ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଂଚ – ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି 

ଓଡ଼ିଆ ଭାଷା ବିକାଶ ମଂଚ – ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି 

ରାଉରକେଲା: ସେକ୍ଟର ଚଉଦ ସ୍ଥିତ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଓଡ଼ିଆ ଭାଷା ବିକାଶ ମଂଚ ଆନୁକୂଲ୍ୟରେ ଭକ୍ତିପୁତ ପୁଷ୍ପାଞ୍ଜଳି ଅର୍ପଣ କରି ଓଡ଼ିଆ ଭାଷା ବିକାଶ ମଂଚ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର କହିଲେ ଯେ ଓଡ଼ିଆ ସାହିତ୍ୟ ଆକାଶରେ ଗଙ୍ଗାଧର ଏକ ଉଜ୍ଜଳତମ ନକ୍ଷତ୍ର ।ଦେଶୀୟ ପରମ୍ପରା ଓ ସ୍ଵଚ୍ଛ ଆଦର୍ଶରେ ଅନୁପ୍ରାଣିତ । ବିଶିଷ୍ଟ କବି ଗଙ୍ଗାଧର ଭାରତୀୟ ସଂସ୍କୃତି ଓ ସାହିତ୍ୟକୁ ଆଧାରକରି ଅଜସ୍ର କାବ୍ୟ ବିଭବ ସୃଷ୍ଟି କରି ଓଡିଆ ଭାଷା ସାହିତ୍ୟକୁ, ରୁଦ୍ଧିମନ୍ତ କରିଛନ୍ତି। ତାଙ୍କର ସୃଷ୍ଟି ସମ୍ଭାର, ରସରତ୍ନାକର, ଆହଲ୍ୟାସ୍ତବ, କୀଚକ ବଧ, ପ୍ରଣୟ ବହ୍ଲରୀ, ତପସ୍ଵନୀ, ପଦ୍ମିନୀ ଗ୍ରନ୍ଥ, ଗୀତିକବିତା ଓ ଖଣ୍ଡକବିତା, ଉତ୍କଳ ଲକ୍ଷ୍ମୀ,ଅର୍ଘ୍ୟଥାଳି, ଅଯୋଧ୍ୟା ଦୃଶ୍ୟ, କବିତା କଲ୍ଲୋଳ, କବିତାମାଳା, କୃଷକ ସଂଗୀତ, ଭାରତୀ ଭାବନା, ଓଡ଼ିଆ ବାଣୀ ଆଦି ଓଡ଼ିଆ ଭାଷା ସାହିତ୍ୟର ଅମୂଲ୍ୟ ସମ୍ପଦ ବୋଲି ଶ୍ରୀ ମହାପାତ୍ର କହିଥିଲେ। ମୁଖ୍ଯଅତିଥି ସମାଜସେବୀ ଡ଼ ସୁମନ ଦତ୍ତ ତାଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ବଲପୁର ଜିଲ୍ଲାରୁ ହିନ୍ଦୀ ଭାଷା ଉଠାଇ ଓଡ଼ିଆ ଭାଷା ପ୍ରଚଳନ କରିବା ଓ ସମଗ୍ର ଓଡିଆ ଭାଷା ଭାଷୀ ମାନଙ୍କୁ ନେଇ ଏକ ସ୍ଵତନ୍ତ୍ର ଓଡିଶା ଗଠନ କରିବା ଦିଗରେ ଗଙ୍ଗାଧରଙ୍କର ପୂର୍ଣ୍ଣ ଯୋଗଦାନ ଥିଲା ।ଏହି ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ସଭାରେ କବି ଦିବାକର ଦାସ, ପଦ୍ମନାଭ ଜତି,ସୁବୋଧ କୁମାର, ମନସ୍ଵିନୀ ଜେନା, ସ୍ମରଣ ପ୍ରଧାନ,ମାଧବୀ ଏକ୍କା, ଅର୍ଚ୍ଚନା ପଲାଇ,ଆରତୀ ମହାନ୍ତି, ବିନ୍ଦୁ ସିଂ, ଛୋଟୁ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେଜିଲା ରାଇରଙ୍ଗପୁର ଜିଲ୍ଲା ଦାବି , ୧୨ ଘଣ୍ଟିଆ ବହଳଦା ଠପ୍

Sunil Chandra Nayak

ସରସ୍ବତୀ ଶିଶୁ ମନ୍ଦିର ବୋର୍ଡ଼ା ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ବିବେକ ସେନା ତରଫରୁ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ସହୀଦ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!