ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡା ରେ ବ୍ଲକ ସ୍ତରୀୟ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ

ରିଷିଡା ରେ ବ୍ଲକ ସ୍ତରୀୟ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ 

କର୍ଲମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ “ଆର୍ଟ ଅଫ ଗିଭିଙ୍ଗ” (ଦେବାର କଳା) କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ଟି ପୂର୍ବତନ କନ୍ଧମାଳ ସାଂସଦ ତଥା KIIT, KISS ଓ KIMS ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଙ୍କ ଦ୍ୱାରା ୧୭ ମେ ୨୦୧୩ ମସିହା ଠାରୁ ଆରମ୍ଭ ହୋଇ ଥିଲା l ଡଃ ସାମନ୍ତଙ୍କ ଚିନ୍ତା ଧାରା ରେ ଆଜକୁ ଦୀର୍ଘ ୧୨ ବର୍ଷ ହେଲା ସାରା ବିଶ୍ଵର ୧୨୦ ଗୋଟି ଦେଶରେ ପାଳିତ ହେଉଅଛି l ଏହି ଅବସରରେ ରିଷିଡା ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ କଳାହାଣ୍ଡି କିସ ଆଲୁମିନି ତଥା ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ନିଳାମ୍ବର ପାତ୍ର ସଭାପତିତ୍ୱ କରିଥିଲେ l କିସ୍ କଳାହାଣ୍ଡି ର ଶିକ୍ଷୟତ୍ରୀ ଜ୍ୟେର୍ତିମୟୀ ରଣା ମଞ୍ଚ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ଭାବେ କର୍ଲମୁଣ୍ଡା ପ୍ରେସ କ୍ଲବ ସଭାପତି ତଥା ସାହିତ୍ୟିକ ନରୋତ୍ତମ ସେଲମା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷକ ହିମାଦ୍ରୀ ଭୋଇ, ଜୟଦେବଭୋଇ ଓ କିସ ଆଲୁମିନି, ତଥା ତେରେସିଂହା ଡିଗ୍ରୀ କଲେଜ ର ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ, ଗ୍ରନ୍ଥାଗାର ଚିନ୍ମୟ ରଣା ପ୍ରମୁଖ ଯୋଗ ଦେଇଥିଲେ l କଳାହାଣ୍ଡି କିସ ର ଛାତ୍ରୀ ଅଭିଭାବକଗଣ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ l ଜଗଦିଶ ଭୋଇ, ଲଲିତ କୁମାର ଦାସ, ପାଣ୍ଡବ ହରିଜନ ଓ କିସର ପୁରାତନ ଛାତ୍ର ପ୍ରବୀଣ ଭୋଇ ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସୁରଟ ରେ ଓଡ଼ିଆ ଶ୍ରମିକ ମୃତ 

Sunil Chandra Nayak

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ 

Leave a Comment

error: Content is protected !!