ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଲ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ , ଝୁମିଳେ ମନ୍ତ୍ରୀ

ନୂଆପଡା //, ନୂଆପଡା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବରେ ପାଳିତ ହୋଇ ଯାଇଛି । ପ୍ରଥମ ପର୍ଯ୍ୟାୟ ସଭାପତିତ୍ବ କରିଥିଲେ ଡ ଫଣିନ୍ଦମ ସିଂ ଦେଓ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦେଇ ଥିବା ବେଳେ ସଂମ୍ମାନିତ ଅତିଥି ଡ ରାମଚନ୍ଦ୍ର ମିଶ୍ର ଯୋଗ ଦେଇଥିବା ବେଳେ ସଭା ପରିଚାଳନା କରିଥିଲେ ଅଧକ୍ଷ୍ୟା ଲିଜା ଆଚାର୍ଯ୍ୟ । ଦିତୀୟ ପର୍ଯ୍ୟାୟରେ ପରିଚାଳନା କମିଟିର ସଭାପତି ଡ ଫଣିନ୍ଦମ ସିଂ ଦେଓ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇ ଥିବାବେଳେ ସଂମ୍ମାନିତ ଏଥିତି ଭାବେ  ଖଡ଼ିଆଲ ନଗରପାଳ ଉଜ୍ଜଳ ଗୁପ୍ତା ଓ କଲେଜ ଅଧକ୍ଷ୍ୟା ଲିଜା ଆଚାର୍ଯ୍ୟ ବାର୍ଷିକ ବିବରଣୀ ପଠନ କରିଥିଲେ, ସମ୍ପାଦକ ଡ ପଦ୍ମଲୋଚନ ବର୍ମା, ପରିଚାଳନା କମିଟି ଉପ ସଭାପତି ନିମାଇଁ ଚରଣ ତାଣ୍ଡି ମଞ୍ଚାସିନ ହୋଇଥିଲେ । ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଅର୍ପିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିଚାଲନା କମିଟି ପକ୍ଷରୁ ନିଷ୍ପତି ନେଇ ଖଡ଼ିଆଲର ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିନୋଦ ଅଗ୍ରୱାଲ, ବିକାଶ ସିଙ୍ଘଲ, ଉଜ୍ଜଳ ଗୁପ୍ତା, ଆଶୁତୋଷ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମାନ୍ୟବର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କୁ ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲା । କାର୍ଯ୍ୟକ୍ରମରେ ରାମେଶ୍ଵର ଅଗ୍ରୱାଲ, ମନୀଷ ଵଂଶଲ, ବଜରଙ୍ଗ ଅଗ୍ରୱାଲ, ରଶ୍ମି ରଞ୍ଜନ ଚଳାନ, ନରେଶ ଅଗ୍ରୱାଲ, ଭଳି ଅନେକ ବ୍ୟକ୍ତି ବିଶେଷକୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସପ୍ତମ ବାର୍ଷିକ ଉତ୍ସବରେ କଲେଜ ପରିଚାଳନା ସଦସ୍ୟ ଡ଼ଃ.ମେଜର ରାମଚନ୍ଦ୍ର ମିଶ୍ର, ଡୋଳା ମୋହନ ସିଂ ବାବୁ, ଜଗଦୀଶ ପ୍ରଶାଦ ତ୍ରିବେଦୀ, ଅଜିତ ପଣ୍ଡା, ତପନ ଦାଶ, ମନୋରଞ୍ଜନ ମହାପାତ୍ର, ପ୍ରତାପ ପଟ୍ଟନାୟକ, ବିଜୟ ଶହିଷ, ସଵଲୋନ ସେନାପତି ପ୍ରମୁଖ ଯୋଗ ଦେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଚ୍ୟାମ୍ବର ଅଫ୍ କମର୍ସର ସଂପାଦକଙ୍କ ଭାତୃବିୟୋଗ

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ମୁତି ସଭା ଅନୁଷ୍ଠିତ

Sunil Chandra Nayak

Meri Maati Mera Desh program was held Social worker Bikram Joined

masiha

Leave a Comment

error: Content is protected !!