ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥା ଘେରରେ ଜୁନାଗଡ଼ ତହସିଲ , ଗୋଟିଏ କିରାଣୀରେ ଅନେକ ଦାୟିତ୍ୱ

ଅବ୍ୟବସ୍ଥା ଘେରରେ ଜୁନାଗଡ଼ ତହସିଲ , ଗୋଟିଏ କିରାଣୀରେ ଅନେକ ଦାୟିତ୍ୱ

ଜୁନାଗଡ଼ ୮/୮ ( ମ ନି ସ ) କଳାହାଣ୍ଡି ର ଐତିହାସିକ ପୁରାତନ ରାଜଧାନୀ ରେ ଥିବା ତହସିଲ କାର୍ଯ୍ୟାଳୟ ଏବେ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛି । ୩୪ ଗୋଟି ଗ୍ରାମ ପଞ୍ଚାୟତ ,ଗୋଟିଏ ଏ ନ ଏ ସି ଓ ୧୬୬ ଟି ରାଜସ୍ୱ ଗ୍ରାମ ତଥା ୧୧ ଗୋଟି ରାଜସ୍ୱ ମଣ୍ଡଳକୁ ନେଇ ଗଠିତ । ଏହି ତହସିଲ ରେ ଜମି ମାପ ,ନୂତନ ପଟା ,ଜମିର କିସମ ପରିବର୍ତ୍ତନ ଆଦି କାର୍ଯ୍ୟ ପାଇଁ ଶହ ଶହ ବ୍ୟକ୍ତି ଦୈନିକ ଏହି ତହସିଲ କାର୍ଯ୍ୟାଳୟ କୁ ଆସିଥାନ୍ତି । ହେଲେ ନିଜ କାର୍ଯ୍ୟ ହୋଇ ନ ପାରିବାରୁ ନିରାଶ ହୋଇ ଫେରି ଯାଉଛନ୍ତି । ରାଜ୍ୟ ସରକାର ଦାଖଲ ଖାରଜ ହେବା ପରେ ଜମି ପଟା ଖାତାଦ।ରଙ୍କୁ ପୋଷ୍ଟ ମାଧ୍ୟମରେ ପଠେଇବା ପାଇଁ ବ୍ୟବସ୍ଥା କରିଛନ୍ତି ।ହେଲେ ଏହି ତହସିଲରେ ଏହାର ବ୍ୟତିକ୍ରମ ଦେଖା ଯାଉଛି ।କେବଳ ଅନ ଲାଇନ ଉଲ୍ଳେଖରେ ପଟା ହେଉଛି ।କିନ୍ତୁ ଲୋକଙ୍କ ନିକଟକୁ ପୋଷ୍ଟ ମାଧ୍ୟମରେ ପଠା ଯାଉ ନାହିଁ ।ଗତ କିଛି ବର୍ଷ ହେଲା ପ୍ରାୟ ୩୦୦ ରୁ ମଧ୍ୟ ଅଧିକ ହେବ ଲୋକେ ପୋଷ୍ଟ ମାଧ୍ୟମରେ ପଟା ପାଇ ନାହାନ୍ତି ।ପଟା ପାଇଁ ଆସି କାର୍ଯ୍ୟଳୟ ରେ ଗୁହାରି କଲେ ବିଭିନ୍ନ ବାହାନା ଦେଖାଇ ଲୋକଙ୍କୁ ଫେରାଇ ଦିଆଯାଉଛି । ଓଡିଶା ସେବା ଆଇନ ବଳରେ ଲୋକଙ୍କୁ ନିର୍ଦ।ରିତ ସମୟ ମଧ୍ୟରେ ଅବିକଳ ନକଲ ଆର ,ଓ ,ଆର ମ୍ୟୁଟେସନ କେସ ରେକର୍ଡର ନକଲ ଜମି କିସମ ପରିବର୍ତ୍ତନ ରୁ ଅବିକଳ ନକଲ ଆଦି ଦେବା ପାଇଁ ସମୟ ଓ ଦିନ ନିର୍ଦ।ରିତ କରାଯାଇଛି ।ହେଲେ ଏଥିରେ ବ୍ୟାପକ ବ୍ୟତିକ୍ରମ ଦେଖାଯାଉଛି ।ମାସ ମାସ ଧରି ଲୋକଙ୍କୁ ସାର୍ଟି ଫ।ଏଡ଼ କପି ଦିଆଯାଉନାହିଁ ।ଜଣେ କିରାଣୀ ହାତରେ ରେକର୍ଡ ରୁମ ,୨୨ ଧାରା ୧୯ ସି , ଆଦି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇ ଅନ୍ୟ କିରାଣୀ ମାନଙ୍କୁ କୌଣସି କାର୍ଯ୍ୟ ଭାର ଦେଇ ନ ଥିବାରୁ ଉପରୋକ୍ତ କାର୍ଯ୍ୟ ଗୁଡିକ ନିର୍ଦ।ରିତ ସମୟ ମଧ୍ୟରେ ସମ୍ପନ୍ନ ହୋଇପାରୁନାହିଁ ।ନୂତନ ଭାବରେ ଯୋଗ ଦାନ କରିଥିବା ଅତିରିକ୍ତ ତହସିଲଦାର ଙ୍କ କାର୍ଯ୍ୟ ଶୈଳୀକୁ ମଧ୍ୟ ଅଫିସ କର୍ମଚାରୀ ଓ ସାଧାରଣ ଜନତା ନ । ପସନ୍ଦ କରୁଛନ୍ତି । ଆଜି କରି ଦେବି କାଲି କରି ଦେବି ବୋଲି କହି ଅତିରିକ୍ତ ତହସିଲଦାର ଦିନ ଗଡ଼।ଉଥିବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି ।ଏହିସବୁ ସମସ୍ୟା ନେଇ ଜୁନାଗଡ଼ ତହସିଲଦାର ସୁର୍ମୀ ସୋରେନ ଙ୍କ ପ୍ରତିକ୍ରିୟା ନେବାରୁ ସେ ପ୍ରକାଶ କରିଥିଲେ ଯେ ଏହିସବୁ ସମସ୍ୟା ବର୍ତମାନ ପର୍ଯନ୍ତ ଆମର ଦୃଷ୍ଟିକୁ ଆସିନି ,ନିର୍ବାଚନ ସମୟରେ ଯେତେସବୁ କାମ ଥିଲା ବର୍ତ୍ତମାନ ଏହା ସାରିବା ପାଇଁ ଗୁରୁତ୍ୱ ଦିଆଯାଇଛି, ଯଦିଓ କିଛି ସମସ୍ୟା ରହିଛି ସେଥିନେଇ ଧ୍ୟାନ ଦିଆଯିବ ବୋଲି କହିଥିଲେ। ଅନ୍ୟ ପକ୍ଷରେ ଏସବୁ ଅବ୍ୟବସ୍ତାକୁ ଜିଲ୍ଲାପାଳ ତୁରନ୍ତ ଧ୍ୟାନ ଦେବେ ବୋଲି ସର୍ବ ସାଧାରଣରେ ଦାବି ହେଉଛି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଢେ଼ଙ୍କାନାଳ ହରିପୁର ନିକଟ ଆଇପିଏଲରେ ଆଖୁପେଡ଼ା ଉଦ୍ଘାଟନ

Sunil Chandra Nayak

ଧର୍ମଗଡ଼ ରେ ଜୁନାଗଡ଼ ନଗରପାଳଙ୍କୁ ଅଣ୍ଡାମାଡ଼କୁ ବିରୋଧ କଲା କ୍ରିୟାନୁଷ୍ଠାନ କମିଟି

masiha

ନବରଙ୍ଗପୁର -ଜୟପୁର ରେଳପଥ ପ୍ରକଳ୍ପର ଭୂମି ଅଧିଗ୍ରହଣ ବାବଦ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ

Leave a Comment

error: Content is protected !!