ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ତିର୍ତୋଲ : 06/03/23: – ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର କଟକ ପାରାଦ୍ୱୀପ ରାଜପଥ ତେନ୍ତୁଳିପଦା ସାରଳା ରୋଡ଼ ଦୋସଡିକ ଛକ ଠାରେ ସୋମବାର ପୂର୍ବାହ୍ନ ରେ ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ର ଉନ୍ମୋଚନ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି !ସାରଳାଦାସ ସ୍ମୃତି ସଂସଦ ଓଡିଶା ଓ ସାରଳା ଦାସ ପ୍ରତିମୂର୍ତ୍ତି ନିର୍ମାଣ କମିଟି ମିଳିତ ଆନୁକୂଲ୍ୟରେ ଆୟୋଜିତ, ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ କମିଟି ର ସଭାପତି ସୁରେଶ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବ କରିଥିଲେ ! ଓଡିଶାସାହିତ୍ୟ ଏକାଡେମୀ ର ପୂର୍ବତନ ସଭାପତି ସାତକୋଡ଼ି ହୋତା ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ଲୋକସେବକ ମଣ୍ଡଳ ଓଡିଶା ଶାଖା ର ଅଧ୍ୟକ୍ଷ ନିରଞ୍ଜନ ରଥ , ସାରଳାଦାସ ଙ୍କ ପାଇଁ ଓଡ଼ିଆଜାତି ଓ ଓଡ଼ିଆ ଭାଷା ଆଜି ସମଗ୍ର ବିଶ୍ୱରେ ତାର ସ୍ୱତନ୍ତ୍ର ଗାରିମାମୟ ପରିଚୟ ସୃଷ୍ଟିକରି ପାରିଛି ବୋଲି ମତ ରଖିଥିଲେ !, ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ମିଶ୍ର, ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ, ମୁଖ୍ୟବକ୍ତା ଏମସ ର ପ୍ରାକ୍ତନ ନିର୍ଦେଶକ ଡ ଅଶୋକକୁମାର ମହାପାତ୍ର ଓ ସମ୍ମାନିତ ଅତିଥିଭାବେ ସୀତାବଲ୍ଲଭ ମହାପାତ୍ର, ପର୍ଶୁରାମ ଦ୍ବିବେଦୀ , ଅଭିନନ୍ଦନିକା ପ୍ରଦୀପ୍ତ କୁମାର ବିଶ୍ୱାଳ ପ୍ରମୁଖ ସାରଳା ଦାସ ଙ୍କ ସାରସ୍ୱତସାଧନା ଓ କାଳଜୟୀ କୃତିତ୍ୱ ଉପରେ ଆଲୋକପାତ କରିବା ସହିତ, ଆଗାମୀ ଦିନରେ ରାଜ୍ୟର ସବୁଜିଲ୍ଲାରେ ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିମନ୍ତେ କମିଟି ଲକ୍ଷ୍ୟଧାର୍ଯ୍ୟ କରିଛି ବୋଲି ଘୋଷଣା କରିଥିଲେ !ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସାରଳାସର୍ଜନା 2022 ଓ ସାରଳାପାଞ୍ଜି 2023 କୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା !ତେବେ ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଝଙ୍କଡ଼ ସାହିତ୍ୟ ସଂସଦ ର ସଭାପତି ଶିକ୍ଷାବିତ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କବିତା ପାଠୋତ୍ସବକୁ,କବି ଦିଗାମ୍ବର ରାଉତ ଓ ପ୍ରତିଭା ମିଶ୍ର ସଂଯୋଜନା କରିଥିଲେ !ଏଥିରେ ବହୁସଂଖ୍ୟକ କବି କବୟିତ୍ରୀ ମାନେ ଯୋଗଦେଇ ସାରଳା ଦାସ ଙ୍କ ଉପରେ ସ୍ୱରଚିତ କବିତାପାଠ କରିଥିଲେ ! ଏହି ଅବସରରେ ମୂର୍ତ୍ତିଶିଳ୍ପୀ ଦିଲ୍ଲୀପ କୁମାର ସ୍ବାଇଁ ଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଓ ପାରଦର୍ଶିତା ନିମନ୍ତେ ଝଙ୍କଡ଼ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦକ ଗୋଲକ ବିହାରୀ ପଲାଇ, ଡକ୍ଟର ବିମଲ ପ୍ରସାଦ ଦାଶ, ବିରଜା ପ୍ରସାଦ ପରିଜା , ଡକ୍ଟର ବିଷ୍ଣୁପ୍ରିୟା ଦାସ, ଚିତ୍ତରଞ୍ଜନ ପରିଜା , ପରମାନନ୍ଦ ମିଶ୍ର, ବିକାଶ ଚନ୍ଦ୍ର ପରିଜା, ସୂର୍ଯ୍ୟ ନାରାୟଣ ପରିଜା , ସରପଞ୍ଚ ସରୋଜିନୀ ପରିଜା , ଆଶିଷ ମହାପାତ୍ର, ସୁବ୍ରତ କୁମାର ଦାସ , ଝୁଲାରାମ ଦାସ, ଚୌଧୁରୀ ରାଧାମୋହନ ପରିଜା , ସବିତା ନାୟକ , ଆଶିଷ ମହାନ୍ତି ଓ ରାଜେଶ କୁମାର ସାହାଣୀ ପ୍ରମୁଖ ଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା !ପଣ୍ଡିତ ବାସବ ନନ୍ଦ ନିମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିବା ବେଳେ, ଇଞ୍ଜିନିଅର ସୁବାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

masiha

1996 ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ

Sunil Chandra Nayak

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗଡ଼ିଲା ପରିବାର ନିୟୋଜିତ ସଚେତନତା ରଥ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort