ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧୂମଧାମରେ ସରସ୍ଵତୀ ପୂଜା ପାଳନ କରାଗଲା 

ଧୂମଧାମରେ ସରସ୍ଵତୀ ପୂଜା ପାଳନ କରାଗଲା 

ଆଜି ମାଁ ସରସ୍ଵତୀ ପୂଜା ବାଗ ଦେବୀଙ୍କୁ ଆମେ ସମସ୍ତେ ପୂଜା କରନ୍ତି କୁହାଯାଏ ଆମେ ବାଗ ଦେବୀକୁ ଆମେ ପୂଜା କଲେ ବିଦ୍ୟା ଲାଭ ହୁଏ। ଏଣୁ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟା ବୁଦ୍ଧିର ଦେବୀ ମାଁ ସରସ୍ଵତୀଙ୍କ ଉପାସନା କରାଯାଏ । ଏହି ଉପାସନାର ପର୍ବକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଇଥାଏ। ଏବଂ ଆଜି ଦିନକୁ ଶୁଭ ବୋଲି ଲୋକେ ବିଶ୍ୱାସ କରିଥାଆନ୍ତି। ତେଣୁ ଏହି ଦିନ ବିବାହ, ଗୃହ କାର୍ଯ୍ୟ ଓ ଅନ୍ୟାନ୍ୟ ଶୁଭ କାର୍ଯ୍ୟ କରାଯାଇଥାଏ। ସରସ୍ଵତୀ ପୂଜା ଶ୍ରୀପଞ୍ଚମୀ ମଧ୍ୟ କୁହାଯାଇଥାଏ। ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେଉଁ ପୂର୍ଜ ପର୍ବାଣୀ ଶ୍ରୀ ଲାଗିଥାଏ ସେହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ। ଯେପରି ଶ୍ରୀଗୁଣ୍ଡିଚା ତେବେ ବିଦ୍ୟା ଦାୟିନୀ ମା ସରସ୍ବତୀଙ୍କ ଛାତ୍ରଛାତ୍ରୀ, ବିଦ୍ୟାର୍ଥୀ ଓ ସଙ୍ଗୀତ ସାଧକ ଙ୍କୁ ଅଶେଷ କୃପା କରିଥାନ୍ତି। ଯେଉଁ ମାନଙ୍କର ପାଠ ପଢ଼ିବାରେ ସମସ୍ୟା ରହିଥାଏ ସେମାନଙ୍କ ଲାଗି ଏହି ଦିନରେ ବିଶେଷକରି ପୂର୍ଜାଅର୍ଚ୍ଚାନା କରିବାର ବିଧି ରହିଛି ବୋଲି ଜଣାଯାଏ। ସେଥିପାଇଁ ତ ଆଜି ସମସ୍ତ ସରକାରି ବେସରକାରୀ ସ୍କୁଲ କଲେଜ ମାନଙ୍କରେ ଛାତ୍ରଛାତ୍ରୀ ଓ ବିଦ୍ୟାର୍ଥୀ ମାନେ ମା ସରସ୍ବତୀଙ୍କ ପ୍ରତି ମୂର୍ତ୍ତି ରଖି ହମ ଯଜ୍ଞ ପୂର୍ଜାଅର୍ଚ୍ଚନା କରି ମା ସରସ୍ବତୀଙ୍କ ଆର୍ଶୀବାଦ ନେଇ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ହୋଇଛନ୍ତି। ସେହି ସିଦ୍ଧେଶ୍ୱରୀ ପବ୍ଲିକ ସ୍କୁଲ ଓ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଧୂମଧାମରେ ମାଁ ସରସ୍ଵତୀ ପୂଜା ପାଳନ କରାଯାଇଛି ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଗୋଲେକ ଚନ୍ଦ୍ର ଲେଙ୍କା ଓ ସିଦ୍ଧେଶ୍ଵରୀ ପବ୍ଲିକ ସ୍କୁଲରେ ଶିକ୍ଷକ ଦୀନବନ୍ଧୁ ବେହେରା ଓ ପ୍ରିନ୍ସିପାଲ , କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ପୂଜାରେ ସାମିଲ ଥିଲେ। ପୂଜା ଆଲତୀ ନେଇ ଭଗ ପ୍ରସାଦ ସମସ୍ତେ ସେବନ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡେଙ୍ଗପଦର ରେ ପାଟ ବାଲିଯାତ୍ରା  ଉଦଯାପିତ

ପାଲେଶିରା ଗାଁ’ରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା 

Sunil Chandra Nayak

ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତ ଙ୍କ ସମାଗମ

Sunil Chandra Nayak

Leave a Comment

error: Content is protected !!