ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିଚାଳନା ସଂଘର ପ୍ରଥମ ବୈଠକ 

ପରିଚାଳନା ସଂଘର ପ୍ରଥମ ବୈଠକ 

ଛତ୍ରପୁର, ତା.୦୪/୦୪ ଜିଲ୍ଲା ସ୍ତରୀୟ ଜାଳେଣୀ ସଂକଟ ପରିଚାଳନା ସଂଘର ପ୍ରଥମ ବୈଠକ ଗଞ୍ଜାମ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ତୈଳ କମ୍ପାନୀ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାରେ ଘରୋଇ ବ୍ଯବହାର ନିମନ୍ତେ ଗ୍ଯାସ୍ ସିଲିଣ୍ଡର ପୂର୍ବପରି ଯୋଗାଣ ହୋଇପାରୁଛି, କିନ୍ତୁ ବାଣିଜ୍ଯିକ ଗ୍ଯାସ ସିଲିଣ୍ଡରର ଯୋଗାଣ ପୂର୍ବାପେକ୍ଷା ସାମାନ୍ଯ କମ୍ ଅଛି । ବର୍ତ୍ତମାନ ଆମ ଜିଲ୍ଲାରେ ମୋଟ୍ ୧୦୮ଗୋଟି ଗ୍ଯାସ୍ ସିଲିଣ୍ଡର ଜବତ କରାଯାଇଛି । ୧୬ ଗୋଟି କେସ୍ ଜିଲ୍ଲାପାଳଙ୍କ କୋର୍ଟରେ ରେଜିଷ୍ଟର ହୋଇଥିବା ବେଳେ ଗୋଟିଏ କେସ୍ ପୋଲିସ୍ ଥାନାରେ ଏଫ୍.ଆଇ୍.ଆର୍ ଦରଜ କରାଯାଇଛି । ଜିଲ୍ଲାରେ ଗ୍ଯାଲ୍ ର କଳାବଜାରୀ ରୋକିବା ପାଇଁ ସମୁଦାୟ ୪ଗୋଟି ଉପଖଣ୍ଡ ସ୍ତରୀୟ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଥିବା ଜିଲ୍ଲା ମୁଖ୍ଯ ଯୋଗାଣ ଅଧିକାରୀ ପ୍ରଦ୍ଯୁମ୍ନ କୁମାର ରାଉଚରାୟ ପ୍ରକାଶ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍ ସ୍ତରରେ ମଧ୍ଯ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ କୀର୍ତ୍ତି ଓ୍ବାସନ୍ ପରାମର୍ଶ ଦେଇଥିଲେ । ସମସ୍ତ ସରକାରୀ ଅନୁଷ୍ଠାନ ଯଥା-ଅଙ୍ଗନଓ୍ବାଡି କେନ୍ଦ୍ର, ବିଦ୍ଯାଳୟ, ସିଆର୍.ପି.ଏଫ୍ କ୍ଯାମ୍ପ ଆଦିକୁ ଗ୍ଯାସ୍ ଯୋଗାଣରେ ଯେପରି ବାଧା ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବିଦ୍ଯାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକୁ ଯୋଗାଇ ଦିଆଯାଇଥିବା ଗ୍ଯାସ୍ ସିଲିଣ୍ଡର ଗୁଡିକୁ ମଝିରେ ମଝିରେ ତନଖି କରିବା ପାଇଁ ଜିଲ୍ଲାପାଳ କହିଥିଲେ ।

Related posts

ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ସିବିଏସଇ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ଆଣିଲେ ଆଦିବାସୀ ଝିଅ ତନ୍ମୟୀ 

Sunil Chandra Nayak

ବିଜେପିର ବରିଷ୍ଠ ନେତା ବେଦ ପ୍ରକାଶ ଗୋଏଲଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!