ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡଖଣ୍ଡରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ହୋଇ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ

ଝାଡଖଣ୍ଡରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ହୋଇ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ

ମୟୂରଭଂଜ – ୨୫/୬ — ଶୌଚ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜନୈକ ଯୁବକ ଗୁରୁତର ଆହତ ହୋଇଛନ୍ତି । ରାଜନଗର ଥାନା ହନୁମାତବେଡା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

     ସୂଚନା ଅନୁଯାୟୀ, ପୋଡଶୀ ଝାରଖଣ୍ଡ ରାଜ୍ୟ ରାଜନଗର ଥାନା ହନୁମାତବେଡା ଗାଁର ଗମା ସର୍ଦ୍ଦାର(୪୦) ଗତ ରାତିରେ ଶୌଚ ପାଇଁ ଗ୍ରାମର ପୋଖରୀ ନିକଟକୁ ଯାଇଥିଲେ। ତେବେ ହଠାତ୍ ସେହି ସମୟରେ ଏକ ଭାଲୁ ହାବୁଡରେ ପଡି ଯାଇଥିଲେ। ଭାଲୁ ଆକ୍ରମଣରେ ଗମା ଗୁରୁତର ଭାବେ ଆହତ ହୋଇଥିଲେ। ଭାଲୁ ଟି ଜଙ୍ଘରେ କାମୁଡି ଓ ରାମ୍ପୁଡି ଦେବା ଫଳରେ ରକ୍ତାକ୍ତ ଅବସ୍ଥାରେ ହିଁ କୌଣସି ମତେ ସେ ଖସି ପଳାଇ ଆସି ନିଜ ଘରକୁ ପହଞ୍ଚିଥିଲେ । ତେବେ ପୋଡଶୀ ଝାରଖଣ୍ଡ ରାଜ୍ୟର ହସ୍ପିଟାଲ ଦୂରରେ ଥିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ତିରିଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ଡାକ୍ତର । ସେଠାରେ ସେ ଚିକିତ୍ସିତ ହେଉଛନ୍ତି।

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

 

Related posts

ବାଦାମପାହାଡ ଥାନା ପକ୍ଷରୁ ଜଳ ଛତ୍ର ଆରମ୍ଭ

Sunil Chandra Nayak

୧-; ଛଦେଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ବୁଲି ଦେଖି ତୁରନ୍ତ ସହାୟତା ଦାବି କଲେ ପୂର୍ବତନ ବିଧାୟକ, ୨- ବାଙ୍ଗୁରସିଂହ ପଞ୍ଚାୟତ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନେଇ ସହାୟତା ପ୍ରଦାନ ପ୍ରଶାସନକୁ ଅନୁରୋଧ କଲେ ସମାଜସେବୀ ଶ୍ରୀଯୁକ୍ତ ଜଗବନ୍ଧୁ ଦଳେଇ

Sunil Chandra Nayak

ସମାଜସେବାରେ ବ୍ରତୀ ପ୍ରଫେସର‌, ରୋଗୀଙ୍କୁ ବାଣ୍ଟିଲେ ଫଳ

Sunil Chandra Nayak

Leave a Comment

error: Content is protected !!