ଢେଙ୍କାନାଳ(ମ ସୀ ହା)୨୨/୦୫_ ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗପ୍ରସାଦ ସ୍ଥିତ ନଭ ଲିମିଟେଡ ପ୍ଳାଣ୍ଟରେ ରବିବାର ଅପରାହ୍ନରେ କାର୍ଯ୍ୟରତ ଶ୍ରମିକ ମାଧବ ବେହେରା କାମ କରୁଥିବା ବେଳେ ଖସି ପଡ଼ି ମୁଣ୍ଡରେ ଗଭୀର ଆଘାତ ପାଇ ମୃତ୍ୟୁ ବରଣ କରିଥିଲେ । ଆଜି ସକାଳେ କ୍ଷତିପୂରଣ ଦାବିରେ ପରିବାର ସମେତ ସ୍ଥାନୀୟ ଲୋକେ କାରଖାନା ଫାଟକ ଆଗରେ ଧାରଣା ଦେଇଛନ୍ତି । ଘଟଣା ସ୍ଥଳରେ ମୋଟଙ୍ଗା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଲୋକେ କ୍ଷତିପୁରଣ ଦାବିରେ ମୃତକଙ୍କ ପରିବାରକୁ ଚାକିରୀ ଓ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ନେଇ ଅଡ଼ି ବସିଛନ୍ତି ।
previous post