେଲ ମାରୁଥିବା ବେଳେ ୧୫ ବର୍ଷ କାଳ ଗାଦି ମାଡି ବସିଥିବା କୋଟିପତି ଯନ୍ତ୍ରୀ ଅଚଳ ଟାଙ୍କିରେ ରଙ୍ଗମାରି ସରକାରଙ୍କ ଲୁଟ୍ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସୂଚନା ମୁତାବକ ବେଲାମଗୁଡା ପଞ୍ଚାୟତ ସଦର ମହକୁମାରେ ୪ବର୍ଷ ହେବ ବସୁଧା ଯୋଜନାରେ ଓଭରହେଡ ପାଣିଟାଙ୍କି ନିର୍ମାଣ ହୋଇ ପାଇପ୍ ଅଧା ବିଛା ଯାଇଥିଲେ ମଧ୍ୟ ପାଣି ଆସିବା ନା ଧରିଲା ନାହିଁ । ଲୋକମାନଙ୍କର ଯେଉଁ ଚୁଆ ଓ ନଦୀ ଉପରେ ପୂର୍ବରୁ ଭରସା ଥିଲା ତାହା ପୁନର୍ମୂଷିକ ଭବ ହୋଇଗଲା । କିନ୍ତୁ ଅଚଳ ଟାଙ୍କି ହେଲେ ମଧ୍ୟ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଙ୍ଗମାରୀ ଲକ୍ଷ ଲକ୍ଷ ଟଙ୍କା ବିଲ କରି ହରିଲୁଟ୍ କରୁଥିବା ଅଭିଯୋଗ ହେଉଛି । ଏହିପରି ବନ୍ଦିରୀ ବିଳାପୁରୁ, ନେହୁରୁପଙ୍ଗା ଗ୍ରାମମାନଙ୍କରେ ଓଭର ହେଡ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ପାଣି ଟୋପେ ଲୋକଙ୍କୁ ମିଳୁନଥିବା ବେଳେ ରିପ୍ୟାରି ଏବଂ ରଙ୍ଗମାରି ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରି ଚାଲିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ବସୁଧା ଯୋଜନା ଟାଙ୍କି କ’ଣ ଏହି ଯନ୍ତ୍ରୀଙ୍କ ଆର୍ଥିକ ସମୃଦ୍ଧି ବୃଦ୍ଧି କରି ବ୍ରହ୍ମପୁରୁ, ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ସ୍ଥାନରେ ଆଉ ଅଟ୍ଟାଳିକା ନିର୍ମାଣ ନିମନ୍ତେ ଏକପ୍ରକାର ସହାୟତା ଯୋଗାଇ ଦିଆଯାଉଛି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଏତିକିରେ ଦୁର୍ନୀତିରେ ସରି ନାହିଁ ସ୍ୱଚ୍ଛଭାରତ ମିଶନ ନାମରେ ନିଜ ଲୋକ ଦ୍ବାରା ବିଳାପୁରୁ ପଞ୍ଚାୟତରେ ଦୁଇଟା ଟିଣ କାଟି ଚାରିପଟ ଲଗାଇ ପାଇଖାନା ଆକୃତି କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଗଲେ। ଏହି କୋଟିପତି ଯନ୍ତ୍ରୀଙ୍କ ପକେଟରେ ନେତା ଓ ଅଧିକାରୀ ଥିବା ଯନ୍ତ୍ରୀ କୁହନ୍ତି ବୋଲି ବାଟରେ ହାଟରେ ଚର୍ଚ୍ଚା ଚାଲିଛି। ସେମାନଙ୍କ ଇଙ୍ଗିତରେ ଏସ୍‌ଡିଓ ମଧ୍ୟ କାର୍ଯ୍ୟ କରନ୍ତି । ଅଫିସ ଓ କାର୍ଯ୍ୟ କ୍ଷେତ୍ର ଉପରକୁ ବାବୁଙ୍କ ପାଦ ପଡ଼େ ନାହିଁ ଏପରିକି ବାବୁ ମଧ୍ୟ ପଞ୍ଚାୟତ ସମିତି ମିଟିଂକୁ ଆସନ୍ତି ନାହିଁ, କି କାହାରିକୁ ଖାତିରି ନାହିଁ । ସେଥ‌ିପାଇଁ ବିଷମକଟକ, ମୁନୀଗୁଡା, ଚନ୍ଦ୍ରପୁରୁ ବ୍ଲକର ଦାୟିତ୍ଵ ନିଜେ ରଖୁ ପନ୍ଦର ବର୍ଷରୁ ଊର୍ଦ୍ଧ୍ବ ହେବ ଗାଦିମାଡି ବସିଥିଲେ ମଧ୍ୟ ତାଙ୍କ ପାଇଁ ବଦଳି ନିୟମ ଲାଗୁନାହିଁ । ଏବେ ନିର୍ବାଚନ ଅଧିକାରୀଙ୍କ ଆଦେଶ ପ୍ରକାରେ ତିନିବର୍ଷରୁ ଊର୍ଦ୍ଧ୍ଵ ଥିବା କର୍ମଚାରୀଙ୍କ ବଦଳୀ ନିୟମରେ କୋଟିପତି ଯନ୍ତ୍ରୀଙ୍କ ପାଳି ଅଛି କି ନାହିଁ ତାହା ଦେଖିବାକୁ ବାକି ରହିଲା। ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ସ୍ଵତନ୍ତ୍ର ଭିଜିଲାନ୍ତି ଓ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ତଦନ୍ତ କରାଗଲେ ଆୟବହିର୍ଭୂତ ସମ୍ପତିର ରହସ୍ୟ ପଦାରେ ପଡିବା ସହ କାର୍ଯ୍ୟର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୂଅ ରେ ପଡି ପାଞ୍ଚବର୍ଷ ର ଶିଶୁ ର ମୃତ୍ୟୁ

masiha

ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଘାଟିତ 

Sunil Chandra Nayak

ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ, ଢେଙ୍କାନାଳ ଶାଖାର ଦ୍ବିତୀୟ ସାଧାରଣ ସଭା

masiha

Leave a Comment

error: Content is protected !!