ରଘୁନାଥପୁର :- ତା 28/4 ବର୍ଷା ଦିନର ଅଭୁଲା ସ୍ମୃତିକୁ ନେଇ ” ତୁମପରି ଛୋଟ ପିଲାଟିଏ ” ଶୀର୍ଷକ କବିତାଟିଏ ଊଣା ଅଧିକେ ସମସ୍ତେ ଜାଣନ୍ତି !ତୁଳସୀ ଦୁଇପତ୍ରରୁ ବାସିଲା ପରି ଯାହାଙ୍କର ସେବାଧର୍ମୀ କାର୍ଯ୍ୟ ସାରା ଉତ୍କଳକୁ ଚମକାଇ ଦେଇଥିଲା ! ସେ ଆଉ କେହି ନୁହଁନ୍ତି ଆମ ସମସ୍ତଙ୍କର ପ୍ରିୟ ମଧୁ ବାରିଷ୍ଟର ବା ମଧୁବାବୁ ! ଯେକି ଉତ୍କଳ ଗୌରବ ନାମରେ ଅଭିହିତ ହୋଇଥିଲେ ! ତାଙ୍କରି ଜୟନ୍ତୀରେ ସାରା ରାଜ୍ୟ ସଗୌରବେ ପାଳନ କରୁଛି ସ୍ୱାଭିମାନ ସମାରୋହ ଦିବସ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲା, ରଘୁନାଥପୁର ବ୍ଲକର ଛପଡା ପଞ୍ଚାୟତ ଅନ୍ତର୍ଗତ ଗନାଇଲୋ ସରକାରୀ ହାଇସ୍କୁଲ ପରିସରରେ , ପୁରାତନ ଛାତ୍ରସଂସଦର ସଭାପତି ତଥା ବିଶିଷ୍ଟ ସମାଜସେବୀ କ୍ଷିତୀଶ ଚନ୍ଦ୍ର ପାତ୍ର ଙ୍କ ସଭାପତିତ୍ବରେ, ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ,ଏକ ସଭା ଅନୁଷ୍ଠିତ ହୋଇଯାଇଛି ! ଏହି ସଭାରେ ମୁଖ୍ୟଅତିଥି ଭାବେ ଡ଼କ୍ଟର ନିମାଇଁ ଚରଣ ପରିଜା ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଆଗାମୀ ଓଡିଶା ର ପ୍ରତିଷ୍ଠାତା ବିଜୟ ସ୍ବାଇଁ ଯୋଗଦେଇଥିଲେ ! ସମ୍ମାନିତ ଅତିଥି ଭାବରେ ଶିକ୍ଷବିତ ପ୍ୟାରୀମୋହନ ପଟ୍ଟନାୟକ , ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ରାଉତ , ଅଧ୍ୟାପକ ଶରତ କୁମାର ରାଉତରାୟ , ବାଲିକୁଦା କଲେଜ ଅଧକ୍ଷ ଦେବେନ୍ଦ୍ର ନାଥ ବାରିକ , କଳିଙ୍ଗ ଭାରତୀ ର ପ୍ରତିଷ୍ଠାତା ଚିତ୍ତରଞ୍ଜନ ପାଢ଼ୀ , ଯୋଗଗୁରୁ ସାଗରୀକା ଜେନା , ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ରାୟ , ନିର୍ମଳା ପରିଡା , ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ବିଷୟରେ ତଥ୍ୟସମ୍ବଳିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ ! ସଭାକାର୍ଯ୍ୟ ପୂର୍ବରୁ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ଓ ମଧୁବାବୁଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ କରା ଯାଇଥିଲା ! ସମାଜ ସେବିକା ଅର୍ପିତା ଦାସ ଓ ସାଥୀ ଙ୍କ ଦ୍ୱାରା ତୁଳସୀ ପୂଜନ କରାଯାଇ ଥିବା ବେଳେ , ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା , ଜାତୀୟସଂଗୀତ , ବନ୍ଦେଉତ୍କଳ ଜନନୀ ଓ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରାଯାଇଥିଲା ! ଦେବସ୍ମିତା ଦାସ ସଭା କାର୍ଯ୍ୟ ସଂଚାଳନ କରିଥିଲେ !ଗନାଇଲୋ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭରତଚନ୍ଦ୍ର ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ମାନିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ! ମୁଖ୍ୟଅତିଥି ଙ୍କ ଦ୍ୱାରା ପୁରାତନଛାତ୍ର ସଂସଦର ସଭାପତି କ୍ଷିତୀଶଚନ୍ଦ୍ର ପାତ୍ର ଙ୍କୁ “ଓଡ଼ିଆ ଗୌରବ” ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା !