ଗୋଳାମୁଣ୍ଡା ତା ୧୯/୫/ନିରପେକ୍ଷ/ନିର୍ଭୟ ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡ ବ୍ଲକ କେଗାଁ ରେଞ୍ଜ ଅନ୍ତର୍ଗତ ବୈଜଳପୁର କେନ୍ଦୁପତ୍ର ଫଡ଼ିରେ ପୁଣି ଶିଶୁଶ୍ରମିକ କାମ କରୁଥିବା ଦେଖିବାକୁ ମିଲୁଛି । ଏହାପୂର୍ବରୁ, ଅନେକ ଥର ବିଭିନ୍ନ ଖବରକାଗଜରେ ପ୍ରସାରଣ ପରେ ବି ସୁଧୁରିବାର ନା ଧରୁନି କେନ୍ଦୁପତ୍ର ବିଭାଗ । ବୋଧେ କେନ୍ଦୁପତ୍ର ବିଭାଗ ବିଭିନ୍ନ ଖବରକାଗଜକୁ ବେଖାତିର କରୁଥିବା ଅନୁମାନ କରାଯାଉଛି । ସୂଚନାରୁ ପ୍ରକାଶ ଯେ ଗତବର୍ଷ ଫଡ଼ିରେ କାମ କରୁଥିବା ପ୍ରଫୁଲ୍ଲ ଭାଟି ଓ ଶିଳା ଭାଟିର ବକେୟା ମଜୁରୀ ଟଙ୍କା ଆଜି ପର୍ଯ୍ୟନ୍ତ ରେଞ୍ଜର ଦେଇ ନ ଥିବା ଅଭିଯୋଗ ଆଣିଛନ୍ତି ଦୁଇ ମହିଳା ଶ୍ରମିକ । ପ୍ରଫୁଲ୍ଲ ୧୯ ଦିନ କାମ କରି ୧୦୦୦ ଟଙ୍କା ପାଇଥିବା ବେଳେ ଶିଳା ଭାଟି ଏକ ମାସ କାମ କରି ୧୬୦୦ ଟଙ୍କା ପାଇଥିବା କହିଛନ୍ତି । ଅବଶିଷ୍ଟ ଟଙ୍କା ବ୍ୟାଙ୍କ ପାସବୁକରେ ଜମା କରିଦେବାକୁ ଫରେଷ୍ଟର କହିଥିଲେ ହେଲେ ଆଜି ପର୍ଯ୍ୟନ୍ତ ଟଙ୍କା ପଡି ନ ଥିବା କୁହାଯାଇଛି । କେନ୍ଦୁପତ୍ର ବିଭାଗ ଜରିଆରୁ ଜଣେ ଶ୍ରମିକଙ୍କୁ ଦିନକୁ ୨୦୦ ଟଙ୍କା ଦେବାକୁ କୁହାଯାଇଥିଲା । ଏ ନେଇ ଶିଶୁମାନଙ୍କୁ ୧୫୦ଟଙ୍କା ଦେଇ କାମ କରାଯାଉଥିବା ନିଜେ ମୁନ୍ସୀ ଦିଗାମ୍ବର ଦାସ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ । ଏ ନେଇ କେଗାଁ କେନ୍ଦୁପତ୍ର ବିଭାଗ ରେଞ୍ଜରକୁ ଫୋନ କଲେ କୌଣସି ସୂଚନା ନ ଥିବା କଥା କହିଥିଲେ । କେନ୍ଦୁପତ୍ର ରେଞ୍ଜର ସହିତ ସାମ୍ୱାଦିକଙ୍କ ଫୋନରେ କଥା ହେଲେ ମୁନ୍ସୀ ଦିଗାମ୍ବର ଦାସ । ଶିଶୁ ମାନଙ୍କୁ ନେଇ କାମ କରିବା କଥା ଗଣମାଧ୍ୟମ ସମ୍ମୁଖରେ ମୁନ୍ସୀ ରେଞ୍ଜରଙ୍କ ସହିତ କଥା ହୋଇଥିଲେ । ରେଞ୍ଜର ଜୟନାରାୟଣ ଯୋଶୀ ଓଲଟା ମୁନ୍ସୀଙ୍କ ଉପରେ ରାଗିଯାଇ ବହିଷ୍କାର କରି ଦେବାକୁ ଧମକ ଦେଇଥିଲେ ହେଲେ ମୁନ୍ସୀ ଓଲଟା ଗତ ବର୍ଷ ବକେୟା ଟଙ୍କା ପାଇ ନ ଥିବା ପ୍ରଶ୍ନ କରିଥିଲେ। ଶ୍ରମିକ ମାନଙ୍କ ବକେୟା ପାଉଣା କହିଲେ ପୁଣି ମୁନ୍ସୀଙ୍କୁ ଧମକ ଦେବା ଯୁକ୍ତିଯୁକ୍ତ କି ? ରେଞ୍ଜର ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ବକେୟା ରଖୁଥିବା ନେଇ ଶିଶୁମାନଙ୍କୁ କାମରେ ନିୟୋଜିତ କରି ସ୍ୱଳ୍ପ ମଜୁରୀ ଦେଇ କାମ ସମ୍ପୂର୍ଣ୍ଣ କରାଯାଉଥିବା ସନ୍ଧେହ ଘେରକୁ ଟାଣିନେଇଛି । ଏ ଠାରେ ଶ୍ରମିକମାନଙ୍କ ମଜୁରୀ ଟଙ୍କା ଆତ୍ମସାତ କରୁ ନାହାନ୍ତି ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏପଟେ ମୁନ୍ସୀଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ଖବର ସାମ୍ନାକୁ ଆସୁଛି । ଏ ଦୁନିଆରେ ସତ କହିଲେ ଚାକିରିରୁ ନିଲମ୍ବିତ କରିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ବୋଧେ ରେଞ୍ଜରଙ୍କ ଅସଲ ମୁଖା ଖୋଲିଯିବା ଭୟରେ ମୁନ୍ସୀଙ୍କୁ ଚାକିରୀରୁ ନିଲମ୍ବିତ କରିବା ସ୍ଥାନୀୟ ଲୋକେ କହୁଛନ୍ତି । କେନ୍ଦୁପତ୍ର ବିଭାଗର ଦୁର୍ନୀତିକୁ ଲୁଚାଇବାକୁ ଷଡଯନ୍ତ୍ର କରି ମୁନ୍ସୀଙ୍କୁ ନିଲମ୍ବିତ କରାଯାଇଥିବା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ରେଞ୍ଜରଙ୍କ ଅସଲ ମୁଖା ପଦାକୁ ଆସିବ ବୋଲି ଆଶା କରାଯାଉଛି ।