ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁରିବାହାଲ ସରକାରୀ ପଞ୍ଚାୟତି ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ ସରକାରୀ ପଞ୍ଚାୟତି ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ ;୨୪/୦୧/୨୪ ବଲାଙ୍ଗିର ଜିଲ୍ଲା ମୁରିବାହାଲ ସରକାରୀ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବ ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ସଭାପତି ସୁନୀଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ମୁଖ୍ୟ ଅତିଥି, ମୁରିବାହାଲ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ ମୁଖ୍ୟ ବକ୍ତା, ଡ଼ିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ, ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଅଗସ୍ତି ବଘାର,ମହମ୍ମଦ ନିଆଜ,ସୁଦାମ ବଘାର, ପ୍ରଫୁଲ୍ଲ ବଘାର ଓ ରିତା ଶାଣ୍ଢ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଉତ୍ତମ ଶିକ୍ଷା ଓ ଜ୍ଞାନ ଆହରଣ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜକୁ ଜଣେ ବଡ ମଣିଷ ଭାବରେ ନୁହେଁ ଜଣେ ଭଲ ମଣିଷ ଓ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିବା ଉପରେ ବକ୍ତାମାନେ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ଗୁରୁତ୍ଵପ୍ରଦାନ କରିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା,ସାଂସ୍କୃତିକ କାର୍ଯ୍ୟକ୍ରମର ଶ୍ରେଷ୍ଠ କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀ ତଥା ଶ୍ରେଷ୍ଠ ସ୍ୱେଚ୍ଛାସେବୀମାନଙ୍କୁ ମାନପତ୍ର ଓ ଟ୍ରଫି ସହ ସ୍ଵତନ୍ତ୍ର ରୂପେ ପୁରସ୍କୃତ କରାଯାଇଥିଲା।ସହକାରୀ ଶିକ୍ଷକ ହେମନ୍ତ ନାଗଙ୍କ ସଭା ସଂଯୋଜନାରେ ସିନିୟର ଆସିଷ୍ଟାଣ୍ଟ ପ୍ରଦୀପ କୁମାର ପୁଟେଲ ଧନ୍ୟବାଦ ଦେଇଥିଲେ। ଏହି ବାର୍ଷିକ ଉତ୍ସବରେ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତି, ବିକ୍ରମ ପୁରୋହିତ, ମନୋଜ କୁମାର ସ୍ବାଇଁ, ସୋମନାଥ ମାଝୀ,ସ୍ବାଗତ ମେହେର, କଳାକାହ୍ନୁ ରଣା, ଶିଶିର କୁମାର ବୈଠାରୁ,ଶିକ୍ଷୟିତ୍ରୀ ରଶ୍ମିଲତା ପାତ୍ର,ଦିପ୍ତିମୟୀ ଲେଙ୍କା, ଡି ରିଚେଲ ନାଗ ଓ ସୁରେଶ ମହାକୁର ପ୍ରମୁଖଙ୍କ ସହ ସମସ୍ତ ଛାତ୍ରଛାତ୍ରୀ,ଅଭିଭାବକ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଟେବୁଲଟପ୍ ଅଭ୍ୟାସ ବୈଠକ ଅନୁଷ୍ଠିତ ଜରୁରୀକାଳୀନ ପରିସ୍ଥିତିରେ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ଗୁରୁତ୍ଵାରୋପ

masiha

ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି(ଦିଶା) ବୈଠକ

masiha

ସ୍ବରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!