ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରବାହାଲ ହାଇସ୍କୁଲ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାସହାର ୯୭,୭ % 

ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳ ଆଜି ଘୋଷିତ ହୋଇ ଯାଇଛି। ଜିଲ୍ଲାର ପ୍ରମୁଖ ପୁରାତନ ହାଇସ୍କୁଲ ମାନଙ୍କ ମଧ୍ୟରେ ଅନ୍ୟତମ ଚାରବାହାଲ କୃପାସିନ୍ଧୁ ହାଇସ୍କୁଲରୂ ୨୦୨୨ -୨୩ ଶିକ୍ଷାବର୍ଷରେ ୧୩୧ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ । ଏଥିରୁ ୧୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ଦେବରାଜ ଗହୀର ପ୍ରକାଶ କରିଛନ୍ତି। ପାସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ A2 – 01,B1 -15, B2 -45, C -52, D -11 ଓ E – 04 ଜଣ ସଫଳତା ହାସଲ କରିଥିବା ବେଳେ 3 ଜଣ ଫେଲ୍ ହୋଇଥିବା କହିଛନ୍ତି। ହାଇସ୍କୁଲର ପାସହାର 97.7% ପ୍ରତିଶତ ହୋଇଥିବା ସେ ପ୍ରକାଶ କରିଛନ୍ତି।

ଅଞ୍ଚଳର ପୁରାତନ ହାଇସ୍କୁଲ ଭାବେ ଖ୍ୟାତି ଅର୍ଜନ କରିଥିବା ସତ୍ଵେ ଏହି ବିଦ୍ୟାଳୟକୁ ବହୁ ବିଳମ୍ବରେ ଗତ 8 ତାରିଖ ଦିନ ରାଜ୍ୟସରକାର 5T ସ୍କୁଲରେ ସାମିଲ କରିଛନ୍ତିି। ଆଗାମୀ ଦିନରେ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ କିପରି କରାଯିବ ସେଥିପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ତଥା ସମାଜସେବୀ ରଜନୀକାନ୍ତ ସମର୍ଲିଆ ପ୍ରଧାନ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ।

Related posts

କଳାକାର ସଂହତି ଓ ମହାସଂଘ ମହାସଚିବଙ୍କ ସ୍ବନକ୍ଷତ୍ର ଦିବସ ପାଳିତ

masiha

ବିଜାତଳା ଵ୍ଳକ! ଚଢ଼େଇ ପାହାଡି ପଞ୍ଚାୟତ! କଙ୍କଡବେଡା ଗ୍ରାମ୍ୟ ପୋଖରୀରେ ଗାର୍ଡୱାଲ ନିର୍ମାଣ ଦାଵି

Sunil Chandra Nayak

ରାଜ୍ୟ ଜିମ୍ନାଷ୍ଟିକ ଚମ୍ପିଆନସିପ୍‌ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଦଳର ଯାତ୍ରା

masiha

Leave a Comment

error: Content is protected !!