ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଭଞ୍ଜ ଭବନରେ ଆୟୋଜିତ ହେଲା ପବିତ୍ର ଗୁରୁ ଦିବସ

ରାଉରକେଲା ଭଞ୍ଜ ଭବନରେ ଆୟୋଜିତ ହେଲା ପବିତ୍ର ଗୁରୁ ଦିବସ

ଗୁରୁ ଦିବସରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ପାଳିତ

ରାଉରକେଲା ୫/୯, ଭାରତର ଦ୍ଵିତୀୟ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଓ ଦାର୍ଶନିକ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀକୁ ଆଜି ସମଗ୍ର ଭାରତ ବର୍ଷରେ ଗୁରୁ ଦିବସ ଭାବରେ ପାଳନ କରାଯାଉଛି। ଗୁରୁ ଦିବସ ଅବସରରେ ରାଉରକେଲାର ଭଞ୍ଜଭବନ ପରିସରରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଆବାହକତ୍ବରେ ପୂଜ୍ୟପୂଜା ଉତ୍ସବ ପାଳିତ ହୋଇଯାଇଛି। ପୂଜ୍ୟପୂଜା ଉତ୍ସବରେ ଉଦ୍ଘାଟକ ଭାବରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗ ଦେଇ ପୂଜ୍ୟପୂଜା ଉତ୍ସବକୁ ଉଦ୍ଘାଟନ କରିଥିଲା ବେଳେ ମୁଖ୍ଯ ଅତିଥି ଭାବେ ଏନ୍ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ଯୋଗଦେଇ ଗୁରୁ ଦିବସ ଅବସରରେ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟଅତିଥି ମାନଙ୍କ ମଧ୍ୟରେ ଲାଠିକଟା ବ୍ଲକ୍ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ସା, ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ ସୁପ୍ରଭାତ୍ କୁମାର ବେହେରା ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଏହି ଅବସରରେ ରାଉରକେଲା ରଘୁନାଥପାଲୀ ଅଞ୍ଚଳରେ ଥିବା ସମସ୍ତ ଅତିଥି, ଗୁରୁ, ଗୁରୁମାଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ଆୟୋଜକ ତଥା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜର ସ୍ବାଗତ ଭାଷଣ ଦେବା ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇ ପୂଜ୍ଯପୂଜା ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଗୁରୁ ଓ ଶିଷ୍ଯଙ୍କ ମଧ୍ଯରେ ଥିବା ସମ୍ପର୍କକୁ ଉତ୍ଥାପନ କରିଥିଲେ ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ। ମୁଖ୍ଯ ଅତିଥି ତଥା ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ତାଙ୍କ ସାରଗର୍ଭକ ଭାଷଣରେ ଦାର୍ଶନିକ ଓ ଗୁରୁ ତଥା ଭାରତର ଦ୍ଵିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ଯ ରଖିବା ସହିତ ଆଜିର ଶିଷ୍ଯ କିପରି ହେବା ଆବଶ୍ଯକ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ପ୍ରାକ୍ତନ ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ ଓ ରାଉରକେଲା ମୁଖପାତ୍ର ଗଙ୍ଗାଧର ଦାଶ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ପରିଷଦର ଉତ୍କଳ ଦିବସରେ କବିତା ପାଠ

masiha

ଉତ୍କଳ ଗୌବର ମଧୁବାବୁଙ୍କ  ଜୟନ୍ତୀ ତଥା ଓକିଲ ଦିବସ ପାଳିତ

Sunil Chandra Nayak

ବି ଆର ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ଫୁଲବାଣୀ ଠାରେ ବହୁ ସମାରୋହରେ ପାଳିତ 

Sunil Chandra Nayak

Leave a Comment

error: Content is protected !!