ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଟା-ବାଦାମପାହାଡ ରେଳପଥ ର ସମସ୍ତ ଷ୍ଟେଷନ ଗୁଡିକର ସୂଚନା ଫଳକରେ ଅଲଚିକି’ ରେ ଉଲ୍ଲେଖିତ କରାଯିବା ସହ ସାନ୍ତାଳୀ ଭାଷାରେ ଏନାଉନ୍ସ କରାଯିବାକୁ ଦାବିପତ୍ର ପ୍ରଦାନ

ମୟୂରଭଞ୍ଜ:- ୦୬/୦୩/୨୦୨୩; (ମସିହା) ଟାଟା-ବାଦାମପାହାଡ ରେଳପଥ ରେ ଥିବା ଓଡିଶା ରାଜ୍ୟ ତଥା ମୟୁରଭଞ୍ଜ ଜିଲ୍ଲାର ପ୍ରଥମ ରେଳଷ୍ଟେଷନ ବହଳଦାରୋଡ (ଝରାଡିହି) ରେଳଷ୍ଟଷନ ର ପରିଚାଳକ’ଙ୍କ ଜରିଆରେ ଦକ୍ଷିଣ ପୂର୍ବ ରେଳପଥ ର (ଚକ୍ରଧରପୁର) ବିଭାଗିୟ ଅଧିକାରୀ’ଙ୍କୁ ଷ୍ଟେଷନ ଗୁଡିକର ସୂଚନା ଫଳକରେ ସାନ୍ତାଳୀ ଭାଷା ଅଲଚିକି’ ରେ ଉଲ୍ଲେଖ କରାଯିବା ସହ ଡାକବାଜି ଯନ୍ତ୍ରରେ ସାନ୍ତାଳୀ ଭାଷାରେ ଉଦଘୋଷଣା କରାଯିବା ନେଇ ଏକ ଦାବିପତ୍ର ପ୍ରଦାନ କରା ଯାଇଛି।

      ଟାଟା-ବାଦାମପାହାଡ ରେଳପଥ ପଞ୍ଚମ ଅନୁସୂଚିତ ଅଞ୍ଚଳ ବା ଆଦିବାସୀ ଅଞ୍ଚଳରେ ଅବସ୍ଥିତ। ଟାଟାନଗର ତଥା ବାମନଘାଟୀ ଉପଖଣ୍ଡ ଅଞ୍ଚଳରେ ଅନ୍ୟାନ୍ୟ ଭାଷାଭାଷି ଆଦିବାସୀ ଜନଜାତି’ଙ୍କ ସହ ସାନ୍ତାଳ ସମ୍ପ୍ରଦାୟ ତଥା ସାନ୍ତାଳ ଭାଷାଭାଷି ଲୋକେ ବହୁଳ ଭାବେ ବସବାସ କରିଥାନ୍ତି। ଭାରତୀୟ ସମ୍ବିଧାନର ର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଇଥିବା ଅଲଚିକି’ ଲିପି ତଥା ସାନ୍ତାଳୀ ଭାଷା ଅଞ୍ଚଳରେ ବହୁଳ ପ୍ରଚଳିତ। ତେବେ ଦୁଃଖର ବିଷୟ ଟାଟା-ବାଦାମପାହାଡ ମଧ୍ୟରେ ଥିବା ଷ୍ଟେଷନ ଟାଟାନଗର, ହଲୁଦପୁଖୁର, ସିଧିରସାଇ, ବହଳଦାରୋଡ, ଅଁଳାଯୋଡି, ଗୋରୁମାହିଷାଣୀ, ରାଇରଙ୍ଗପୁର, କୁଲଡିହା, ଛଣୁଆ ଏବଂ ବାଦାମପାହାଡ ଷ୍ଟେଷନ ଗୁଡିକର ସୂଚନା ଫଳକରେ ସାନ୍ତାଳୀ ଭାଷା ଅଲଚିକି’ ଲିପି ରେ ଉଲ୍ଲେଖିତ କରାଯାଇ ନଥିବାବେଳେ ଯାତ୍ରୀବାହୀ ଟ୍ରେନ୍ ଯିବା ଆସିବା ସମୟରେ ଡାକବାଜି ଯନ୍ତ୍ରରେ କେବଳ ହିନ୍ଦୀ ଭାଷାରେ ଉଦ୍-ଘୋଷଣା କରାଯାଇ ଯାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରାଯାଉଛି। ଯାହାକୁ ନେଇ ବୁଦ୍ଧିଜୀବି ମହଲରେ ଓ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଜି ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ପାଟ୍ରାମହୁଲପାଣି ଗ୍ରାମ ସ୍ଥିତ ବାବାତିଲକା ଲାଇବ୍ରେରୀ (ପାଠାଗାର) ପ୍ରତିଷ୍ଠାତା, ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରାମଦାସ ମୁର୍ମୁ ଏନେଇ ବହଳଦା ରୋଡ ଷ୍ଟେଷନ ପରିଚାଳକ ଗୌତମ ଭୁଷଣ ଭାରତୀ ଓ ପିଉଷ ତିର୍କି’ଙ୍କ ଜରିଆରେ ଉପରୋକ୍ତ ଦାବି ପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ ଗ୍ରହଣ କରାଯିବା ଦାବିରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଶ୍ରୀ ମୁର୍ମୁ’ଙ୍କ ସହ ସାମ୍ବାଦିକ ତଥା ବହଳଦା ବ୍ଲକ ପେସା ଗ୍ରାମସଭା ସଂଯୋଜକ ବସନ୍ତ କୁମାର ସାଣ୍ଡିଲ ଉପସ୍ଥିତ ରହିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସି ଏ ଏସ ଡ଼ି ତରଫରୁ ୱାର୍ଡ ସଭ୍ୟ ସଭ୍ୟା ଙ୍କ ପାଇଁ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ବୌଦ୍ଧ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେବସ୍ତିଆନ କୁଜୁର ଙ୍କ ଚାକିରୀ ରୁ ଅବସର ଗ୍ରହଣ, ସହକାରୀ ଜ଼ିଲ୍ଲାପାଳ ସସ୍ମିତା ପ୍ରଧାନ ନେଲେ ଡି. ଏସ. ଡବ୍ଲୁ. ଓ. ଦାୟିତ୍ୱ   

Sunil Chandra Nayak

ଦୁଇ ବାଇକ୍ ମୁହାଁମୁହିଁ; ଜଣେ ମୃତ ଜଣେ ୨ ଗୁରୁତର , ଗୁରୁତର ବାରିପଦା ସ୍ଥାନାନ୍ତର 

masiha

Leave a Comment

error: Content is protected !!