ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର‌ କଂଗ୍ରେସ ତରଫରୁ ଏଫଏମ କଲେଜ ଛାତ୍ରୀ ସ୍ଵର୍ଗତା ସୌମ୍ଯାଶ୍ରୀଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

ରାଇରଙ୍ଗପୁର‌ କଂଗ୍ରେସ ତରଫରୁ ଏଫଏମ କଲେଜ ଛାତ୍ରୀ ସ୍ଵର୍ଗତା ସୌମ୍ଯାଶ୍ରୀଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

ମୟୂରଭଂଜ – ୨୪/୦୭ — ଆଜି ଗୁରୁବାର ଦିନ ରାଇରଙ୍ଗପୁର ଠାରେ ସକାଳେ କଂଗ୍ରେସ ଦଳର ବରିଷ୍ଠ ନେତା ପୂର୍ବତନ ବିଧାୟକ ଶ୍ରୀ ଲକ୍ଷ୍ମଣ ମାଝୀ ଓ ରୂପକ ମହାନ୍ତି ଙ୍କର ନେତୃତ୍ୱରେ ଟେକ୍ନୋ ୱାର୍ଲଡ ମହାବିଦ୍ୟାଳୟ ରେ ଛାତ୍ର-ଛାତ୍ରୀଙ୍କ ଗହଣରେ ବାଲେଶ୍ବର କଲେଜ ଛାତ୍ରୀ ୰ ସୌମ୍ୟାଶ୍ରୀ ବିଶି ଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା, । ସେହିପରି ସନ୍ଧ୍ୟାରେ ରାଇରଙ୍ଗପୁର ସ୍ଥାନୀୟ ଦୂର୍ଗାମଣ୍ଡପ ଠାରେ ମଧ୍ୟ ଯୁବ ନେତା ଭଜହରି ମହାନ୍ତଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ଶ୍ରୀ ଲକ୍ଷ୍ମଣ ମାଝୀ, ପ୍ରାକ୍ତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଂସଦା ଓ ପ୍ରାକ୍ତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଏବଂ ନିବେଦିତା ପାଲ ଓ ବହୁ ସଂଖ୍ୟାରେ ମହିଳା ଓ ବାଲିକା ମାନଙ୍କର ଗହଣରେ ୰ ସୌମ୍ଯାଶ୍ରୀ ବିଶି ଙ୍କ ଏକାଦଶାହରେ ଦୀପ ପ୍ରଜ୍ବଳନ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଏବଂ ତାଙ୍କରି ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ପାଖରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଏସଆଇଆର ମାଧ୍ୟମରେ ଓଡ଼ିଶାରେ ଭୋଟରଙ୍କ ନାମ ବାଦ୍ ପଡିବା ନେଇ ସନେ୍ଦହ ପ୍ରକାଶ କଲା ବିଜେଡି

Sunil Chandra Nayak

ସାମ୍ପ୍ରତିକ ନାରୀ ନିର୍ଯ୍ଯାତନାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବୈଠକ

Sunil Chandra Nayak

ଜୁନାଗଡ଼ରେ ଦିବ୍ୟଶଙ୍କରଙ୍କ ହ୍ୟାଟ୍ରିକ ବିଜୟ 

masiha

Leave a Comment

error: Content is protected !!