କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ସ୍ଥିତ ଜେକେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି l ଅଧ୍ୟକ୍ଷ ଦିଲୀପ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୂଖ୍ଯ ଅତିଥି ଭାବରେ ଭୂପିନ୍ଦର ସିଂହ, ମାନ୍ଯବର ବିଧାୟକ ତଥା ଶିକ୍ଷା ବିକାଶ କମିଟିର ଅଧ୍ୟକ୍ଷ, ସମ୍ମାନିତ ଅତିଥି ଭାବରେ କର୍ଲାମୁଣ୍ଡା ପଞ୍ଚାୟତ ର ଅଧ୍ୟକ୍ଷା କୁନି ସାହୁ, ଜିଲାପରିଷଦ କର୍ଲାମୁଣ୍ଡା ଜୋନ କ ର ସଭ୍ଯ ମହେନ୍ଦ୍ର ରଣା, ରିଷିଡା ସମିତି ସଭ୍ଯ ନିମାଇଁ ଚରଣ ବେହେରା, ରିଷିଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସେବତୀ ରଣା, ଅନୁଷ୍ଠାନ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବାକୁ ହେଲେ ତାକୁ ଏକ ଆହ୍ବାନ ରୁପେ ଗ୍ରହଣ କରିବାକୁ ପଡିବ ତଥା ଶିକ୍ଷା ଓ କ୍ରୀଡା କ୍ଷେତ୍ର ରେ ଉତ୍କର୍ଷ ପ୍ରଦର୍ଶନ କରି କଳାହାଣ୍ଡି ତଥା ଓଡିଶାର ଗୌରବ ବଢାଇବା ପାଇଁ ଆହ୍ବାନ ଦେଇଥିଲେ l ଅନୁଷ୍ଠାନର ଓଡିଆ ବିଭାଗ ଅଧ୍ୟାପକ ହେମନ୍ତ କୁମାର ଚୌଧୁରୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ବାର୍ଷିକ ବିବରଣୀ ପାଠ କରିଥିଲେ l
ଭୂଗୋଳ ଅଧ୍ୟାପକ ଗିରିରାଜ ଗହୀର ଧନ୍ୟବାଦ ଅର୍ପଣ କରିଥିଲେ ବେଳେ ସଭାକୁ ଅନୁଷ୍ଠାନ ର ପୂରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ସଂଯୋଜନା କରିଥିଲେ l ମୁଖ୍ଯ ଅତିଥି ତଥା ସମ୍ମାନିତ ଅତିଥିଗଣ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ବଣ୍ଟନ କରିଥିଲେ l ଏଥିରେ ଖେଳ ଶିକ୍ଷକ ଲଳିତ ଦାସ, ଗିରିରାଜ ଗହୀର, ଅଧ୍ୟାପକ ହେମନ୍ତ କୁମାର ଚୌଧୁରୀ ସହାୟତା କରିଥିଲେ l ମଧ୍ୟାହ୍ନ ଭୋଜନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଛାତ୍ରଛାତ୍ରୀ ଗଣ ଚିତ୍ତାକର୍ଷକ ନୃତ୍ଯ ଗୀତ ପରିବେଷଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମରେ ଚନ୍ଦନ ରଣା, ଚିନ୍ମୟ କୁମାର ରଣା, ସୌମ୍ୟରଞ୍ଜନ ତ୍ରିପାଠୀ, ଜଗଦୀଶ ଭୋଇ, ନାରାୟଣ ଗହୀର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ, କଳ୍ପନା ରଣା ସହଯୋଗ ଓ ପରିଚାଳନା କରି ଉତ୍ସବ ଟିକୁ ସଫଳ କରିଥିଲେ l ଏହା ବ୍ୟତୀତ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପ୍ରେରଣା ଓ ସହଯୋଗ ଫଳରେ କାର୍ଯ୍ୟକ୍ରମ ଗୁଡିକ ସୁଚାରୁ ରୁପେ ସଂପାଦିତ ହୋଇଥିଲା l
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା


