ମୃତ ଛାତ୍ର ମାନଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲା ହିଞ୍ଜିଳି ବିଜେଡ଼ି
ହିଞ୍ଜିଳିକାଟୁ,୧୭/୯ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଅଭାବନୀୟ ଘଟଣାରେ ୩ଟି ପରିବାରର ୩ ଛାତ୍ର ମୃତ୍ୟୁ ବରଣ କରିଛନ୍ତି । ମାନ୍ୟବର ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ପ୍ରକାଶ ଥାଉକି ଗତ ୧୩ ତାରିଖ ରବିବାର ଦିନ ସ୍ଥାନୀୟ କେନାଳ ସାହିର ଫୁଲ ବ୍ୟବସାୟୀ କାଳିଆ ମୁନୀଙ୍କ ପୁତ୍ର ବାଦଲ ମୁନୀ ଗଣେଶ ମେଢ଼ ପାଇଁ ଡାଲା ଅଟୋରେ ମୂର୍ତ୍ତି ଆଣିବା ସମୟରେ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଯାହା ଫଳରେ ବାଦଲ ମୁନୀ ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ । ପୁଣି ଆଉ ଏକ ଅଘଟଣ ଗଣେଶ ପୂଜାର ଦୁଦିନ ପରେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଦୁଇ ନାବାଳକ ଛାତ୍ର ଆଦର୍ଶ ସାହୁ ଓ ପ୍ରୀତମ ସିମେଲି ନଦୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ମାନ୍ୟବର ବିଜେଡ଼ି ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳି ବିଜୁ ଜନତା ଦଳର ଏକ ଟିମ୍ ମୃତକଙ୍କ ପରିବାର ପାଖକୁ ଯାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଶୋକ ଏବଂ ସମବେଦନା ଜଣାଇବା ସହ ଦ୍ବାଦଶ କର୍ମ ପାଇଁ ପ୍ରତ୍ୟେକ ପରିବାରକୁ ନବୀନ ବାବୁଙ୍କ ତରଫରୁ ଟ ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସହକାରୀ ସାହାଯ୍ୟ ପାଇଁ ବିଜୁ ଜନତା ଦଳ ସମସ୍ତ ପ୍ରୟାସ କରିବ ବୋଲି ଟିମ୍ ପ୍ରତିଶ୍ରୁତି ଦେଇଛନ୍ତି। ସୁଖରେ ତଥା ଦୁଃଖରେ ବିଜୁ ଜନତା ଦଳ ଯୁବକ ପରିବାରଙ୍କ ସହିତ ସଦା ସର୍ବଦା ଛିଡା ହୋଇ ରହିବ ଓ ରହିଅଛି। ଉକ୍ତ ପ୍ରତିନିଧି ଦଳରେ ବିଜେଡି ରାଜ୍ୟ ମହିଳା ସାଧାରଣ ସମ୍ପାଦକ ସହ ବିଜେଡି ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ଉପଧ୍ୟକ୍ଷା ରଞ୍ଜିତା ସାହୁ , ବିରୋଧୀ ଦଳ ନେତାଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ନଗର ସଭାପତି ହୃଦୟାନନ୍ଦ ମହାପାତ୍ର, ପୌରାଞ୍ଚଳ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୌରାଞ୍ଚଳର ବିଧାୟକଙ୍କ ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ, ୫ନଂ ୱାର୍ଡ କାଉନସିଲର ବିଭୁପ୍ରସାଦ ପଣ୍ଡା, ଶ୍ୟାମଘନ ବେହେରା, ବରିଷ୍ଠ ବିଜେଡି ନେତା କୃଷ୍ଣ ସାହୁ, କୀରଣ କୁମାର ପଟ୍ଟନାୟକ, ସତ୍ୟବ୍ରତ ପଟ୍ଟନାୟକ, ଛାତ୍ର ଯୁବନେତା କେଶବ ମହାରଣା, ପ୍ରଭାତ ମହାରଣା, ତରୁଣ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

