ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା କୁ ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ,୨୮ ରେ ବିଧାନସଭା ଘେରାଉ

ରାଜ୍ଯରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ଗୋଲକ ବିହାରୀ କହଁର ଙ୍କ ନେତୃତ୍ବରେ ଆଜି ଅନୁଷ୍ଠିତ ହୋଇଥିଲା । ରାଜ୍ଯରେ ୨୩ ବର୍ଷ ଧରି ଏକ ସ୍ଥିର ସରକାର ଶାସନ କରୁଥିବା ବେଳେ ଦିନକୁ ଦିନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଅଳ୍ପଦିନ ତଳେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଗଉଡପଡା ର ଛାତ୍ରୀ ମୃତ୍ୟୁ, ରାଙ୍ଗାପାରୁ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ କିମ୍ବା ଅନ୍ବେଷା ହଷ୍ଟେଲ ଛାତ୍ର ମୃତ୍ୟୁ ପ୍ରତ୍ୟେକ ଟିରେ ପୋଲିସ ବିଭାଗ ତାର ବିଫଳତାର ପ୍ରମାଣ ଦେଖାଇଛି । ଏଭଳିକି ଅନ୍ବେଷା ହଷ୍ଟେଲ ଛାତ୍ର ମୃତ୍ୟୁ ଘଟଣାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଟାଉନ୍ ଥାନାରେ ଦିଆଯାଇଥିବା କେସ୍ କୁ ଗ୍ରହଣ ମଧ୍ୟ କରାଗଲା ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀ କହଁର । ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ଵରେ ଥିବା ନବ ଦାସଙ୍କୁ ଦିନ ଦୁଇ ପହରରେ ସର୍ବସମ୍ମୁଖରେ ତାଙ୍କର ଜଣେ ପୋଲିସ ଏ.ଏସ୍.ଆଇ. ହତ୍ୟା କଲେ ଯାହାକି ଆଶ୍ଚର୍ଯ୍ୟର ବିଷୟ ଯେ ରକ୍ଷକ ଭକ୍ଷକ ସାଜିଲା ଏବଂ ପରେ ପରେ ଝାରସୁଗୁଡ଼ା ଡାକ୍ତରଖାନାରେ ଇ.ସି.ଜି ରିପୋର୍ଟ ମୃତ ବୋଲି ସୁଚାଇବା ସତ୍ତ୍ୱେ ମଧ୍ୟ ତାଙ୍କ ଶବକୁ ଅପରେସନ କରିବାର ବାହାନା କରି ଭୁବନେଶ୍ୱର ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ନେବା ଏବଂ ରାଜନୀତି କରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ‌। ଏହି ଘଟଣାରେ ସାଧାରଣରେ ହେଉ ଅବା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାନସଭା ବାହାରେ ଏବଂ ଭିତରେ ମଧ୍ୟ ଏହାର ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ପାଇଁ ସି.ବି.ଆଇ. କୁ କେସ୍ ହସ୍ତାନ୍ତର କରିବାକୁ ବାରମ୍ବାର ଦାବି ସତ୍ତ୍ୱେ ରାଜ୍ୟ ସରକାର ନିଜର ଦୋଷ ଦୁର୍ବଳତା ଲୋକେ ଲୋଚନକୁ ଆସିଯିବା ଭୟରେ ଆଦୌ କର୍ଣ୍ଣପାତ କରୁନାହାନ୍ତି । ଯାହାକି ସାରା ଓଡ଼ିଶାର ଲୋକ ଏକ କ୍ୟାବିନେଟ ମନ୍ତ୍ରୀ ସୁରକ୍ଷିତ ନଥିବା ସ୍ଥଳେ ନିଜେ କିପରି ସୁରକ୍ଷିତ ରହିବେ ଭାବି ଭୟର ବାତାବରଣ ଭିତରେ ଜୀବନ ବିତାଉଛନ୍ତି। ତେଣୁ ଏହାରି ପ୍ରତିବାଦରେ ଏବଂ ଏହି ଘଟଣାର ସତ୍ୟାସତ୍ୟ କୁ ଲୋକ ଲୋଚନକୁ ଆଣି ସାରା ଓଡିଶାକୁ ଭ୍ରମରୁ ଦୂର କରିବା ଦାବିରେ ଆସନ୍ତା ତା ୨୮ -୦୨-୨୦୨୩ ରିଖ ଦିନ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ହେବ । ଏହି ଘେରାଉରେ କନ୍ଧମାଳ ଜିଲ୍ଲାର ମଧ୍ୟ ହଜାର ହଜାର ଯୁବକ ସାମିଲ ହେବେ ବୋଲି ଶ୍ରୀ କହଁର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ (ଟିକୁ), ଜିଲ୍ଲା ସମ୍ପାଦକ ଗୌତମ ମଲ୍ଲିକ, ମଣ୍ଡଳ ସଭାପତି ଆଦିତ୍ୟ କହଁର ପ୍ରମୁଖ ଉପସ୍ଥିତ ଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

କାମାକ୍ଷାନଗର ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଉଳ କାଟ କୁ ନେଇ ପ୍ରତିବାଦ ସଭା

Sunil Chandra Nayak

ବିଜେଡି ଆଇନଜୀବୀ ସାମ୍ମୁଖ୍ଯ ସମ୍ମିଳନୀରେ ଯୋଗଦେଲେ ଜିଲ୍ଲା ସଭାପତି

masiha

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ 

masiha

Leave a Comment

error: Content is protected !!