ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଗଧା ପାଲିଲେ ହରାଲି ଉଆଁସ 

ମଗଧା ପାଲିଲେ ହରାଲି ଉଆଁସ  

ନର୍ଲା,(ସ.ବ୍ୟୁ): ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଠାରେ ଆଜି ହରାଲି ଉଆଁସ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବେ ମଗଧା ଯାଦବ ମାନେ କ୍ଷତ୍ରୀୟ ବୃତ୍ତି ସହ କୃଷି କର୍ମ ମଧ୍ୟ କରୁଥିଲେ। ଏମାନେ କୃଷି କାର୍ଯ୍ୟ ସାରି ଶ୍ରାବଣ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ଦିନ କ୍ଷେତରେ ବିଜୟର ପ୍ରତିକ ଭାବେ କେନ୍ଦୁ ଶାଖା ସ୍ଥାପନ କରୁଥିଲେ ଓ ଏହାପରେ ରାଜ୍ୟ ରକ୍ଷାପାଇଁ ସୀମାକୁ ଚାଲି ଯାଉଥିଲେ କିମ୍ୱା ସମରାଭ୍ୟାସ କ୍ଷେତ୍ରକୁ ଯାଇ ଗୋଷ୍ଠିଗତ ଭାବେ ସମରାଭ୍ୟାସ କରୁଥିଲେ। ଏହି ପରମ୍ପରା ବର୍ତ୍ତମାନ ସୁଦ୍ଧା ଅନୁସୃତ ହୋଇ ଆସୁଅଛି। ଚିତାଲାଗି ଅମାବାସ୍ୟା ଦିନ ଯାଦବ ପରିବାରମାନେ ଏହି ପର୍ବକୁ ପାରମ୍ପରିକ ରିତିନିତି ଅନୁକ୍ରମେ ପାଳନ କରିଛନ୍ତି। ଗୁରୁବାର ଯାଦବ ରମଣୀ ଓ ଗୃହକର୍ତ୍ତା ସକାଳୁ ଗାଧୁଆ ପାଧୁଆ ସାରି ଗୁହାଳରେ ଗାଇ ଗୋରୁଙ୍କୁ ବନ୍ଦାପନା କରିଥିଲେ। ଗୋ ବନ୍ଦାଣ ପରେ ଚାଷୀ କୃଷି କ୍ଷେତ୍ରକୁ ଯାଇ କେନ୍ଦୁ ବୃକ୍ଷକୁ ପୂଜା କରିବା ସହ ସେହି ବୃକ୍ଷରୁ ଏକ ଶାଖା ଆଣି କ୍ଷେତରେ ସ୍ଥାପନ କରିଥିଲେ। ପୂର୍ବାହ୍ନରେ ଚରଡାଙ୍ଗ ଏବଂ ମଧ୍ୟାହ୍ନରେ ପିଦରରେ ପିତୃ ଉପାସନା ସହ ଅସ୍ତ୍ର ଶସ୍ତ୍ର ପୂଜା କରାଯାଇଥିଲା। ସନ୍ଧ୍ୟାରେ ଗୁହାଲ ପୂଜା ପରେ ଭୋଜି ଭାତର ଆସର ଜମିଥିଲା। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ସରକାର ଦେଲେ ଦ୍ରୁଷ୍ଟି:ପିକ୍ ନିକ୍ ସ୍ଥାନ ହେବ ଆହୁରି ସୁନ୍ଦର

Sunil Chandra Nayak

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!