ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଶୀ ତାଲିମ ଗୃପ ର ସିଡିଏଓ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ଦେଶୀ ତାଲିମ ଗୃପ ର ସିଡିଏଓ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ଡାବୁଗାଁ, ୮/୮ (ମ.ନି.ସ.)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ସଭାଗୃହରେ ନବରଙ୍ଗପୁର ପୂର୍ବତନ ମୁଖ୍ୟ ଜିଲା କୃଷି ଅଧିକାରୀ ଜି. ଭେଙ୍କେଟ ରେଡ୍ଡୀ ଙ୍କୁ ଦେଶୀ ଗୃପ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଗୁରୁବାର ଅପରାହ୍ନରେ ପ୍ରଦାନ କରଯାଇଥିଲା | ମୁଖ୍ୟ ଜିଲା କୃଷି ଅଧିକାରୀ ଜି. ଭେଙ୍କେଟ ରେଡ୍ଡୀ ଗତ ଜୁଲାଇ ମାସ ୩୧ ତାରିଖ ଦିନ ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ | ଆଜି ତାଙ୍କୁ ଡିପ୍ଲୋମା ଇନ ଏଗ୍ରିକଲଚରଏକ୍ସଷ୍ଟେସନ ସର୍ଭିସ ଫର ଇନପୁଟ ଡିଲର (ଦେଶୀ) ଗୃପ ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରଯାଇଥିଲା | ଏଥିରେ ନବରଙ୍ଗପୁର ଭାରପ୍ରାପ୍ତ ମୁଖ୍ୟ ଜିଲା କୃଷି ଅଧିକାରୀ ଡା. ଅଜୟ କୁମାର କର, ପାଠ୍ୟକ୍ରମ ସଂଯୋଜକ ଅଶୋକ କୁମାର ପଟ୍ଟନାୟକ, ଝରିଗାଁ ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବାଗ, ଇନପୁଟ ଡିଲର ନିରଞ୍ଜନ ଭଟ୍ଟ, ପ୍ରଜ୍ଞା ରଞ୍ଜନ ପରିଡା, ଜି. ବିନୋଦ କୁମାର, କାହ୍ନୁ ଚରଣ ମହାଙ୍କୁଡ, ମିଲନ ମହାନ୍ତି, ସନ୍ତୋଷ କୁମାର ସାହୁ, ଓମ ପ୍ରକାଶ ରାଓ, ଦୂର୍ଗା ଚରଣ ନାୟକ, ସୁରେଶ ଅଗ୍ରୱାଲ, ବରଦା ପ୍ରସନ୍ନ ମହାନ୍ତି, ହରି ନାୟକ, ହରି ମାଳୀ ଏବଂ ଦେଶୀ ଗୃପର ୪୦ ଜଣ ପ୍ରଶିକ୍ଷାର୍ଥୀ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

Rotary Club of Rourkela Steel City Organizes Inspiring Teachers’ Training Seminar at DAV Public School

Sunil Chandra Nayak

ଭବାନୀପାଟଣାର ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ କଲକାତା ରେ ଅଧ୍ୟୟନ ଯାତ୍ରା

masiha

ସକ୍ଷମ ନୃତ୍ୟ ଏକାଡେମୀ’ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!