ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ପାଳନ ଓ ଶ୍ରଦ୍ଧାଞ୍ଜଳି ସଭା

ବିଜୁ ପଟ୍ଟନାୟକ ଥିଲେ କୋଟି ଓଡ଼ିଆର ମଉଡମଣୀ – ଉପ ଜିଲ୍ଲପାଳ…..

ରାଉରକେଲା/ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଆଇଡ଼ିଏଲ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ପ୍ରବାଦ ପୁରୁଷ କଳିଙ୍ଗ ବୀର ବିଜୟାନନ୍ଦ ପଟ୍ଟନାୟକ ଙ୍କ ୧୦୭ ତମ ଜୟନ୍ତୀ ୨ ଦିନ ବ୍ୟାପି ପାଳିତ ହୋଇ ଯାଇଛି l ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପାନପୋଷ ଉପଜିଲ୍ଲାପାଳ ଅଭିମନୁ ମାଝୀ, ରାଉରକେଲା ମହାନଗର ନିଗମର ଉପ ପୌର ଆୟୁକ୍ତ ସୁକାନ୍ତ ଚନ୍ଦ୍ର ବେଉରା, ସମାଜସେବୀ ଡା ଫକୀର ଚରଣ ହୋତା,ଆଇଡ଼ିଏଲ ର ମହାପ୍ରବନ୍ଧକ ପି ଅଶୋକ କୁମାର, ସହକାରୀ ମହାପ୍ରବନ୍ଧକ ଯେ ପ୍ରଭାକରନ, କାର୍ମିକ ବିଭାଗ ମୁଖ୍ୟ ରଞ୍ଜନ ମହାନ୍ତି ଓ ବିଜୁ ପ୍ରେମୀ ତଥା ସଚେତନ ନାଗରିକ ମଞ୍ଚର ସଂପାଦକ ପି ପି ରାୟ ଯଥାକ୍ରମେ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ବରେଣ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସମାନ୍ୱିତ ବକ୍ତା ଭାବେ ଯୋଗ ଦେଇ ବିଜୁବାବୁଙ୍କ କର୍ମମୟ ଜୀବନ, ସ୍ୱାଧୀନତା ସଂଗ୍ରାମ ରାଜନୈତିକ ଚିନ୍ତାଧାରା, ସମାଜ ସେଵା ସର୍ବୋପରି ନବ ଓଡିଶା ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ମୁଖ୍ୟ ଅତିଥି ଶ୍ରୀ ମାଝୀ କହିଲେ ବିଜୁ ପଟ୍ଟନାୟକ ହେଉଛନ୍ତି କୋଟି ଓଡ଼ିଆର ମଉଡମଣୀ, ଗାଁ କୁ ରାସ୍ତା ମାକୁ ସମ୍ମାନ, ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ପାଈଁ ୩୩ ଭାଗ ସ୍ଥାନ ସରକ୍ଷଣ କରି ସେ କିମ୍ବଦନ୍ତୀ ପୁରୁଷ ପାଲଟିଯାଇଛନ୍ତି, ତାଙ୍କରି ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ସେ ଆଜିର ଯୁବ ଓ ଛାତ୍ର ସମାଜ କୁ ଆହ୍ୱାନ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଡା ବିଷ୍ନୁପ୍ରିୟା ସାହୁ, ଉପସଭାନେତ୍ରୀ ମିନତୀ ବିଶ୍ୱାଳ, ସହ ସମ୍ପାଦିକା ସଚଳା ପଣ୍ଡା ସନାତନ ସାହୁ, ଝୁନୁରାଣୀ ସାହୁ ଅନ୍ତର୍ଯ୍ୟାମୀ ବେଉରା, ଭଗବାନ ସାହୁ ପ୍ରମୁଖ ବିଜୁ ବାବୁଙ୍କ ସମ୍ପର୍କରେ ଆଲୋଚନା କରିଥିଲେ l ୨ ଦିନ ବ୍ୟାପି କାର୍ଯ୍ୟ କ୍ରମରେ ଓଡିଶୀ, ସମ୍ବଲପୁରୀ, ଆଧୁନିକନୃତ୍ୟ, ଭଜନ ଓ ଆଧୁନିକ ସଂଗୀତ, ଚିତ୍ରାଙ୍କନ, ବକୃତା, ଓ ରୋଷେଇ ଖାଦ୍ୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୩୮ ଜଣ ପ୍ରତିଯୋଗୀଙ୍କୁ ସଭାରେ ପ୍ରମାଣ ପତ୍ର, ଟ୍ରଫି ପ୍ରଦାନ କରି ଅଥିତିମାନେ ପୁରସ୍କୃତ କରିଥିଲେ। ସର୍ବ ଭାରତୀୟ ସ୍ତରରେ “ମିସେସ ଇଣ୍ଡିଆ”କୃତିତ୍ୱ ଅର୍ଜନ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଆ ବୋହୁ ପୁଷ୍ପାଞ୍ଜଳି ସ୍ୱାଇଁ ଙ୍କୁ ଓ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଏଲିନା ପାତ୍ର, ରବଟ ହାଇଫିଲ, ଭ୍ରମରବାର ମହାକୁଡ଼ ମୁରଲୀଧର ଦାସ, ଅଲେଖ ସାହାଣୀ,ଆରତୀ ଚୌଧୁରୀ,ଜଗନ୍ନାଥ ଦାସ ଓ ବିଶ୍ୱନାଥ ପଟ୍ଟନାୟକ ଙ୍କୁ ମାନପତ୍ର ଓ ଉତ୍ତରୀୟ ସହ ସମ୍ମାନିତ କରାଯାଇଥିଲା l ମଧ୍ୟାହ୍ନ ଭୋଜନ ପରେ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ବିଶିଷ୍ଟ କବି ଶ୍ରୀନାଥ ନାୟକ ଓ ଆର୍ତବନ୍ଧୁ ଦାସ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ୨ ଟି କବିତା ପାଠ କରିଥିଲେ ବିଶ୍ୱ ନାଥ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସଚଳ ପଣ୍ଡା ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ ଶେଷରେ ସନାତନ ସାହୁ ଧନ୍ୟବାଦ ଦେଇଥିଲେ।

ସଚେତନ ନାଗରିକ ମଞ୍ଚ:-

ସେକ୍ଟର୨ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ସଚେତନ ନାଗରିକ ମଞ୍ଚ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳନ କରିଛି। ମଂଚର ସାଧାରଣ ସଂପାଦକ ପି ପି ରାୟ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଂଚର ସର୍ବଶ୍ରୀ ଚିତ୍ତରଞ୍ଜନ ଦାସ, ଉପେନ୍ଦ୍ର ନାୟକ, ରାମଚନ୍ଦ୍ର ସାହୁ, ଡାକ୍ତର ବସନ୍ତ ଦାସ, ଜଟାଧାରୀ ମାଝୀ, ଦିବ୍ୟାଶୁ ମହାନ୍ତି, ସୁବ୍ରତ ମଲ୍ଲିକ, ଅକ୍ଷୟ ଜେନା, ଜଗନ୍ନାଥ ରାଉତ,ଅମୂଲ୍ୟ ବରାଳ, ହାଡିବଂଧୁ ମହାପାତ୍ର, ରମେଶ ଚନ୍ଦ୍ର ସେଠୀ, କୁଞ୍ଜବିହାରୀ ରାଉତ, ଦିଗମ୍ବର ମହାନ୍ତି, ଡଃ ସୁମନ ଦତ୍ତ,ସୁରେନ୍ଦ୍ର ରାଉତ,ବିଭୁ ନାୟକ, ଶଶଧର ପାତ୍ର, ଗୀତାଞ୍ଜଳୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଜୁବାବୁଙ୍କ ଜୀବନୀ ସଂପର୍କରେ ଆଲୋଚନା ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ସମ୍ବାଦ ସାହିତ୍ୟ ଘର:-

ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସେକ୍ଟର ୨ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଜୁବାବୁଙ୍କ ତ୍ୟାଗ, ଦେଷପ୍ରେମ ସଂପର୍କରେ ଆଲୋଚନା କରାଯାଇଥିଲା । ଆଲୋକ ରଂଜନ ମଲ୍ଲିକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ରାମକୃଷ୍ଣ ତ୍ରିପାଠୀ, ସଂପାଦକ ପ୍ରଶାନ୍ତ ଦାସ, ଜଗନ୍ନାଥ ରାଉତ, ମିହିର ରାୟ,ବିଭୁ ନାୟକ, ଜ୍ୟୋତିର୍ମୟ ଆଚାର୍ଯ୍ୟ, ବିରେନ ଟୁଡୁ,କୁଞ୍ଜବିହାରୀ ରାଉତ,ମନୋଜ ନନ୍ଦ, ରମେଶ ଚନ୍ଦ୍ର ପାତ୍ର, ହରିହର ସାହୁ, ସୁମନ୍ତ ଉପାଧ୍ୟାୟ,ବିମଳ ବିଶି ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପ୍ରାଥମିକ କୃଷି ସମବାୟ ସମିତିର ଋଣମେଳା

Sunil Chandra Nayak

ଜାମଦା ସରସ୍ବତୀ ଶିଶୁ ମନ୍ଦିରରେ ଅଭିଭାବକ ଅଭିଭାବିକା ସମ୍ମିଳନୀ

Sunil Chandra Nayak

କୋକସରା କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!