ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମପୁର ଥାନାରେ ନୂତନ ଅଧିକାରୀ ଙ୍କ ଯୋଗଦାନ

କଲମପୁର ଥାନାରେ ନୂତନ ଅଧିକାରୀ ଙ୍କ ଯୋଗଦାନ

କଲମପୁର-୨୫/୭ ( ମସିହା ) କଲମପୁର ଥାନାରେ ନୂତନ ଅଧିକାରୀ ଭାବେ ବିଶ୍ବମ୍ବର କହଁର ଯୋଗଦାନ କରିଛନ୍ତି,ସେ ଏହା ପୂର୍ବରୁ ବିଜେପୁର ଥାନାଧିକାରୀ ଭାବେ ଅବସ୍ଥାପିତ ଥିଲେ, ବିଜେପୁର ଥାନାକୁ କଲମପୁର ଥାନାଧିକାରୀ ନୀଳାମ୍ବର ଜାନୀଙ୍କୁ ବଦଳି କରାଯାଇ ଥିବା ବେଳେ ବିଜେପୁରରେ ଅବସ୍ଥାପିତ ଶ୍ରୀ କହଁରଙ୍କୁ କଲମପୁର ଥାନା ଅଧିକାରୀ ଭାବେ ବଦଳି ହୋଇଛି, ଆଜି ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ନାଏକଙ୍କ ନେତୃତ୍ୱରେ କଲମପୁର ଅଞ୍ଚଳର ସାମ୍ବାଦିକ ମାନେ ସାକ୍ଷାତ କରିବା ସହିତ ନୂତନ ଥାନାଧିକାରୀ ଶ୍ରୀ କହଁରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ, ଏଥିରେ ସାମ୍ବାଦିକ ଶେଷଦେବ ନାଏକ, ଦର୍ଶନ ଗୁପ୍ତା,ଭୋଜରାଜ ଛତ୍ରିଆ, ଅଜିତ ପୁଝାରୀ,ଶରତ ସୁନାନୀ,ରଞ୍ଜନ ସାହୁ,ଟିକଚନ୍ଦ ବାଗ ପ୍ରମୁଖ ଯାଇ ଥାନାଧିକାରୀ ଶ୍ରୀ କହଁରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ଜଣାଇଥିଲେ, ଏନେଇ ନୂତନ ଥାନାଧିକାରୀ ଶ୍ରୀ କହଁର ପ୍ରତିକ୍ରିୟା ଦେଇ କହିଥିଲେ ଯେ କଲମପୁର ଥାନା ଅଞ୍ଚଳ ପ୍ରାୟତଃ ଶାନ୍ତିପ୍ରିୟ ବୋଲି ମୁଁ ଶୁଣିଛି, ଏଠାରେ କିଛି ସମସ୍ୟା ରହିଛି ତାହା ଉପରେ ଧ୍ୟାନ ଦିଆଯିବ,ବିଶେଷ କରି ଟ୍ରାଫିକ ସମସ୍ୟା, ମହିଳା ସମସ୍ୟା,ମଧ୍ୟପ ସମସ୍ୟା ଓ ଜମିବାଡ଼ି ସମସ୍ୟା ବୃଦ୍ଧି ରୋକିବା ଦିଗରେ ଆମେ କାମ କରିବୁ, ଯଦିଓ କର୍ମଚାରୀ ସଂଖ୍ୟା ଏହି ଥାନାରେ ଯଥେଷ୍ଟ ନଥିଲେ ମଧ୍ୟ ଆମେ ଲୋକଙ୍କ ସୁରକ୍ଷାରେ କଦାପି ଅବହେଲା କରିବୁ ନାହିଁ ବୋଲି କହିଥିଲେ, ଏହି ଥାନା ଅନ୍ତର୍ଗତ ବଡକୁଟୃ ଫାଣ୍ଡିରେ ମଧ୍ୟ ନୂତନ ଫାଣ୍ଡି ଅଧିକାରୀ ଭାବେ ଅସିତ ପଣ୍ଡା ଯୋଗଦାନ କରିଛନ୍ତି, ସେ କଲମପୁର ଥାନା ଅବସ୍ଥାପିତ ହୋଇ ନ ଥିବା ପୂର୍ବରୁ କଲମପୁର ଫାଣ୍ଡି ଅଧିକାରୀ ଭାବେ ନିୟୋଜିତ ହୋଇ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରି ଯାଇଛନ୍ତି, ଅବସରକାଳ ଆସନ୍ନ ହେବାରୁ ଶ୍ରୀ ପଣ୍ଡା କଲମପୁର ଥାନା ଅନ୍ତର୍ଗତ ବଡକୁଟୃ ଫାଣ୍ଡିରେ ନିୟୋଜିତ ହୋଇଛନ୍ତି, ତାଙ୍କ କାର୍ଯ୍ୟକୁ ନେଇ ଜନ ସାଧାରଣରେ ଆସ୍ଥା ପ୍ରକଟ କରାଯାଇ ଥିବା ବେଳେ ଶ୍ରୀ ପଣ୍ଡା ମଧ୍ୟ ମୋର କାର୍ଯ୍ୟକାଳ ଏଇଠୁ ଆରମ୍ଭ ଓ ଏହିଠାରେ ହିଁ ଶେଷ ହେବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ସମଲେଶ୍ବରି ହାଇସ୍କୁଲ କୁଣ୍ଡାବନ୍ଧ ରେ ୭୪ ତମ ବନ ମହୋତ୍ସବ

ବେକରେ ଦଉଡି ବାନ୍ଧି ବୃଦ୍ଧଙ୍କ ଆତ୍ମହତ୍ୟା

Sunil Chandra Nayak

ନୂତନ ତହସିଲଦାରଙ୍କ ଯୋଗଦାନ 

masiha

Leave a Comment

error: Content is protected !!