ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ବିଶ୍ଵ ରେକର୍ଡ ପାଳନ ମହୋତ୍ସବ

କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ବିଶ୍ଵ ରେକର୍ଡ ପାଳନ ମହୋତ୍ସବ ଏବଂ ରାଜ୍ୟସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ମହାସଭା କଟକର ଚହଟେଶ୍ୱର ମନ୍ଦିର ପରିସରରେ ଅବସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇ ଯାଇଛି । ଉକ୍ତ ଅବସରରେ ରାଜ୍ୟର ତିରିଶ ଜିଲ୍ଲାରୁ ଶତାଧିକ ସାହିତ୍ୟିକ, କବି , ଲେଖକ ଏବଂ ଗବେଷକ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ତିନୋଟି ଅଧିବେଶନରେ ପରିଚାଳନା କରାଯାଇଥିଲା । ଉଦ୍ ଘାଟନ ସଭାରେ ମେୟର ସୁବାସ ସିଂହ ଉଦ୍ ଘାଟନ କରି ଶାସକ ପ୍ରଶାସକ ଏବଂ ସାହିତ୍ୟିକ ଏକ ଅଭିନ୍ନ ବୋଲି ମୂଲ୍ୟାୟନ କରିଥିଲେ । ମୁଖ୍ୟ ଅତିଥି ଭାବେ ନ୍ୟାୟାଧିଶ ମନୋରଞ୍ଜନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ପ୍ରଶାସକ ଏବଂ ସାହିତ୍ୟିକ ଜୟନ୍ତ କୁମାର ଦାସ, ବରେଣ୍ୟ ଅତିଥି ଡ଼କ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସଭାପତି ଉତ୍କଳ ସାହିତ୍ୟ ସମାଜ ଏବଂ ସମ୍ମାନିତ ବକ୍ତା ଭାବେ ଅଧ୍ୟାପିକା ମନସ୍ଵିନୀ ମିଶ୍ର ଯୋଗଦାନ କରିଥିଲେ । ଉକ୍ତ ସଭାରେ ଇଁ ପ୍ରଭାକର ସ୍ୱାଇଁ , ସଭାପତି ଶାରଳା ସାହିତ୍ୟ ସଂସଦ ସଭା ମୁଖ୍ୟ ଭାବେ ଯୋଗଦାନ କରିଥିଲେ ।ସମସ୍ତ ଅତିଥିମାନଙ୍କ ଦ୍ଵାରା ତିରିଶ ଗୋଟି ବିଶ୍ଵ ରେକର୍ଡ ମାନପତ୍ର ଉନ୍ମୋଚିତ କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ ସମ୍ପାଦକ ମଞ୍ଚରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶହେ ଦଶଜଣ ସାହିତ୍ୟ ଅନୁଷ୍ଠାନର ଏବଂ ପତ୍ରିକାର ସମ୍ପାଦକ ଏବଂ ସମ୍ପାଦିକା ଯୋଗଦାନ କରିଥିଲେ । ସମସ୍ତେ ସାହିତ୍ୟକୁ ବଳିଷ୍ଠ ଏବଂ କାଳଜୟୀ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ସମ୍ପାଦକ ବିଶ୍ଵ ରେକର୍ଡ ସମ୍ମାନ ସନନ୍ଦ କୁ ଉନ୍ମୋଚନ କରି କୈବଲ୍ୟ ସାହିତ୍ୟ ସଂସଦର ଜୟ ଗାନ କରିଥିଲେ । ଉଦ୍ ଯାପନ ଅଧିବେଶନ ରେ ପୂର୍ବତନ କୁଳପତି ପ୍ରଫେସର କୁମର୍ ବର ଦାସ, ମୁଖ୍ୟ ବକ୍ତା ପ୍ରଧ୍ୟାପିକା ବିଦ୍ୟୁତ୍ ପ୍ରଭା ମିଶ୍ର ,ସମ୍ମାନିତ ବକ୍ତା ଶ୍ରୀମତୀ ଆଭା ରାଣୀ ବଳ, ଡ଼କ୍ଟର ସୁରେନ୍ଦ୍ରନାଥ ତ୍ରିପାଠୀ, ବ୍ୟଙ୍ଗ କୁମୁଦ ସମ୍ପଦ ରଥ, ସମ୍ପର୍କ ସାହିତ୍ୟ ସଂସଦ ର ସଭାପତି କୈଳାସ ଚନ୍ଦ୍ର ଜେନା, ପଣ୍ଡିତ ନୀଳକଣ୍ଠ ରାଉତ ଯୋଗଦେଇ କୈବଲ୍ୟ ସାହିତ୍ୟ ସଂସଦ ବିଶ୍ଵ ରେକର୍ଡ ସମ୍ମାନ ସନନ୍ଦକୁ ଉନ୍ମୋଚନ କରି ରଥ ପଥ ଜଗନ୍ନାଥ ଶୀର୍ଷକ ଆଲୋଚନା ମାଧ୍ୟମରେ ଜଗନ୍ନାଥ ସଂସ୍କୃତି ର ମହନୀୟତା ବିଷୟରେ ଆଲୋକପାତ କରିଥିଲେ। କୈବଲ୍ୟ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ସଂପାଦକୀୟ ପାଠ କରିଥିଲେ ଏବଂ କୈବଲ୍ୟ ସାହିତ୍ୟ ସଂସଦ ୨୦୨୨ -୨୩ ରେ ସର୍ବାଧିକ ୧୯ ଗୋଟି ଜିଲ୍ଲାସ୍ତରୀୟ ଏବଂ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରି ସର୍ବାଧିକ ୨୨୦୦ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରି ବିଶ୍ଵ ରେକର୍ଡ କରି ପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚାରିଶହ ଜଣ ସାହିତ୍ୟ ପ୍ରତିଭାଙ୍କୁ ରଥ ପଥ ଜଗନ୍ନାଥ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା ଏବଂ ଶହେ ଜଣଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକା ଜୟଶ୍ରୀ ପଟ୍ଟନାୟକ ଏବଂ ମହସ୍ମୀତା ଓଝା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଗର କୁମାର ସାମନ୍ତରାୟ, ଶୁଭକାନ୍ତ ମହାପାତ୍ର, ସୁରଭି ଦ୍ବିବେଦୀ, ଜନ ରଞ୍ଜନ ପ୍ରଧାନ, ଜନ୍ମେଞ୍ଜୟ ନାୟକ, ସରୋଜ କୁମାର ସାହୁ, ମୋନାଲିସା ସିଂହ, ସସ୍ମିତା ପଟ୍ଟନାୟକ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦିପାୟାନ ପଟ୍ଟନାୟକ, ବିଜୟ ଦାସ, ବିରେନ୍ଦ୍ର ଜେନା , ଡ଼କ୍ଟର ଲକ୍ଷ୍ମଣ ସାହୁ ଏବଂ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମିଡିଆ କ୍ଲବର ଜରୁରୀ ବୈଠକ ,  ଗଣମାଧ୍ୟମକୁ ସକ୍ରିୟ ହେବାକୁ ଆହ୍ବାନ

Sunil Chandra Nayak

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ୍ ଉପ ସଭାପତି ହେଲେ ଦେବାଶିଷ ରଞ୍ଜନ ବିଶି 

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ 

masiha

Leave a Comment

error: Content is protected !!